ଦେଶ ବିଦେଶ

ଭୋକ ସହି ନ ପାରି ପ୍ରବାସୀ ଶ୍ରମିକ ଖାଇଲେ ମଲା କୁକୁରର ମାଂସ, ଭିଡିଓ ଭାଇରାଲ୍‌ ପରେ ଦେଶ ସ୍ତବ୍ଧ

ଜୟପୁର : କଥାରେ ଅଛି ‘ଭୁବୁକ୍ଷିତ କିଂ ନ କରୋତି ପାପଂ’ । ଅର୍ଥାତ୍‌ ଭୋକିଲା ଲୋକ କିଛି ବି ପାପ କରିପାରେ । ଏହି କଥନର ସତ୍ୟତା ଆଜି ଦେଖାଯାଇଛି ଦିଲ୍ଲୀ- ଜୟପୁର ଜାତୀୟ ରାଜପଥରେ ।

ଭୋକ ବିକଳରେ ଜଣେ ପ୍ରବାସୀ ଶ୍ରମିକ ଏକ ମଲା କୁକୁରର ମାଂସ ଖାଇବାକୁ ପଛାଇ ନାହାଁନ୍ତି । ଦେଶରେ ଲକ୍‌ଡାଉନ୍‌ ଯୋଗୁ ବିଭିନ୍ନ ରାଜ୍ୟରେ ଫସି ରହିଥିବା ଶ୍ରମିକମାନେ ଅର୍ଥ ଅଭାବରୁ ଚଲା ପଥରେ ହଜାର ହଜାର କି.ମି ଅତିକ୍ରମ କରୁଛନ୍ତି ।

ଏଭଳି ଏକ ପରିସ୍ଥିତିରେ ଜଣେ ଶ୍ରମିକ ରାସ୍ତାରେ ଯାଉଥିବା ବେଳେ ଭୋକର ଜ୍ୱାଳା ସହି ନପାରି ରାସ୍ତାରେ ପଡ଼ିଥିବା ଏକ ମଲା କୁକୁର ମାଂସ ଖାଉଥିବା ଦେଖିବାକୁ ମିଳିଛି । ଏହି ଭିଡ଼ିଟିକୁ ପଠାଇଥିବା ବ୍ୟକ୍ତି ଜଣକ ହେଉଛନ୍ତି ପ୍ରଧୁମାନ୍‌ ସିଂ ନରୁକା ।

 

 

ସେ କହିଛନ୍ତି ‘ ମୁଁ କାର୍‌ ଯୋଗେ ଦିଲ୍ଲୀ ଯାଉଥିବା ବେଳେ ଜଣେ ବ୍ୟକ୍ତି ରାସ୍ତାରେ ପଡ଼ିଥିବା ଏକ ମଲାକୁକୁର ମାଂସ ଖାଉଥିବା ଦେଖିଲି ’ । ତେଣୁ ତାଙ୍କୁ କିଛି ଖାଦ୍ୟ ଓ ପାନୀୟ ଦେଇ ଏହି ଭିଡ଼ିଓଟିକୁ ସରକାରଙ୍କ ଉଦ୍ଦେଶ୍ୟରେ ପଠାଇଛି ।

 

ଯାହାଦ୍ୱାରା ସରକାରଙ୍କ ଆଖି ଖୋଲିବ ବୋଲି ସେ କହିଛନ୍ତି । ଊକ୍ତ ଲୋକ ଜଣକ ପ୍ରାୟ ଦଶ ଦିନ ହେବ କିଛି ଖାଇ ନଥିବା ପ୍ରକାଶ କରିଥିଲେ । ଏହି ଭିଡିଓ ଭାଇରାଲ୍‌ ହେବା ପରେ ଲୋକଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି ହୋଇଛି । ବହୁତ ବ୍ୟକ୍ତି ଟ୍ଵିଟର ଯୋଗେ ସୋସିଆଲ୍‌ ମିଡ଼ିଆରେ ତାଙ୍କର ପ୍ରତିକ୍ରିୟା ପଠାଇଛନ୍ତି ।

Niharanjan

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

28 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

30 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago