ବିମାନରେ ଯୋଗ କରିବା ପଡ଼ିଲା ମହଙ୍ଗା, ବିରକ୍ତ ହୋଇ ଅଧାରାସ୍ତାରେ ଓହ୍ଲାଇଦେଲେ କର୍ମଚାରୀ

ବିମାନରେ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ଶାନ୍ତ ରହିବାକୁ ପରାମର୍ଶ ଦିଆଯାଏ। ଭୂପୃଷ୍ଠଠାରୁ ହଜାର ହଜାର କିଲୋମିଟର ଉପରେ ଉଡୁଥିବା ବେଳେ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବା ଆଶଙ୍କାରେ ଯାତ୍ରୀଙ୍କୁ ଏଭଳି ପରାମର୍ଶ ଦିଆଯାଏ। ମାତ୍ର ଏବେ ଜଣେ ଯାତ୍ରୀ ବିମାନରେ ଯୋଗ ସହ ବ୍ୟାୟାମ କରିବାରୁ ତାଙ୍କୁ ଅଧାରାସ୍ତାରୁ ବିମାନରୁ ଓହ୍ଲାଇବାକୁ ବାଧ୍ୟ ହୋଇଛନ୍ତି କର୍ମଚାରୀ।

ଏହାସହ ପଢ଼ନ୍ତୁ:ପାକ୍‌ ଏଜେଣ୍ଟଙ୍କୁ ଗୋପନୀୟ ତଥ୍ୟ ଦେବା ଅଭିଯୋଗରେ ଜଣେ ଯବାନ ଗିରଫ

ରିପୋର୍ଟ ମୁତାବକ, ଶ୍ରୀଲଙ୍କାର ଜଣେ ନାଗରିକ ବିମାନରେ ଯାତ୍ରା କରୁଥିବା ସମୟରେ ଯୋଗ ଓ ଅନ୍ୟ ବ୍ୟାୟାମ କରିଥିଲେ। ବ୍ୟକ୍ତିଙ୍କ ଯୋଗୁ ସେଠାରେ ଉପସ୍ଥିତ ଅନ୍ୟ ଯାତ୍ରୀମାନଙ୍କ ଅସୁବିଧା ହୋଇଥିଲା। ବାରମ୍ବାର କହିବା ପରେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ନ ଶୁଣିବାରୁ ବିମାନର କର୍ମଚାରୀ ବାଧ୍ୟ ହୋଇ ତାଙ୍କୁ ଅଧାବାଟରୁ ଓହ୍ଲାଇ ଦେଇଥିଲେ। ବ୍ୟକ୍ତି ଜଣକ ବନାରସରୁ କଲମ୍ବୋ ଯାତ୍ରା କରୁଥିଲେ।

ଏହାସହ ପଢ଼ନ୍ତୁ: ରାସ୍ତା ମଝିରେ କାର୍‌ରେ ବସିଗଲା ହାତୀ, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଏହି ଭିଡିଓ

ବିମାନରୁ ଓହ୍ଲାଇବା ପରେ ବିମାନ କମ୍ପାନୀ ତାଙ୍କୁ ବକେୟା ଅର୍ଥ ମଧ୍ୟ ଫେରାଇ ଦେଇଥିବା ଜଣାଯାଇଛି। ବ୍ୟକ୍ତି ଜଣଙ୍କୁ ବର୍ତ୍ତମାନ ଏଠାକାର ଶ୍ରୀଲଙ୍କାର ଉପ ଉଚ୍ଚାୟୁକ୍ତ କାର୍ଯ୍ୟାଳୟକୁ ହସ୍ତାନ୍ତର କରାଯାଇଛି। ତାଙ୍କ ପାଖରେ ଉଭୟ ଶ୍ରୀଲଙ୍କା ଓ ଆମେରିକାର ପାସପୋର୍ଟ ଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.