ଦିଲ୍ଲୀରୁ ସେଟ୍ ନୋଏଡାର ମୟୂର ଛକରେ ଏକ ଦ୍ରୁତଗାମୀ କାର ପୋଲରେ ଧକ୍କା ହେବା ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କୁ ପ୍ରଥମେ ଗୁରୁତର ଭାବେ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କର ମୃତ୍ୟୁ ଘୋଷଣା କରିଥିଲେ । ମୃତକଙ୍କ ମଧ୍ୟରେ ଦୁଇଜଣଙ୍କ ପରିଚୟ ମିଳିଛି । ଅନ୍ୟ ଜଣଙ୍କ ପରିଚୟ ଖୋଜୁଛି ପୋଲିସ । ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।
ଖବର ମୁତାବକ, ୩ ଜଣ ଯୁବକ ଜନ୍ମଦିନ ପାର୍ଟି ସାରିବା ପରେ ଘରକୁ ଫେରୁଥିଲେ । ତେବେ ଘରକୁ ଫେରୁଥିବା ବେଳେ ନିଦ ଲାଗିବା ଯୋଗୁଁ କାର୍ ଅନିୟନ୍ତ୍ରିତ ହୋଇ ଖୁଣ୍ଟରେ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକଙ୍କ ମୁତାବକ, ଦୁର୍ଘଟଣା ସମୟରେ କାର ଅନିୟନ୍ତ୍ରିତ ହୋଇ ଧକ୍କା ହେବା ଯୋଗୁଁ ସଂପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି । ମୃତକଙ୍କ ପରିଜନକୁ ଦୁର୍ଘଟଣା ବିଷୟରେ ସୂଚନା ଦିଆଯାଇଛି । ଘଟଣାରେ ୩ ଜଣଙ୍କର ମୃତ୍ୟୁ ହୋଇଛି । ଦୁଇ ଯୁବକଙ୍କ ପରିଚୟ ମିଳିଥିବା ବେଳେ ଅନ୍ୟଜଣଙ୍କର ପରିଚୟ ମିଳିନି ।
ତେବେ ଦୁର୍ଘଟଣା ବେଳେ କାରର ସ୍ପିଡ ୧୦୦ରୁ ୧୨୦ କିମି ଘଣ୍ଟାପ୍ରତି ଭିତରେ ରହିଥିଲା । ତେଣୁ ଗାଡି ଧକ୍କା ହେବା ଯୋଗୁଁ କାରର ସାମ୍ନା କ୍ଷତିଗ୍ରସ୍ତ ହୋଇଥିଲା । ମୃତ୍ୟୁବରଣ କରିଥିବା ଯୁବକଙ୍କ ମୁଣ୍ଡରେ ଆଘାତ ଲାଗିଥିଲା । ତେଣୁ ତାଙ୍କୁ ଗୁରୁତର ଅବସ୍ଥାରେ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଦୁର୍ଘଟଣା ପରେ ରାସ୍ତାରେ ଭିଡ ଜମିଥିଲା । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ହଟାଇଥିଲା । ପୋଲିସ ଘଟଣାକୁ ନେଇ ଯାଞ୍ଚ କରୁଛି ।