ଆଜି ଲୌହ ମାନବଙ୍କ ଜୟନ୍ତୀ, କିଛି ସମୟ ପରେ ଉଦଘାଟନ ହେବ ବିଶ୍ବର ବିଶାଳ ମୂର୍ତ୍ତି

ଆଜି ଲୌହମାନବ ତଥା ଦେଶର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ । ଏହି ଅବସରରେ ତାଙ୍କ ପ୍ରତିମୂର୍ତ୍ତି- Statue of Unityକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉନ୍ମୋଚନ କରିବେ । ଗୁଜୁରାଟ ନର୍ମଦା ଜିଲ୍ଲା ସର୍ଦ୍ଦାର ସରୋବରରେ ୧୮୨ ମିଟର ବା ୫୯୭. ୧୧ ଫୁଟ୍‌ ଉଚ୍ଚତା ବିଶିଷ୍ଟ ଏହି ପ୍ରତିମୂର୍ତ୍ତି ଉନ୍ମୋଚନ ହେବ । ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଅସୀମ ତ୍ୟାଗ ଓ ଏକତାର ସୂତ୍ରରେ ଦେଶବାସୀଙ୍କୁ ବାନ୍ଧି ରଖିବା ପାଇଁ ପ୍ରୟାସର ଏହା ପ୍ରତୀକ ।

ଏହି ପ୍ରତିମୂର୍ତ୍ତିର ଡିଜାଇନ ରାମ୍‌ ଭି. ସୂତାର କରିଥିବା ବେଳେ ଆର୍କିଟେକ୍ଟ ଭାବେ କାମ କରିଛନ୍ତି ଯୋଶେଫ୍‌ ମୀନା । ଉନ୍ମୋଚିତ ହେବା ପରେ ପ୍ରତିମୂର୍ତ୍ତି ସର୍ବସାଧାରଣ ଦେଖି ପାରିବେ । ୨୦୧୩ ଅକ୍ଟୋବରରେ ଏହାର ଶିଳାନ୍ୟାସ ହୋଇଥିଲା । ନରେନ୍ଦ୍ର ମୋଦି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବାବେଳେ ଏହାର ଶିଳାନ୍ୟାସ ହୋଇଥିଲା । ୩୩ ମାସ ସମୟ ଭିତରେ ଏହାର ନିର୍ମାଣ ଶେଷ ହୋଇଛି । ଏଥିରେ ଖର୍ଚ୍ଚ ହୋଇଛି ୨୯୮୯ କୋଟି ଟଙ୍କା । ଏହା ବିଶ୍ୱର ସବୁଠାରୁ ଉଚ୍ଚତମ ପ୍ରତିମୂର୍ତ୍ତି ।