ଏୟାରପୋର୍ଟରେ ପକ୍ଷୀ ଓ ବନ୍ୟଜନ୍ତୁ ଜନିତ ବିପଦ ଏଡ଼ାଇବାକୁ ପଦକ୍ଷେପ ନିଅ, ଦେଶରେ ସବୁ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଡିଜିସିଏର ଚିଠି

କେନ୍ୟୁଜ୍(ବ୍ୟୁରୋ): ଦେଶରେ ଥିବା ସବୁ ବିମାନବନ୍ଦର ନିର୍ଦ୍ଦେଶକଙ୍କୁ ଡିଜିସିଏର ଚିଠି । ଏୟାରପୋର୍ଟରେ ପକ୍ଷୀ ଓ ବନ୍ୟଜନ୍ତୁ ଜନିତ ବିପଦ ଏଡ଼ାଇବାକୁ ପଦକ୍ଷେପ ନେବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଡିଜିସିଏ । ଗତକାଲି ବିହାର ପାଟନା ବିମାନବନ୍ଦରରେ ଉଡ଼ାଣ ଭରୁଥିବା ସମୟରେ ସ୍ପାଇସଜେଟ୍‌ ବିମାନରେ ନିଆଁ ଲାଗିବା ଘଟାଣା ପରେ ତତ୍ପରତା ପ୍ରକାଶ କରିଛି ଡିଜିସିଏ। ଏଥିପାଇଁ ସମସ୍ତ ବିମାନବନ୍ଦର କର୍ତ୍ତୁପକ୍ଷଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଏବେ ମୌସୁମୀ ଋତୁ ଚାଲିଥିବାରୁ ପଶୁ ପକ୍ଷୀଙ୍କ ଚଳପ୍ରଚଳ ବୃଦ୍ଧି ଘଟିବାର ଆଶଙ୍କା ରହିଛି। ଯାହା ବିମାନ ଚଳାଚଳ ପାଇଁ ବାଧକ ଓ ବିପଦପୂର୍ଣ୍ଣ ଅଟେ ।

ତେଣୁ ଏସଂପର୍କରେ ପଦକ୍ଷେପ ନେବାକୁ ଚିଠିରେ ଲେଖିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ। ବିମାନ ବନ୍ଦରରେ ରହିଥିବା ଘାସକୁ ଯଥା ସମୟରେ ଟ୍ରିମିଂ କରିବା, କ୍ରମାଗତ ଭାବଗରେ ରନୱେ୍ଵର ଯାଞ୍ଚ କରିବା, ପକ୍ଷୀ ଘଉଡ଼ାଳିଙ୍କୁ ମୁତୟନ କରିବା, ପଶୁପକ୍ଷୀ ଆକର୍ଷିତ ହେଉଥିବା ବର୍ଜ୍ୟବସ୍ତୁକୁ ସଫା କରିବା ଓ ପରିସରରେ ଥିବା ଖୋଲା ମୁକୁଳା ମଇଳା ଡ୍ରେନର ମୁହଁ ଘୋଡ଼ଇବା ଭଳି ପଦକ୍ଷେପ ନେବାକୁ ଏଥିରେ ନିର୍ଦ୍ଦେଶ ରହିଛି । ସେହିପରି ବିମାନବନ୍ଦର ବାହାରେ ମଧ୍ୟ ଏୟାରପୋର୍ଟ ଏନ୍‌ଭାର୍ମେଣ୍ଟ ମେନେଜମେଣ୍ଟ କମିଟି ବା ଏଇଏମ୍‌ସି ବୈଠକ କରି ସୁରକ୍ଷା ସଂକ୍ରନ୍ତିୟ ପଦକ୍ଷେପ ନେଇ ପଶୁପକ୍ଷୀ ଜନିତ ଦୁର୍ଘଟମାକୁ ହ୍ରାସ କରିବାକୁ ପଦକ୍ଷେପ ନେବାକୁ କହିଛନ୍ତି। ଏୟାରପୋର୍ଟ ୱାଇଲ୍ଡ ଲାଇଫ ହାଜାର୍ଡ ଟିମ ଏହାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.