ଦେଶ ବିଦେଶ

ପାଟନାରେ ନୀତୀଶ କୁମାରଙ୍କ କାରକେଡ୍‌କୁ ପଥର ମାଡ: ଭାଙ୍ଗିଲା ଅନେକ ଗାଡିର କାଚ, ୧୩ ଗିରଫ

ବିହାରର ରାଜଧାନୀ ପାଟନାରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡି ଉପରକୁ ପଥରରେ ଆକ୍ରମଣ। ପଥର ମାଡରେ ଅନେକ ଗାଡିର କାଚ ଭାଙ୍ଗିଯାଇଛି। ଆକ୍ରମଣ ସମୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୌଭାଗ୍ୟବଶତଃ ଗାଡିରେ ନଥିଲେ । ଏହି ଘଟଣାରେ ଏପର୍ଯ୍ୟନ୍ତ ୧୩ ଜଣ ଗିରଫ ହୋଇଛନ୍ତି। ଏହି ଘଟଣା ରାଜଧାନୀ ପାଟନାର ଗୌରୀଚକର ସୋହଗି ଗାଁ ନିକଟରେ ଘଟିଛି। କିଛି ଅଜ୍ଞାତ ଲୋକ ପଥରମାଡ କରିଥିଲେ। ଏହି କାରକେଡରେ କେବଳ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାରେ ଥିବା ସୁରକ୍ଷାକର୍ମୀ ରହିଥିଲେ।

ସୂଚନାଯୋଗ୍ୟ, ସୋମବାର ଦିନ ନୀତୀଶ କୁମାର ବିହାର ଜିଲ୍ଲାର ଗୟାକୁ ଯିବାର କାର୍ଯ୍ୟକ୍ରମ ରହିଥିଲା। ସେଠାରେ ମରୁଡି ସ୍ଥିତିକୁ ନେଇ ଏକ ବୈଠକରେ ଯୋଗ ଦେଇଥାନ୍ତେ।ଏଥିସହ ସେଠାରେ ନିର୍ମାଣଧୀନ ରବର ଡ୍ୟାମର ସ୍ଥିତି ନୀରିକ୍ଷଣ କରିବେ। ମୁଖ୍ୟନ୍ତ୍ରୀ ଗୟା ହେଲିକ୍ଟପରରେ ଯିବେ କିନ୍ତୁ ହେଲିପ୍ୟାଡରୁ ଅନ୍ୟ ଜାଗାକୁ ଯିବା ପାଇଁ ତାଙ୍କ କାରକେଡ୍‌ ପଟନା ପଠାଯାଇଥିଲା।

ତେବେ ପ୍ରାୟ ଗୋଟିଏ ସପ୍ତାହ ତଳେ ନିଖୋଜ ଯୁବକଙ୍କ ମୃତଦେହ ବେଉରରୁ ମିଳିଛି। ଏହାକୁ ନେଇ ଉତ୍ତେଜିତ ଗାଁ ଲୋକେ ଗୌରୀଚଚକର ସହୋଗି ବାଙ୍କ ନିକଟରେ ପାଟନା-ଗୟା ମୁଖ୍ୟ ମାର୍ଗରେ ଚକା ଜାମ କରିଥିଲେ। ଠିକ୍ ଏହି ସମୟରେ ଉକ୍ତ ମାର୍ଗ ଦେଇ ନୀତୀଶ କୁମାରଙ୍କ କାରକେଡ୍ ଯାଉଥିଲା।ଏହାକୁ ଦେଖି ଗାଁ ଲୋକେ ଉଗ୍ର ହୋଇ ଉଠିଥିଲେ ଏବଂ ଗାଡି ଉପରକୁ ପଥରମାଡ କରିବା ଆରମ୍ଭ କରି ଦେଇଥିଲେ। ଫଳରେ ଅନେକ ଗାଡିର କାଚ ଭାଙ୍ଗିଯାଇଥିଲା।

ନିକଟରେ ଖରାପ ପାଗ ଯୋଗୁ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ହେଲିକାପ୍ଟରକୁ ଗୟାରେ ଜରୁରୀକାଳୀନ ଅବତରଣ କରିଥିଲା । ସିଏମ୍ ନୀତୀଶ କୁମାର ରାଜ୍ୟରେ ମରୁଡ଼ି ସ୍ଥିତିର ସମୀକ୍ଷା କରିବାକୁ ବାହାରିଥିଲେ। ହେଲେ ଏହି ସମୟରେ ପାଗ ବିଗିଡ଼ି ଯିବାରୁ ଗୟାରେ ତାଙ୍କ ହେଲିକାପ୍ଟର ଜରୁରୀ ଅବତରଣ କରିଥିଲା। ଏହାପରେ ଗୟାରୁ ସିଏମ୍ ସଡ଼କ ମାର୍ଗ ଦେଇ ପାଟନା ଯାଇଥିଲେ।

ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ପରେ ପୁଣିଥରେ ୮ମ ଥର ପାଇଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଶପଥ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ଭାବେ ନୀତୀଶ କୁମାର ଶପଥ ନେଇଥିବା ବେଳେ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ।

 

Swagatika

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 min ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

34 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

36 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

42 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

51 mins ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

51 mins ago