ଦେଶ ବିଦେଶ

ଭାରତରେ ଖୁବଶୀଘ୍ର ସ୍ପୁଟନିକ୍‌-Vର ୩ୟ ପର୍ଯ୍ୟାୟ ପରୀକ୍ଷଣ, ଡିସିଜିଆଇର ଅନୁମତି ଲୋଡ଼ିଲା ଡକ୍ଟର ରେଡିଜ୍‌ ଲ୍ୟାବ୍‌

ପାଖେଇଲାଣି କୋଭିଡ ଟିକାକୁ ଅନୁମତି ମିଳିବା ସମୟ । ବିତରଣ ଏବଂ ଗଛିତ ରଖିବା ପାଇଁ ପ୍ରକ୍ରିୟା ଆରମ୍ଭ କଲେଣି କେନ୍ଦ୍ର ସରକାର। ତେବେ ଏହା ଭିତରେ ବଡ଼ବଡ଼ କମ୍ପାନୀଙ୍କୁ ନିଜ କର୍ମଚାରୀଙ୍କ ପାଇଁ ସିଧାସଳଖ ଟିକା କିଣିବା ପ୍ରସ୍ତାବ ଉପରେ ବିଚାର କରୁଛନ୍ତି କେନ୍ଦ୍ର ସରକାର। ସେପଟେ ଭାରତରେ ରୁଷ ଟିକା ସ୍ପୁଟନିକ୍‌-V ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ଡିସିଜିଆଇର ଅନୁମତି ଲୋଡ଼ିଛି ଡକ୍ଟର ରେଡିଜ୍‌ ଲ୍ୟାବ୍‌ ।

ନିଜ କର୍ମଚାରୀଙ୍କ ପାଇଁ ସିଧାସଳଖ କୋଭିଡ୍‌ ଟିକା କିଣି ପାରିବେ କମ୍ପାନୀ । ବଡ଼ବଡ଼ କମ୍ପାନୀଙ୍କୁ ଭାକ୍ସିନ୍‌ କିଣିବାକୁ ମିଳିପାରେ ଅନୁମତି । ଏ ଦିଗରେ ବିଚାର କରୁଛନ୍ତି କେନ୍ଦ୍ର ସରକାର । ପ୍ରସ୍ତାବ ଉପରେ ମୋହର ଲାଗିଲେ ଟିକା ବିକାଶକାରୀଙ୍କ ସହ କମ୍ପାନୀମାନେ ସିଧାସଳଖ ଯୋଗାଯୋଗ କରିପାରିବେ। କେଉଁ କମ୍ପାନୀ ଗୁଡ଼ିକୁ ଏହି ଅନୁମତି ମିଳିବ ସେ ନେଇ ସ୍ପଷ୍ଟ ହୋଇ ନାହିଁ । ତେବେ ପେଟ୍ରୋଲିୟମ, ଷ୍ଟିଲ୍‌, ଫାର୍ମା, ସିମେଣ୍ଟ ଏବଂ କୋଇଲା କମ୍ପାନୀ ଗୁଡ଼ିକୁ ଅନୁମତି ମିଳିବା ନେଇ ସୂଚନା ରହିଛି । ଦେଶରେ ପ୍ରମୁଖ ଅର୍ଥନୈତିକ କାର୍ଯ୍ୟକଳାପ ଯେପରି ବାଧା ପ୍ରାପ୍ତ ନହୁଏ, ତାକୁ ଦୃଷ୍ଟିରେ ରଖି ଏଭଳି ଅନୁମତି ଦେବାକୁ ବିଚାର କରୁଛନ୍ତି କେନ୍ଦ୍ର ସରକାର। ଏଥିରେ ସରକାରଙ୍କୁ ଆଉ ଏକ ଫାଇଦା ମଧ୍ୟ ମିିଳିବ । ସରକାରଙ୍କ ଉପରେ ଟିକା କିଣିବା ବାବଦ ଖର୍ଚ୍ଚ ଚାପ କମିବ । କାରଣ ଟିକାକରଣ ପାଇଁ ମୋଟ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି। ଏହା ବାଦ ୨୦୨୧ ସୁଦ୍ଧା ସମସ୍ତ ଦେଶବାସୀଙ୍କୁ ଟିକା ଯୋଗାଇବା ମଧ୍ୟ ସମ୍ଭବ ନୁହେଁ । ତେଣୁ କମ୍ପାନୀଗୁଡ଼ିକୁ ଅନୁମତି ମିଳିଲେ ସେମାନେ ନିଜ କର୍ମଚାରୀଙ୍କ ପାଇଁ ଡୋଜ୍‌ ସୁରକ୍ଷିତ କରିପାରିବେ।

ନୀତି ଆୟୋଗ ସଦସ୍ୟ ଭି.କେ ପଲ୍‌ଙ୍କ ନେତୃତ୍ୱରେ ଗଠିତ ବିଶେଷଜ୍ଞ ଟିମ୍‌ ଟିକା ବିକାଶ ଉପରେ ନଜର ରଖିଛନ୍ତି। ଅକ୍ସଫୋର୍ଡ ଟିକା ସମତେ ଭାରତରେ ଦୁଇଟି ନିଜସ୍ୱ ଟିକାର ଟ୍ରାଏଲ ଚାଲିଛି। ଏବେ ରୁଷ ଟିକା ସ୍ପୁଟନିକ୍‌-ଭି ର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଭାରତରେ ହେବ । ଏଥିପାଇଁ ଡ୍ରଗ୍ସ କଣ୍ଟ୍ରୋଲର୍‌ ଜେନେରାଲ୍‌ ଅଫ୍‌ ଇଣ୍ଡିଆ- DCGIକୁ ଅନୁମତି ମାଗିଛି ହାଇଦ୍ରାବଦ କମ୍ପାନୀ ଡକ୍ଟର ରେଡିଜ୍‌ ଲାବରାଟୋରିଜ୍‌ । ଅନୁମତି ଦେବା ପୂର୍ବରୁ ଏହାର ବୈଷୟିକ ମୂଲ୍ୟାୟନ କରିବ ଡିସିଜିଆଇ । ସେପଟେମ୍ବର ୧ ରୁ ରୁଷିଆରେ ସ୍ପୁଟନିକ୍‌-ଭିର ତୃତୀୟ ପର୍ଯ୍ୟାୟ ଟ୍ରାଏଲ ଆରମ୍ଭ ହୋଇ ସାରିଛି। ଏହି ପର୍ଯ୍ୟାୟରେ ୪୦ ହଜାର ଲୋକଙ୍କୁ ଟିକା ଦିଆସରିଲାଣି । ଭାରତରେ ତୃତୀୟ ପର୍ଯ୍ୟାୟ ଟ୍ରାଏଲ ପାଇଁ ରେଡିଜ୍‌ କମ୍ପାନୀ ସହ ରାଜିନାମା କରିଛି ରୁଷ। ଭାରତକୁ ୧୦ ଡୋଜ୍‌ ଟିକା ଯୋଗାଇବାକୁ ପୂର୍ବରୁ ରେଡିଜ୍‌ ଲବରୋଟାରୀ ସହ ଚୁକ୍ତି କରିସାରିଛି ରୁଷ ।

KNews Bureau

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

27 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

31 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

48 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

51 mins ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago