୨୦୨୫ ଆରମ୍ଭରୁ ଗାଜାରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍: ୨୮ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ

ବର୍ଷର ପ୍ରଥମ ଦିନରେ ବୋହିଲା ରକ୍ତର ନଦୀ । ୨୦୨୫ ଆରମ୍ଭରୁ ଗାଜାରେ ଇସ୍ରାଏଲର ଘନଘନ ଏୟାରଷ୍ଟ୍ରାଇକ୍ ହୋଇଛି ।  ଏଥିରେ ୨୮ ଜଣ ପାଲେଷ୍ଟାଇନ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅତିକମରେ ୧୨ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ବହୁ ଶିଶୁ ଓ ମହିଳା ଅଛନ୍ତି । ଦକ୍ଷିଣ ଗାଜାର ଖାନ ୟୁନିସ ଅଞ୍ଚଳର ବେସାମରିକ ଅଞ୍ଚଳକୁ ଟାର୍ଗେଟ କରାଯାଇଥିବା ହାମାସ ଦାବି କରି ଆସୁଛି ।

ପ୍ରାୟ ୧୫ ମାସ ଧରି ଚାଲିଆସୁଥିବା ଏହି ଯୁଦ୍ଧ ନୂଆ ବର୍ଷ ଅବସରରେ ମଧ୍ୟ ଜାରି ରହିଛି ଏବଂ ବର୍ତ୍ତମାନ ସୁଦ୍ଧା ଏହାର ସମାପ୍ତ ହେବାର କୌଣସି ସଂକେତ ମିଳିପାରୁ ନାହିଁ ।  ଅକ୍ଟୋବର ଆରମ୍ଭରୁ ଇସ୍ରାଏଲ୍ ଏଠାରେ ଏକ ପ୍ରମୁଖ ଅପରେସନ୍ ଚଲାଇଛି ।  ଅଲ-ଆକସା ଶୋହାଡା ଡାକ୍ତରଖାନା ଅନୁଯାୟୀ କେନ୍ଦ୍ରୀୟ ଗାଜାର ବୁରିଜ ଶରଣାର୍ଥୀ ଶିବିରରେ ରାତାରାତି ଅନ୍ୟ ଏକ ଆକ୍ରମଣରେ ଜଣେ ମହିଳା ଏବଂ ଶିଶୁଙ୍କର ମୃତ୍ୟୁ ଘଟିଛି । ସେନା ଲୋକଙ୍କୁ ରାତାରାତି ବୁରିଜ ନିକଟସ୍ଥ ଏକ ସ୍ଥାନକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦେଇଥିଲା ଏବଂ ପାଲେଷ୍ଟାଇନ ଆତଙ୍କବାଦୀଙ୍କ ନିକଟରେ ହୋଇଥିବା ରକେଟ ଆକ୍ରମଣର ଜବାବରେ ଏହା ସେଠାରେ ଆକ୍ରମଣ କରିବ ବୋଲି କହିଛି ।

୨୦୨୩ ମସିହା ଅକ୍ଟୋବର ୭ ତାରିଖରେ ଗାଜା ଉପରେ ଆକ୍ରମଣ କରିଥିଲା IDF ।  ଏ ପର୍ଯ୍ୟନ୍ତ ୪୫ ହଜାରେରୁ ଅଧିକ ଲୋକ ପ୍ରାଣ ହରାଇଥିବା ବେଳେ ୨୩ ଲକ୍ଷ ଲୋକ ବାସଚ୍ୟୁତ ହୋଇଛନ୍ତି ।