ହେଲିକପ୍ଟରରେ ଉଡ଼ୁଥିବା ବେଳେ ମରୁଭୂମିରେ ଏକ ୧୦ ଫୁଟର ଅଜବ ଜିନିଷ ଦେଖିଲେ ପାଇଲଟ୍‌, କେହି ବି ଜାଣିପାରୁନାହାନ୍ତି ଏହା କ’ଣ?

ଆମେରିକାରେ ହେଲିକପ୍ଟର ଉଡ଼ାଇବା ବେଳେ ପାଇଲଟ୍‌ ଏକ ଆଶ୍ଚର୍ଯ୍ୟ କରି ଦେବା ଭଳି ଜିନିଷ ଆବିଷ୍କାର କରିଛନ୍ତି। ଆମେରିକାର ଉଟାହ ଉପରେ ଉଡ଼ିବା ବେଳେ ପାଇଲଟ୍‌ ଏକ ଅତି ବିଶାଳ ଓ ଅଦ୍ଭୁତ ଆକୃତିର ଜିନିଷ ଦେଖିବାକୁ ପାଇଥିଲେ। ପାଖକୁ ଯାଇ ଦେଖିବା ବେଳକୁ ତାହା ଆଶ୍ଚର୍ଯ୍ୟ କରି ଦେବା ଭଳି ଥିଲା।

ବିବିସି ରିପୋର୍ଟ ମୁତାବକ, ରହସ୍ୟମୟ ଜିନିଷଟି ମେଟାଲରେ ନିର୍ମିତ। ଏହାର ଉଚ୍ଚତା ଥିଲା ପ୍ରାୟ ୧୦ରୁ ୧୨ ଫୁଟ୍‌ ହେବ। ଆମେରିକା ଉଟାହ ରାଜ୍ୟର ଏକ ଉପାନ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ଜିନିଷଟି। ଗଣମାଧ୍ୟମ ସହ କଥାବାର୍ତ୍ତା କରିବା ଅବସରରେ ପାଇଲଟ୍‌ ବ୍ରେଟ୍‌ ହୁଚିଙ୍ଗସ୍‌ କହିଛନ୍ତି, ଆକାଶରେ ଉଡ଼ିବା ବେଳେ ଆଗରୁ କେବେ ବି ଏଭଳି ରହସ୍ୟମୟ ଜିନିଷ ଉପରେ ନଜର ପଡ଼ିନାହିଁ। ସେ କହିଛନ୍ତି, ହେଲିକପ୍ଟରରେ ଜଣେ ବାୟୋଲୋଜିଷ୍ଟ ମଧ୍ୟ ଥିଲେ। ସେ ହିଁ ପ୍ରଥମେ ଏହି ଜିନିଷକୁ ଦେଖିଥିଲେ।

utah desertତେବେ କିଏ ଓ କାହିଁକି ଏହି ଶୂନଶାନ୍‌ ଅଞ୍ଚଳରେ ଏତେ ବଡ଼ ମେଟାଲ ଖମ୍ବ ରଖିଛି, ତାହା ଏବେ ଯାଏଁ ଜଣାପଡ଼ିନାହିଁ। ସରକାରୀ ଜମିରେ ଏଭଳି ମେଟାଲ ଖମ୍ବ ଲଗାଇବା ବେଆଇନ୍‌ ହୋଇଥିବାରୁ ସ୍ଥାନୀୟ ପ୍ରଶାସନ ଏବେ ଏହାର ତଦନ୍ତ କରୁଛି। ଅନ୍ୟପଟେ ଉଟାହର ହାଇେଓ୍ଵ ପେଟ୍ରୋଲ ସୋସିଆଲ ମିଡିଆରେ ଏହି ଫଟୋ ପୋଷ୍ଟ କରି ପଚାରିଛନ୍ତି, ‘କିଏ କହିପାରିବେ କି ଏହା କ’ଣ?’

Leave A Reply

Your email address will not be published.