ଦେଶ ବିଦେଶ

ପଶ୍ଚିମବଙ୍ଗ : ଅବତରଣ ପୂର୍ବରୁ କାଳବୈଶାଖୀରେ ଫସିଲା ସ୍ପାଇସ୍‌ ଜେଟ୍‌, ୪୦ ଆହତ, ୧୨ ଗୁରୁତର

କୋଲକତା: ପଶ୍ଚିମବଙ୍ଗରେ ବିମାନ ଅବତରଣ ପୂର୍ବରୁ କାଳବୈଶାଖୀରେ ଫସିଲା ସ୍ପାଇସ୍‌ ଜେଟ୍‌ । ବିମାନ କ୍ୟାବିନରୁ ଖସିଲା ସାମଗ୍ରୀ , ୪୦ ଆହତ, ୧୨ ଗୁରୁତର। ପଶ୍ଚିମବଙ୍ଗର ଦୁର୍ଗାପୁରରେ ରବିବାର ଏଭଳି ଘଟଣା ଘଟିଛି ।

ସ୍ପାଇସଜେଟ ବୋଇଙ୍ଗ-୭୩୭ ବିମାନ ମୁମ୍ବାଇରୁ ଦୁର୍ଗାପୁରର ଅଭିମୁଖେ ଯାତ୍ରା କରିଥିଲା । ତେବେ ଦୁର୍ଗାପୁରରେ ସ୍ପାଇସଜେଟ୍‌ ବିମାନଟି ଅବତଣ କରିବା ବେଳେ ହଠାତ ପବନ ଝଡ଼ରେ ଫସିଯାଇଥିଲା ।

ବିମାନଟି ଆକାଶରେ ଦୋହଲିବାରୁ କ୍ୟାବିନରୁ ସାମଗ୍ରୀ ଖସିବାରେ ଲାଗିଥିଲା । ତେବେ ଏଥିରେ ୪୦ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ହେଲେ ବିମାନଟି ନିରାପଦ ସହ ଅବତରଣ କରିଥିଲା।

ଓହ୍ଲେଇବା ପରେ ସଙ୍ଗେ ସଙ୍ଗେ ଯାତ୍ରୀମାନଙ୍କୁ ମେଡିକାଲ ସହୟତା ପ୍ରଦାନ କରାଯାଥିଲା। ଏହି ଘଟଣା ପାଇଁ ସ୍ପାଇସ ଜେଟ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି । ସମସ୍ତ ଆହତ ଯାତ୍ରୀଙ୍କୁ ମେଡିକାଲ ସହାୟତା ଯୋଗାଇ ଦିଆଯାଇଥିବା ବିମାନ କର୍ତ୍ତୃପକ୍ଷ କହିଛନ୍ତି।

Sonalisa

Recent Posts

ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ

ପୁରୀ: ଆଜି ଅନୁଷ୍ଠିତ ହେବ ରଥଯାତ୍ରାର ଦ୍ୱିତୀୟ ସମନ୍ୱୟ ବୈଠକ । ପୁରୀ ପୌରସଦନ ଠାରେ ଆଇନ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ…

2 mins ago

ଜାଣନ୍ତୁ ସୁନା ଦର କେତେ ରହିଛି ଆଜି

ଜାଣନ୍ତୁ, କେତେ ରହିଛି ଆଜି ସୁନା ଦର । ଯଦି ଆପଣ ବିବାହ ସିଜିନରେ ଶସ୍ତାରେ ସୁନା କିଣିବାକୁ ଚାହାଁନ୍ତି…

17 mins ago

ଭିଜିଲାନ୍ସ ଜାଲରେ ଆରଆଇ: ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଲେ

ଭଞ୍ଜନଗର: ଭିଜିଲାନ୍ସ ଜାଲରେ ଆରଆଇ । ୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ । ଗଂଜାମ…

23 mins ago

ବାଲେଶ୍ଵରରେ ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର

ବାଲେଶ୍ଵର: ହଟିଲା ଦିନ କର୍ଫ୍ୟୁ, ରାତି କର୍ଫ୍ୟୁ ବଳବତ୍ତର । ବାଲେଶ୍ଵରରେ ଆଜିଠୁ ରାତ୍ରିକାଳୀନ କର୍ଫ୍ୟୁ । ରାତି ୯ଟାରୁ…

37 mins ago

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

1 hour ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

1 hour ago