ଶ୍ରୀଲଙ୍କାରେ ୫୦ ଟଙ୍କା ବଢ଼ିଲା ପେଟ୍ରୋଲ ଦର, ଏବେ ରୁଷ୍ରୁ ତେଲ କିଣିବାକୁ ଚାଲିଛି ଯୋଜନା
ଦୀର୍ଘ ଦିନ ଧରି ଆର୍ଥିକ ସଙ୍କଟ ଦେଇ ଗତି କରୁଥିବା ଶ୍ରୀଲଙ୍କା ଏବେ ରୁଷ୍ରୁ ତେଲ କିଣିବାକୁ ଯୋଜନା କରୁଛି। ଶ୍ରୀଲଙ୍କାର ଜଣେ ବରିଷ୍ଠ ମନ୍ତ୍ରୀ ରବିବାର କହିଛନ୍ତି, ତାଙ୍କ ଦେଶ ରୁଷ୍ରୁ ତେଲ କିଣିବାକୁ ବିକଳ୍ପ ଖୋଜୁଛି। ବୈଦେଶିକ ମୁଦ୍ରା ଭଣ୍ଡାରରେ ଆଶାତୀତ ମୁଦ୍ରା ଅଭାବ ଯୋଗୁ ଇନ୍ଧନ ଅଭାବ ଦେଇ ଗତି କରୁଛି ଶ୍ରୀଲଙ୍କା। ଏ ନେଇ ଦେଶର ବିଜୁଳି ଏବଂ ଉର୍ଜା ମନ୍ତ୍ରୀ କଞ୍ଚନ ବିଜୟଶେଖରା କହିଛନ୍ତି, ସରକାର ରୁଷ୍ରୁ ତେଲ କିଣିବାର ବିକଳ୍ପ ଖୋଜୁଛନ୍ତି।
ସେ କହିଛନ୍ତି, ଆମେ ରାଜନୈତିକ ମାଧ୍ୟମ ଖୋଜୁଛୁ। ଶ୍ରୀଲଙ୍କାକୁ ଆସିଥିବା ଶେଷ ଜାହାଜ ଏକ ରୁଷୀୟ ଜାହାଜ ଥିଲା। ଆମ ପୂର୍ବ ଋଣ ଆବେଦନକୁ ଅନ୍ତର୍ଜାତୀୟ ବ୍ୟାଙ୍କ ଖାରଜ କରିବାର କାରଣ ହେଉଛି ସେ ଜାହାଜର ମାଲିକାନା ଏକ ରୁଷ୍ କମ୍ପାନୀ ପାଖରେ ଥିଲା।
ତାଙ୍କ କହିବାନୁସାରେ, ଦୁଇ ଜଣ ମନ୍ତ୍ରୀ ଇନ୍ଧନ ଓ ଅନ୍ୟ ରାଜନୈତିକ ମାମଲାରେ ଆଲୋଚନା କରିବା ପାଇଁ ସୋମବାର ରୁଷ୍ ଗସ୍ତ କରିଛନ୍ତି। ଶ୍ରୀଲଙ୍କା ସରକାର ଗତ ସପ୍ତାହରେ ଅଶୋଧିତ ତେଲ କିଣିବାକୁ ରୁଷ୍ ଦୂତାବାସ ପକ୍ଷରୁ କୁହାଯାଇଥିବା କେତେକ କମ୍ପାନୀ ସହ ଯୋଗାଯୋଗ କରିଥିଲେ।
Sri Lanka has hiked petrol price by LKR 50 and diesel by LKR 60 respectively, the third price revision in over two months, as the country continues to reel under the worst economic crisis in decades https://t.co/v0wGMMsPRw
— Business Standard (@bsindia) June 26, 2022
ଇତି ମଧ୍ୟରେ ଶ୍ରୀଲଙ୍କାରେ ପେଟ୍ରୋଲ ଦର ୫୦ ଟଙ୍କା ଓ ଡିଜେଲ ଦାମ୍ ୬୦ ଟଙ୍କା ବଢ଼ିଛି। ଗତ ୨ ମାସରେ ତୃତୀୟ ଥର ପାଇଁ ଇନ୍ଧନ ଦାମ୍ ବୃଦ୍ଧି ପାଇଛି। ଏହି ନୂଆ ଦର ଲାଗୁ ହେବା ପରେ ପେଟ୍ରୋଲ ଲିଟର ପିଛା ୪୭୦ ଟଙ୍କା ଶ୍ରୀଲଙ୍କା ମୁଦ୍ରା ହୋଇଥିବା ବେଳେ ଡିଜେଲ ଦର ୪୬୦ ଟଙ୍କା ହୋଇଛି।
CEYPETCO announced a fuel price hike with effect from 2 AM today (Sunday).
Accordingly the new price of 92 Petrol: is Rs. 470/- , 95 Petrol: Rs. 550/- , Auto Diesel: Rs. 460/- and Super Diesel: Rs. 520/-#SriLanka #FuelPrice pic.twitter.com/YxOK8KBbJd— DailyMirror (@Dailymirror_SL) June 26, 2022
Also Read: କଥା ରଖିଲେ ରଣଦୀପ ହୁଡ୍ଡା, ସରବଜିତ୍ଙ୍କ ଭଉଣୀ ଦଲବୀର କୌରଙ୍କୁ ଦେଲେ ମୁଖାଗ୍ନି