ପୁଣି ଦୁର୍ଗା ଭସାଣି ବେଳେ ଶ୍ରଦ୍ଧାଳୁଙ୍କ ଉପରେ ମାଡିଗଲା କାର: ଶିଶୁ ଗୁରୁତର, ଅନେକ ଆହତ

ଛତିଶଗଡର ଜଶପୁରରେ ଦୁର୍ଗାପୂଜା ଭସାଣି ବେଳେ ଯେଉଁ ଅଘଟଣା ଘଟିଥିଲା, ସେହିପରି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ଦୁର୍ଗାପୂଜା ଭସାଣି ବେଳେ ସେମିତି ଦୁର୍ଘଟଣା ଘଟିଛି। ଶନିବାର ରାତିରେ ଦୁର୍ଗା ବିସର୍ଜନରେ ଯାଉଥିବା ଲୋକଙ୍କ ଉପରେ ଏକ ଦ୍ରୁତଗାମୀ କାର୍‌ ମାଡି ଯାଇଛି। ଏହି ଦୁର୍ଘଟଣାରେ କାର୍‌ ଚକାତଳେ ଚାପି ହୋଇ ଜଣେ ଶିଶୁ ଗୁରୁତର ହୋଇଛି। ଭୋପାଳ ରେଲୱେ ଷ୍ଟେସନ ନିକଟ ବାଜିରାଓ ଛକରେ ଏହି ଦୁର୍ଘଟଣା ଘଟିଛି।ଏହି ଘଟଣା ରାତି ୧୧ଟା ସମୟରେ ହୋଇଛି।

ସୂଚନାନୁସାରେ, ଭୋପାଳ ରେଳ ଷ୍ଟେସନ ନିକଟ ବାଜରିଓ ତିରାହରେ ଶନିବାର-ରବିବାର ରାତିରେ ଦୁର୍ଗା ମୂର୍ତ୍ତି ଭସାଣି ଚାଲିଥିଲା। ଭସାଣି ଚାଲିଥିବା ବେଳେ ହଠାତ୍ ଏକ କାର ଭିଡ଼ ଭିତରକୁ ଦ୍ରୁତଗତିରେ ପଶି ଆସିଥିଲା। ଏହି ସମୟରେ କାରର ଡ୍ରାଇଭର ଦ୍ରୁତ ବେଗରେ କାରକୁ ପଛକୁ ନେଇଥିଲା। ଏହି ସମୟରେ ଏକ ଶିଶୁ କାରର ଚକ ତଳେ ଚାପି ହୋଇଯାଇଥିଲା। ଆହତଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣାରେ କାରର ଚକ ତଳେ ଚାପି ହୋଇ ଶିଶୁଟି ଗୁରୁତର ହୋଇଥିଲା। ସେଠାରେ ଉପସ୍ଥିତ ଥିବା ଲୋକେ ଶୀଘ୍ର ଆହତ ଶିଶୁଟିକୁ ଚିକିତ୍ସା ପାଇଁ ଡାକ୍ତରଖାନା ନେଇଥିଲେ। ଏହି ପୂରା ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ କାରଟି ପଛକୁ ଯାଉଥିବା ଦେଖିବାକୁ ମିଳିଛି। ଦୁର୍ଘଟଣା ଘଟାଇଥିବା ଉକ୍ତ କାର୍‌କୁ ଚିହ୍ନଟ କରିବା ପାଇଁ ପୁଲିସ ସିସିଟିଭି କ୍ୟାମେରା ଯାଞ୍ଚ କରୁଛି।

ସୂଚନାଯୋଗ୍ଯ, ଛତିଶଗଡ଼ର ଜଶପୁର ଜିଲ୍ଲାର ପାଥଲ ଗାଁରେ ଦୁର୍ଗା ଭସାଣି ପାଇଁ ଯାଉଥିବା ଲୋକଙ୍କ ଉପରେ ଦ୍ରୁତଗାମୀ କାର୍‌ ମାଡ଼ି ଯାଇଥିଲା। ଏଥିରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୧୬ ଜଣ ଗୁରୁତର ଆହତ ହୋଇଥିଲେ।

 

Leave A Reply

Your email address will not be published.