ରାଜ ପରିବାର ସଂପର୍କୀୟ କହି ଠକେଇ ଅଭିଯୋଗ : ୨୩ଲକ୍ଷ ଟଙ୍କାର ହୋଟେଲ ବିଲ ନଦେଇ ଚମ୍ପଟ ମାରିଲେ ମହମ୍ମଦ ସରିଫ

ନୂଆଦିଲ୍ଲୀ : ରାଜ ପରିବାର ସଂପର୍କୀୟ କହି ଠକେଇ ଅଭିଯୋଗ । ନିଜକୁ ରାଜ ପରିବାର ସଂପର୍କୀୟ ବୋଲି ପରିଚୟ ଦେଲେ । ଫାଇଭ ଷ୍ଟାର ହୋଟେଲରେ ରହିଲେ । କିନ୍ତୁ ୨୩ଲକ୍ଷ ଟଙ୍କାର ବିଲ ନଦେଇ ଫେରାର ହୋଇଗଲେ । ଦିଲ୍ଲୀରୁ ଏଭଳି ଘଟଣା ସାମନାକୁ ଆସିଛି । ଅଭିଯୁକ୍ତଙ୍କ ନାମ ମହମ୍ମଦ ସରିଫ । ହୋଟେଲ କର୍ମଚାରୀଙ୍କୁ ସେ ୟୁଏଇର ନିବାସୀ ଓ ଆବୁ ଧାବିର ରାଜପରିବାରର ଶେଖ ଫଲାହ ବିନ ଜାୟଦ ଅଲ ନାହୟାନ ସହ ମିଶିକି କାମ କରନ୍ତି ବୋଲି କହିଥିଲେ । ହୋଟେଲରେ ଅଗଷ୍ଟ ମାସରେ ଚେକ୍‌ ଇନ୍‌ କରିଥିଲେ ମହମ୍ମଦ ସରିଫ । ହୋଟେଲରେ ତାଙ୍କ ନାଁରେ ୨୩ଲକ୍ଷ ଟଙ୍କାର ବିଲ୍‌ ହୋଇଛି । କିନ୍ତୁ ବିଲ ନଦେଇ ଏବେ ସେ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ଦିଲ୍ଲୀ ପୋଲିସ ସରିଫକୁ ଖୋଜୁଛି ।

ଶନିବାର ଲୀଲା ପ୍ୟାଲେସ ହୋଟେଲ ମ୍ୟାନେଜମେଣ୍ଟ ପକ୍ଷରୁ ଥାନାରେ ଚୋରି ଓ ଠକେଇ ନେଇ ଅଭିଯୋଗ ହୋଇଛି । ଅଭିଯୋଗ ହୋଇଛି ମହମ୍ମଦ ସରିଫ ହୋଟେଲ ରୁମରୁ ରୂପା ବାସନ, ମୋତିର ଟ୍ରେ ସହ ଅନେକ ଜିନିଷ ଚୋରି କରିନେଇଛନ୍ତି । ସରିଫ ହୋଟେଲରେ ଜମା କରିଥିବା କାଗଜପତ୍ର ଅସଲି କି ନକଲି ତାର ବି ଯାଞ୍ଚ କରୁଛି ପୋଲିସ ।

Leave A Reply

Your email address will not be published.