ଦେଶ ବିଦେଶ

ଦେଶ ଛା଼ଡି ପଳାଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍‌ସେ

ନୂଆଦିଲ୍ଲୀ : ଦେଶ ଛା଼ଡି ପଳାଇଛନ୍ତି ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ରାଜପାକ୍ସେ। ଗୁପ୍ତ ଭାବେ ବିଦେଶ ଚାଲିଯାଇଥିବା ଶ୍ରୀଲଙ୍କା ସମ୍ବାଦପତ୍ର ଡେଲି ମିରରରେ ଖବର ପ୍ରକାଶ ପାଇଛି। ଜୁଲାଇ ୯ରେ ରାଷ୍ଟ୍ରପତି ଭବନକୁ ସାଧାରଣ ଜନତା ଦଖଲ କରିବା ପରେ ସେ ନୌସେନାର ଏକ ଜାହଜରେ ଆତ୍ମଗୋପନ କରିଥିଲେ।

ଆଜି ସେ ନୌସେନାର ଜାହାଜରେ ଶ୍ରୀଲଙ୍କା ଅନ୍ତର୍ଜାତୀୟ ଜଳସୀମା ଦେଇ ଚାଲିଯାଇଥିବା କୁହାଯାଇଛି। ୯ ତାରିଖ ଦିନ ନୌସେନାର ଏକ ଜାହାଜରେ ବଡ ବଡ ସୁଟକେଶ ଲଦାଯାଉଥିବା ଦେଖାଯାଇଥିଲା। ସମ୍ଭବତଃ ସେ ସବୁ ଗୋଟାବାୟାଙ୍କର ବୋଲି କୁହାଯାଇଛି। ୧୩ତାରିଖରେ ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେବେ ବୋଲି ସ୍ପଷ୍ଟ କରିଛନ୍ତି। ତାଙ୍କ ପରେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମାସିଙ୍ଘେ ଅସ୍ଥାୟୀ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ ବୋଲି ଜଣାପଡ଼ିଛି।

ଦେଶର ଆର୍ଥିକ ସଙ୍କଟର ମୁକାବିଲା କରିବାକୁ ସର୍ବଦଳୀୟ ସରକାର ଗଠନ ପାଇଁ ପ୍ରକ୍ରିୟା ଚାଲିଛି। ଆଜି ପ୍ରଧାନମନ୍ତ୍ରୀ କ୍ୟାବିନେଟ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ସର୍ବଦଳୀୟ ସରକାର ଗଠନ ପୂର୍ବରୁ ସମସ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। କ୍ଷମତା ହସ୍ତାନ୍ତର ସହ ନୂଆ ସରକାରକୁ ସହଯୋଗ କରିବାକୁ ସହମତ ହୋଇଛନ୍ତି। ଶ୍ରୀଲଙ୍କାରେ ଆର୍ଥିକ ବିପର୍ଯ୍ୟୟ ପରେ ମାର୍ଚ୍ଚ ମାସରୁ ଦେଶରେ ବିକ୍ଷୋଭ ଜାରି ରହିଛି।

ଗତ ଶନିବାର ଏହା ଉଗ୍ରରୂପ ଧାରଣ କରିଥିଲା। ହଜାର ହଜାର ଆନ୍ଦୋଳନକାରୀ ରାଷ୍ଟ୍ରପତି ଭବନ ଘେରାଉ କରି ଏହାକୁ ଦଖଲକୁ ନେଇଥିଲେ। ଗୋଟାବାୟାଙ୍କ ବାସଭବନରୁ ଗୁପ୍ତ ସୁଡ଼ଙ୍ଗ ମଧ୍ୟ ଠାବ ହୋଇଛି। ପରେ ପ୍ରଧାନମନ୍ତ୍ରୀ ରନିଲ ବିକ୍ରମାସିଙ୍ଘେଙ୍କ ପୈତୃକ ବାସଭବନରେ ନିଆଁ ଲଗାଇଦେଇଥିଲେ। ସାଧାରଣ ନାଗରିକଙ୍କୁ ସମର୍ଥନ ଜଣାଇଛନ୍ତି ଦେଶର ପୂର୍ବତନ କ୍ରିକେଟର, ଦକ୍ଷିଣପନ୍ଥୀ ସଂଗଠନ ଓ ଓକିଲ ସଂଘ। ଗତ ୨ଦିନ ଧରି ଶାନ୍ତ ରହିଛି ଶ୍ରୀଲଙ୍କାର ସ୍ଥିତି।

ଏହା ମଧ୍ୟରେ ଭାରତର ସହାୟତା ଲୋଡ଼ିଛନ୍ତି ପୂର୍ବତନ କ୍ରିକେଟର ସନତ ଜୟସୂରିଆ। ଦେଶରେ ସ୍ଥିର ସରକାର ଗଠନ ହେବା ପରେ ଆଇଏମଏଫ, ଭାରତ ଓ ସମସ୍ତ ମିତ୍ର ରାଷ୍ଟ୍ର ସହାୟତା କରିବେ ବୋଲି ସେ ଆଶା ରଖିଛନ୍ତି। ଶ୍ରୀଲଙ୍କାର ସଙ୍କଟ କାଳରେ ଭାରତର ସହଯୋଗ ପାଇଁ ସେ ଶୁଭେଚ୍ଛା ଜଣାଇଛନ୍ତି।

Niharanjan

Recent Posts

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

1 second ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

38 mins ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

2 hours ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

2 hours ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

2 hours ago