କ୍ରେନ୍ ଲଗାଇ ଦିନ ଦ୍ବିପ୍ରହରରେ କାର୍ ଚୋରି କରୁଥିଲା ଏହି ଗ୍ୟାଙ୍ଗ, ସତ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଗଲା ପୋଲିସ୍

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କାର ଚୋରୀ କରୁଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ ହୋଇଛି । ଏହି ଗ୍ୟାଙ୍ଗ କ୍ରେନ୍ ସାହାର୍ଯ୍ୟରେ ଦିନ ଦ୍ବିପ୍ରହରରେ ଏପରି ଭାବେ କାର ଉଠାଇ ନେଇଥାନ୍ତି ଯେପରି ଅବୈଧ୍ୟ ପାର୍କିଙ୍ଗରେ ଲାଗିଥିବା କାରକୁ ଉଠାଇ ନିଆଯାଇଥାଏ । ଏହି ଗ୍ୟାଙ୍ଗ ୧୦୦ରୁ ଅଧିକ କାର୍ ଚୋରୀ କରିବାରେ ସଫଳ ହୋଇଥିବାବେଳେ ସୋମବାର କିନ୍ତୁ ସେମାନଙ୍କୁ ଏହି ଚୋରୀ କରିବା କାର୍ଯ୍ୟ ମହଙ୍ଗା ପଡିଛି।

ସୂଚନା ଅନୁଯାୟୀ ସେଣ୍ଟ୍ରାଲ୍ ଡିଷ୍ଟ୍ରିକ୍ଟରେ କ୍ରେନ୍ ସମେତ ଧରା ପଡିଥିବା ଏହି ଗ୍ୟାଙ୍ଗ ସୋମବାର ସଂନ୍ଧ୍ୟାରେ ଡିବିଜି ରୋଡ୍ ଇଲାକାରେ ରୋଡ ସାଇଡରେ ଠିଆ ହୋଇଥିବା ଏକ କାରକୁ ଉଠାଇ ନେଇ ଯାଉଥିଲେ । କ୍ରେନରେ କାରର ଚକ ଗୁଡିକ ଘୋଷଡା ଘୋଷଡି ହେଉଥିବାର ଦେଖି ପୋଲିସକୁ ସନ୍ଦେହ ହୋଇଥିଲା । ଏହା ପରେ ପୋଲିସ୍ ସେଠାକୁ ଯାଇ ପଚରା ଉଚରା କରିବା ପରେ ସବୁ କଥା ସାମ୍ନାକୁ ଆସିଥିଲା । କ୍ରେନ୍ ରେ ଥିବା ତିନି ଅଭିଯୁକ୍ତଙ୍କ ପରିଚୟ ଛତ୍ରପୁରର ନିବାସୀ ଘେବରରାମ,ସାକିର ଏବଂ ରାଜସ୍ଥାନ ଜୟପୁରର ଟୋଙ୍କ ନିବାସୀ ସୁନିଲ କୁମାର ରୂପେ ହୋଇଛି । ତିନିଜଣଙ୍କୁ ପୋଲିସ୍ ଗିରଫ କରିଛି ।

arrestଅନ୍ୟପଟେ ଅଭିଯୁକ୍ତଙ୍କୁ ପଚରା ଉଚରା ସମୟରେ ଗୋଟେ ପରେ ଗୋଟେ ସତ ସାମ୍ନାକୁ ଆସିଥିଲା। ଯାହାକୁ ଶୁଣି ପୋଲିସ୍ ମଧ୍ୟ ସ୍ତବ୍ଧ ହୋଇ ରହିଯାଇଥିଲା । ଅଭିଯୁକ୍ତ ମାନେ ଟିଭିରେ କ୍ରାଇମ୍ ସିରିୟଲ୍ ଦେଖି ଚୋରି କରିବା ପାଇଁ ପ୍ଳାନ୍ ପ୍ରସ୍ତୁତ କରିଥାନ୍ତି। ସେଠାରୁ ଆଇଡିଆ ପାଇ ଦିଲ୍ଲୀରେ ୧୦୦ରୁ ଅଧିକ କାର କ୍ରେନ୍ ସାହାର୍ଯ୍ୟରେ ଚୋରି କରିଛନ୍ତି। ତେବେ ଏହି ଗ୍ୟାଙ୍ଗର ନେଟୱର୍କ ବହୁ ରାଜ୍ୟକୁ ଲମ୍ବିଛି ।

ପୋଲିସ୍ କହିଛି କି, କିଛି ଦିନ ହେବ ଅଭିଯୋଗ ଆସୁଥିଲା କି ଟ୍ରାଫିକ୍ ପୋଲିସ୍ ପରି କିଛି ଲୋକ କାରକୁ କ୍ରେନ୍ ସାହାର୍ଯ୍ୟରେ ଉଠାଇ ନେଇଯାଉଛନ୍ତି । ଡିବିଜି ରୋଡ୍ ଥାନା ପୋଲିସ୍ ଏନେଇ ଆଲର୍ଟ ରହିଥିଲା। ଯାହାଫଳରେ ଅଭିଯୁକ୍ତମାନେ ଖସିପଳାଇବାରେ ବିଫଳ ହୋଇଥିଲେ । ତଦନ୍ତ ସମୟରେ ଜଣାପଡିଛି କି, ଗାଡି ଗୁଡିକ ଚୋରି କରିବାପରେ ମେରଠ ଏବଂ ଗାଜିୟାବାଦରେ କବାଡିଆ ମାନଙ୍କୁ ବିକ୍ରି କରିଦେଇଥାନ୍ତି । ଯେଉଁମାନେ ଗାଡି ଗୁଡିକୁ କାଟିବା ପରେ ତାର ପାର୍ଟସ୍ କୁ ବିକ୍ରି କରିଦେଇଥାନ୍ତି । ପୋଲିସ୍ ଗ୍ୟାଙ୍ଗରେ ସାମିଲ୍ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ପ୍ରୟାର ଜାରି ରଖିଛି।