ମା’କୁ ପ୍ରେମିକ ସହିତ ଅସଞ୍ଜତ ଅବସ୍ଥାରେ ଦେଖିଦେଲା ୫ ବର୍ଷର ପୁଅ, ଦୁହେଁ ମିଶି ବାଟରୁ ହଟେଇଦେଲେ କଣ୍ଟା

ପ୍ରେମିକ ସହ ମିଶି ୫ ବର୍ଷର ନାବାଳକ ପୁଅର ହତ୍ୟା କଲା ମା’। ପ୍ରେମିକ ସହ ମା’କୁ ଅସଞ୍ଜତ ଅବସ୍ଥାରେ ଦେଖିଦେଇଥିଲା ନାବାଳକ ପୁଅ । ସେଥିପାଇଁ ପୁଅର ହତ୍ୟା କରିଦେଲା ମା’। ଏହି ମାମଲାରେ ଉତ୍ତରପ୍ରଦେଶ ହାପୁଡ ଜିଲ୍ଲାର ଏକ ଅଦାଲତ ମହିଳା ଏବଂ ତାଙ୍କ ପ୍ରେମିକକୁ ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି ।
ଖବର ମୁତାବକ, ଉତ୍ତରପ୍ରଦେଶର ହାପୁଡ ଜିଲ୍ଲାରେ ମୃତ ନାବାଳକର ନିଜ ମା’ଙ୍କ ମୃତ୍ୟୁ ପରେ ବାପା ଦ୍ୱିତୀୟ ବିବାହ କରିଥିଲେ । ହେଲେ ସାବତ ମା’ର ବାହାଘର ପରେ ବି ପୂର୍ବ ପ୍ରେମିକ ସହ ସମ୍ପର୍କ ଥିଲା । ଘରେ ମହିଳା ଜଣକ ପ୍ରେମିକ ସହିତ ଅସଞ୍ଜତ ଅବସ୍ଥାରେ ଦେଖିଦେଇଥିଲା ନାବାଳକ ପୁଅ । ଏହି ପରକ୍ରୀୟା ପ୍ରୀତି ସମ୍ପର୍କରେ ସ୍ବାମୀକୁ ପୁଅ କହିଦେବାର ଭୟ ଥିଲା । ତେଣୁ ପ୍ରେମିକ ସହ ମିଶି ନାବାଳକ ପୁଅର ତଣ୍ଟି ଚିପି ହତ୍ୟା କରିଥିଲା ସାବତ ମା’ । ପୁଅ ହତ୍ୟା କରିବା ପରେ ଘରେ ଥିବା ଏକ ସିନ୍ଦୁକ ଭିତରେ ମୃତଦେହକୁ ଲୁଚାଇ ଦେଲା ।
ଘରୁ ବାପା ଆସି ପୁଅକୁ ଖୋଜି ପାଇନଥିଲେ ବାପା । ଅନେକ ଖୋଜାଖୋଜି ପରେ ପୁଅକୁ ନପାଇବା ପରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ତଦନ୍ତ ଆରମ୍ଭ କରି ଖୋଜାଖୋଜି କରିବା ପରେ ପୁଅକୁ ସିନ୍ଦୁକ ଭିତରୁ ପାଇଥିଲେ । ଏହାପରେ ମା’ ଉପରେ ସନ୍ଦେହ ଜାତ ହୋଇଥିଲା । ପୋଲିସ ମା’କୁ ପଚରାଉଚରା କରିବା ପରେ ସବୁ ସତ ସାମ୍ନାକୁ ଆସିଥିଲା ।
ବାପାଙ୍କ ଅଭିଯୋଗ ଆଧାରରେ ପୋଲିସ ମା’ ଏବଂ ପ୍ରେମିକକୁ ଗିରଫ କରିଥିଲା । ଏବେ ଦୁଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ । ଏହାସହ ୨୫ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରିଛନ୍ତି । ତେବେ ଏହି ଘଟଣାଟି ୨୦୨୦ ମସିହା ଫେବୃଆରୀ ୨୦ ତାରିଖରେ ଘଟଣା ଘଟିଥିଲା । ଦୀର୍ଘ ୫ ବର୍ଷ ପରେ ଏହି ଦଣ୍ଡ ମିଳିଛି ।
Also Read : ସୌରଭ ବହୁତ ଭଲ ପାଉଥିଲା, ଆମ ଝିଅ ହିଁ ବଦମାସ, ତାକୁ କଠୋର ଦଣ୍ଡ ମିଳୁ : ମୁସ୍କାନଙ୍କ ମା’ ବାପା