ଶ୍ରୀନଗର-ଲେହ ରାଜମାର୍ଗରେ ବରଫ ସ୍ଖଳନ, ୩୦ ଏପ୍ରିଲ ଭିତରେ ରାସ୍ତା ଖୋଲିବା ଅସମ୍ଭବ

ଶ୍ରୀନଗର-ଲେହ ରାଷ୍ଟ୍ରୀୟ ରାଜମାର୍ଗରେ ଅତ୍ୟଧିକ ବରଫ ବର୍ଷା ଏବଂ ଅନ୍ୟ କିଛି ସ୍ଥାନରେ ବରଫ ସ୍ଖଳନ ହେବା କାରଣରୁ ରାଜମାର୍ଗ ଖୋଲିବାରେ ଆହୁରି ବିଳମ୍ବ ହୋଇପାରେ। ଏହି କାରଣରୁ ରାସ୍ତା ସଫା କାର୍ଯ୍ୟ ଜୋରଦାର ଚାଲିଛି। ରାଜମାର୍ଗ ସ୍ଥିତ ଜୋଜିଲାର କିଛି ସ୍ଥାନରେ ବରଫ ସ୍ଖଳନ ହୋଇଛି। ଅଧିକାରୀଙ୍କ ମତ ଅନୁଯାୟୀ ପାନୀ, ମାଥା, ସୌତାନୀ ନଳା ସମେତ ୧୦ ରୁ ୧୨ ଟି ସ୍ଥାନରେ ବରଫ ସ୍ଖଳନ ହେବା ସହ ଅତ୍ୟଧିକ ବରଫ ବର୍ଷା ମଧ୍ୟ ହୋଇଛି। ଏହି କାରଣରୁ ପୂର୍ବରୁ ନିର୍ଦ୍ଧାରିତ ତିଥି ଅନୁଯାୟୀ ୩୦ ଏପ୍ରିଲରେ ରାଜମାର୍ଗ ଖୋଲିବା ଅସମ୍ଭବ ହୋଇପାରେ। ଏହି ମାର୍ଗକୁ ଖୋଲିବା ପାଇଁ ଆହୁରି ସମୟ ଆବଶ୍ୟକ ଲାଗିବ।

ରିପୋର୍ଟ ଅନୁଯାୟୀ ଯେ ପର୍ଯ୍ୟନ୍ତ ରାସ୍ତାରୁ ସମ୍ପୂର୍ଣ୍ଣ ରୂପେ ବରଫ ସଫା କରାନଯିବ ଏବଂ ବରଫ ସ୍ଖଳନର ଭୟ ସମାପ୍ତ ନହେବ, ସେ ପର୍ଯ୍ୟନ୍ତ ରାସ୍ତାରେ ଯାନ ବାହାନ ଚଳାଚଳକୁ ଅନୁମତି ଦିଆଯିବ ନାହିଁ। ପୂର୍ବରୁ ଏହି ରାଜମାର୍ଗରେ ବରଫ ସଫା ହୋଇଥିଲା। କିନ୍ତୁ ପୁଣି ଥରେ ବରଫ ଜମିବାରୁ ଏହାକୁ ସଫା କରିବା କାମ ଆରମ୍ଭ ହୋଇସାରିଛି। ଯାତାୟାତ କରିବା ପାଇଁ ବହୁତ ଜଲଦି ଏହି ରାସ୍ତା ଖୋଲିବା ପାଇଁ ଚେଷ୍ଟା କରାଯାଉଛି। ଏହି ରାସ୍ତାରେ ପାଖାପାଖି ୧୦ ରୁ ୧୫ ଫୁଟ୍ ପର୍ଯ୍ୟନ୍ତ ବରଫ ଜମା ହୋଇଥାଏ। ବିଶେଷ ରୂପେ ସୋନାମାର୍ଗ-ଜୋଜିଲା-ମୀନାମାର୍ଗ ମଧ୍ୟରେ ଅତ୍ୟଧିକ ବରଫ ବର୍ଷା ହେଉଥିବାରୁ ପୂର୍ବ ବର୍ଷ ନଭେମ୍ଭରରେ ଏହି ରାସ୍ତାକୁ ବନ୍ଦ କରିଦିଆଯାଇଥିଲା। ଏହା ଏକ ମାତ୍ର ରାସ୍ତା ଯାହା ଲେହ ଏବଂ କାରଗିଲକୁ ଶ୍ରୀନଗର ସହ ଯୋଡିଥାଏ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଛାତ୍ରଛାତ୍ରୀଙ୍କ ପାଇଁ କିପରି କଟିବ ଦିନ

ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…

1 hour ago

ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ, ନିଷ୍ପତ୍ତି ନେଲେ ରାଜ୍ୟ ସରକାର

ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…

4 hours ago

ବାଲେଶ୍ବର ସହରରେ କର୍ଫ୍ୟୁ କୋହଳ, ଆସନ୍ତାକାଲି ଠାରୁ ଲ୍ୟାଣ୍ଡ ଲାଇନ୍ based internet ହେବ କୋହଳ

ବାଲେଶ୍ଵର :  ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…

4 hours ago

ପିସିସି ସଭାପତିଙ୍କୁ କାଳିମାଡ଼, କଂଗ୍ରେସ ଭବନରେ ପଶି କଲେ କାଳିମାଡ଼

ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…

5 hours ago

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ମୃତ

ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…

6 hours ago

ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁଲା ମୌସୁମୀ, ୨ ଦିନ ଭିତରେ ସାରା ରାଜ୍ୟକୁ ଛୁଇଁବ

ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…

7 hours ago