ନିୟନ୍ତ୍ରଣ ହରାଇଲା ବସ, ଶୋଇଥିବା ସମୟରେ ଚକା ତଳେ ଦଳି ଦେଲା ୭ ଜଣ ତୀର୍ଥଯାତ୍ରୀଙ୍କୁ

ଉତ୍ତରପ୍ରଦେଶର ବୁଲନ୍ଦସହର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଏକ ଦ୍ରୁତଗାମୀ ବସ ନରୋରା ଗଙ୍ଗାଘାଟ କୂଳେ ରାସ୍ତାକଡରେ ଶୋଇଥିବା ସମୟରେ ତୀର୍ଥ ଯାତ୍ରୀଙ୍କୁ ନିଜ ଚକା ତଳେ ଦଳି ଚାଲିଯାଇଛି । ଏହି ଘଟଣାରେ ସାତ ଜଣ ଲୋକଙ୍କର ମୃତ୍ୟୁ ହୋଇଯାଇଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ତିନିଜଣ ମହିଳା ଏବଂ ଚାରି ଜଣ ଛୋଟପିଲା । ପୋଲିସ ଶବଗୁଡିକ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି ।

କୁହାଯାଇଛି ଯେ ବସଟି ନିୟନ୍ତ୍ରଣ ହରାଇଥିବାରୁ ଏପରି ଏକ ଦୁର୍ଘଟଣା ଘଟିଯାଇଛି । ସୂଚନା ଅନୁଯାୟୀ ଏହି ସମସ୍ତ ଲୋକ ହାଥରସ ଜିଲ୍ଲାରୁ ତୀର୍ଥ ଯାତ୍ରା ପାଇଁ ବାହାରିଥିଲେ । ଗୁରୁବାର ସନ୍ଧ୍ୟାରେ ସେମାନେ ଗଙ୍ଗାସ୍ନାନ ସାରି ରାସ୍ତା କଡରେ ଶୋଇପଡ଼ିଥିଲେ । ମୃତ୍ୟୁ ହୋଇଥିବା ସମସ୍ତ ଲୋକ ଗୋଟିଏ ପରିବାରର ବୋଲି କୁହାଯାଉଛି । ବର୍ତ୍ତମାନ ମୃତକଙ୍କ ସମ୍ପର୍କୀୟ ଲୋକଙ୍କୁ ସୂଚନା ଦିଆଯାଇଛି ।

Image result for speeding bus mows down seven pilgrims sleeping on roadside in bulandshahr up

ଏହି ଘଟଣା ପରେ ଅଭିଯୁକ୍ତ ବସ ଡ୍ରାଇଭର ଫେରାର ଥିବା ବେଳେ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବାକୁ ଚେଷ୍ଟା କରୁଛି ।