ଫାଇଲର ପୃଷ୍ଠା ଓଲଟାଇବା ପାଇଁ ଛେପ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦେଲେ ଅଧିକାରୀ

ଉତ୍ତରପ୍ରଦେଶର ରାୟବରେଲୀ ଜିଲ୍ଲାର ମୁଖ୍ୟ ବିକାଶ ଅଧିକାରୀ ଏକ ଆଦେଶ ଜାରି କରିଛନ୍ତି। ଫାଇଲର ପୃଷ୍ଠା ଓଲଟାଇବା ପାଇଁ ଛେପର ବ୍ୟବହାର ନ କରିବାକୁ ଆଦେଶ ଜାରି କରାଯାଇଛି। ବିକାଶ ଅଧିକାରୀ ଏହି ସମ୍ବନ୍ଧରେ ଏହି ଆଦେଶ ଜାରି କହିଛନ୍ତି ଯେ, ଏପରି କରିବା ଦ୍ୱାରା ରୋଗାଗ୍ରସ୍ତ ହେବାର ସମ୍ଭାବନା ବେଶ୍ ବଢିଯାଇଥାଏ । ଏହି ଅଭ୍ୟାସରୁ ଦୂରେଇ ରହିଲେ ସଂକ୍ରମିତ ରୋଗରେ ପଡିବା ନେଇ ବିପଦ କମ୍ ରହିବ।

notice

ରାୟବରେଲି ଜିଲ୍ଲା ବିକାଶ ଅଧିକାରୀ କହିଛନ୍ତି ଯେ, ଅଧିକାଂଶ ସମୟରେ ଅଧିକାରୀ ଓ କର୍ମଚାରୀ ଫାଇଲର ପୃଷ୍ଠାଗୁଡ଼ିକୁ ଓଲଟାଇବା ପାଇଁ ଛେପ ବ୍ୟବହାର କରୁଛନ୍ତି। ଏହା ଦ୍ବାରା ସଂକ୍ରମଣ ରୋଗ ବ୍ୟାପିବାର ଆଶଙ୍କା ବେଶି ରହୁଛି । ବିକାଶ ଅଧିକାରୀଙ୍କ ଆଦେଶ ମୁତାବକ, ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ (ବିକାଶ)/ ଖଣ୍ଡ ବିକାଶ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସଂକ୍ରମଣ ରୋଗରୁ ବର୍ତ୍ତିବା ପାଇଁ ଫାଇଲର ପୃଷ୍ଠା ଓଲଟାଇବା ସମୟରେ ଛେପର ବ୍ୟବହାର ବ୍ୟବହାର ନ କରି ଏଥିପାଇଁ ପାଣିର ସ୍ପଞ୍ଜ ବ୍ୟବହାର କରନ୍ତୁ । ଏହି ନିୟମକୁ କଡାକଡି ଭାବରେ ଲାଗୁ କରାଯିବା ନେଇ ଅଧିକାରୀ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.