ମାଟ୍ରିକ ପରୀକ୍ଷାରେ ଗଣିତରେ ପ୍ରଥମେ ମିଳିିଥିଲା ୨ ମାର୍କ, କିନ୍ତୁ ପୁନଃମୂଲ୍ୟାୟନ ପରେ ମିଳିଛି ୧୦୦ରୁ ୧୦୦

ପରୀକ୍ଷାରେ କମ୍‌ ମାର୍କ ରହିଥିବା ଛାତ୍ରଛାତ୍ରୀ ପୁନଃମୂଲ୍ୟାୟନ ପାଇଁ ଆବେଦନ କରିବା ଏକ ସାଧାରଣ କଥା। ରି ମାର୍କିଂ ପରେ ୫ –୧୦ ମାର୍କ ବଢ଼ିଥାଏ। କିନ୍ତୁ ହରିୟାଣାରେ ପୁନଃ ମୂଲ୍ୟାୟନ ପରେ ଜଣେ ଛାତ୍ରୀଙ୍କ ମାର୍କ ୨ରୁ ବଢ଼ି ସିଧାସଳଖ ୧୦୦ ହୋଇଛି। ଝିଅଟିର ରିମାର୍କିଂ ରେଜଲ୍ଟ ଆସିବା ପରେ ବୋର୍ଡର ଦାୟିତ୍ୱହୀନତା ସାମ୍ନାକୁ ଆସିଛି।

Specially-abled Haryana girl who scored 2 in Maths gets 100 after ...

ରିପୋର୍ଟ ମୁତାବକ ହରିୟାଣା ବୋର୍ଡ ଅଫ୍‌ ସ୍କୁଲ ଏଜୁକେସନ୍‌ ଅଧୀନରେ ଦିିବ୍ୟାଙ୍ଗ ଛାତ୍ରୀ ସୁପ୍ରିୟା ଚଳିତବର୍ଷ ୧୦ ମ ଶ୍ରେଣୀ ମାଟ୍ରିକ ପରୀକ୍ଷା ଦେଇଥିଲେ। ରେଜଲ୍ଟ ବାହାରିବା ବେଳକୁ ସୁପ୍ରିୟାଙ୍କର ଅନ୍ୟ ସବୁ ବିଷୟରେ ୯୦ ପ୍ରତିଶତ ରହିଥିବା ବେଳେ ଗଣିତରେ ଥିଲା ମାତ୍ର ୨ ମାର୍କ। ଏହା ଦେଖିବା ପରେ ସୁପ୍ରିୟା ପୁନଃ ମୂଲ୍ୟାୟନ ପାଇଁ ଆବେଦନ କରିଥିଲେ। ଏଥିପାଇଁ ୫୦୦୦ ଟଙ୍କା ବି ଖର୍ଚ୍ଚ କରିଥିଲେ। ତେବେ ଫଳାଫଳ ଆସିବା ପରେ ସୁପ୍ରିୟାଙ୍କର ଗଣିତରେ ୨ ନୁହେଁ ବରଂ ୧୦୦ ରୁ ୧୦୦ ରହିଥିବା ଦେଖାଯାଇଛି।

Specially-abled Haryana student given 2 marks in maths, after re ...

ଏନେଇ ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି ଯେ ସୁପ୍ରିୟା ଜଣେ ଦୃଷ୍ଟିବାଧିତ ଝିଅ। ତାଙ୍କ ଉତ୍ତର ଖାତାକୁ ବ୍ଲାଇଣ୍ଡ କ୍ୟାଡେଟ୍‌ରେ ଚେକ୍‌ କରିବା କଥା। ମାତ୍ର ଭୁଲରେ ତାଙ୍କ ଖାତାକୁ ସାଧାରଣ ଖାତା ଭଳି ଚେକ୍‌ କରାଯାଇଥିବାରୁ ତାଙ୍କର ୨ ମାର୍କ ଥିଲା। ଏନେଇ ସୁପ୍ରିୟା କହିଛନ୍ତି ଯେ କୌଣସି ଦିବ୍ୟାଙ୍ଗ ପିଲା ସହ ଆଉ ଭବିଷ୍ୟତରେ କେବେ ବି ଏମିତି ନ ହେଉ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.