ରାସ୍ତା କଡକୁ ମାଡିଗଲା ଡିଟିଏସ ବସ୍, ବହୁ ବାଇକ ଧୂଳିସାତ, ଜଣେ ମୃତ
ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ (ଡିଟିଏସ) ର ଏକ ବସ ନିୟନ୍ତ୍ରଣ ହରାଇ ମାଡିଯିବାରୁ କେତେଗୁଡିଏ ବାଇକ ନଷ୍ଟ ହେବା ସହ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି ।

ନୂଆଦିଲ୍ଲୀ: ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ହୃଦୟ ବିଦାରକ ଦୃଶ୍ୟ । ଦିଲ୍ଲୀ ଟ୍ରାନ୍ସପୋର୍ଟ କର୍ପୋରେସନ (ଡିଟିଏସ) ର ଏକ ବସ ନିୟନ୍ତ୍ରଣ ହରାଇ ମାଡିଯିବାରୁ କେତେଗୁଡିଏ ବାଇକ ନଷ୍ଟ ହେବା ସହ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି । ଅନ୍ୟ କେତେକ ବ୍ୟକ୍ତି ଏଥିରେ ଆହତ ହୋଇଛନ୍ତି । ଦୁର୍ଘଟଣା ବେଳର ଏହି ଛାତିଥରା ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।
ଆଜି ଦିଲ୍ଲୀର ରୋହିଣୀ ଅନ୍ତର୍ଗତ ବିଶ୍ରାମ ଚୌକରେ ଅପରାହ୍ଣ ୨ଟା ୪୫ରେ ଡିଟିସିର ଏକ ଦ୍ରୁତଗାମୀ ବସ୍ କେତେକ କାରକୁ ଧକ୍କା ଦେବା ସହ ଯାତ୍ରୀ ପ୍ରତୀକ୍ଷାଗାର ନିକଟରେ ରହିଥିବା କେତେକ ବାଇକ ଓ ସ୍କୁଟରକୁ ଧକ୍କା ଦେଇଥିଲା । ଦୁର୍ଘଟଣା ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳାଇ ଦେଇଥିଲା ।
#WATCH | One person died after being hit by a DTC bus in Delhi’s Rohini area. Further investigation is underway: Delhi Police
(CCTV visuals confirmed by police) pic.twitter.com/Bt1ipo9GYr
— ANI (@ANI) November 4, 2023
ଡ୍ରାଇଭରଜଣକ ଗାଡି ଉପରେ ନିୟନ୍ତ୍ରଣ ହରାଇବା ଯୋଗୁ ଏହି ଦୁର୍ଘଟଣା ଘଟିଥିବା କୁହାଯାଇଛି । ଡ୍ରାଇଭରକୁ ଦିଲ୍ଲୀ ପୋଲିସ ଅଟକ ରଖି ତଦନ୍ତ ଜାରି ରଖିଛି । ନିକଟରେ ମଧ୍ୟ ଡିଟିସିର ଏକ ବସ ଧକ୍କାରେ ଜଣେ ୩୬ ବର୍ଷ ବୟସ୍କ ମହିଳାଙ୍କ ମୃତ୍ୟୁ ଘଟିଥିଲା ।