ଶ୍ରୀଲଙ୍କା ରାଜନୀତିରେ ନାଟକୀୟ ମୋଡ଼

ଶ୍ରୀଲଙ୍କା (କେନ୍ୟୁଜ୍) : ପୂର୍ବତନ ରାଷ୍ଟ୍ରପତି ମହିନ୍ଦା ରାଜ୍‌ପକ୍‌ସେ ନାଟକୀୟ ଘଟଣା କ୍ରମରେ ପ୍ରଧାନମନ୍ତ୍ରୀ ପଦକୁ ଫେରିଛନ୍ତି । ରାନିଲ ବିକ୍ରମାସିଂଘେଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରି ରାଷ୍ଟ୍ରପତି ମୈତ୍ରିପାଲ ସିରିସେନା ମହିନ୍ଦା ରାଜ୍‌ପାକ୍‌ସେଙ୍କୁ ଦାୟିତ୍ୱ ଦେଇଛନ୍ତି । ରାଷ୍ଟ୍ରପତି ନିର୍ବାଚନରେ ରାଜ୍‌ପକ୍‌ସେଙ୍କ ହରାଇଥିଲେ ସିରିସେନା। ଏବେ ସେହି ସିରିସେନା ବିରୋଧୀ ରାଜ୍‌ପକ୍‌ସେଙ୍କୁ ପ୍ରଧାନମନ୍ତ୍ରୀ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟରେ ପକାଇଛନ୍ତି । ୨୦୧୫ରୁ ଶ୍ରୀଲଙ୍କାରେ ବିକ୍ରମାସିଂଘେଙ୍କ ୟୁନାଇଟେଡ୍ ନ୍ୟାସନାଲ ପାର୍ଟି ସରକାର ଥିଲା । ସରକାରଙ୍କୁ ସହଯୋଗ କରୁଥିଲା ସିରିସେନାଙ୍କ ପାର୍ଟି । କିନ୍ତୁ କିଛି ଦିନ ହେଲା ସରକାରଙ୍କ ବିଭିନ୍ନ କାମକୁ ନେଇ ସିରିସେନା-ବିକ୍ରମାସିଂଘେଙ୍କ ମଧ୍ୟରେ ମତଭେଦ ଥିଲା । ଏହାକୁ ନେଇ ସିରିସେନାଙ୍କ ଦଳ ସରକାରରୁ ସମର୍ଥନ ପ୍ରତ୍ୟାହାର କରିଥିଲା ।