ଜୋରଦାର ଭୂମିକମ୍ପ ଝଟକାରେ ଦୋହଲିଲା ଫିଲିପାଇନ୍ସ, ତୀବ୍ରତା ୭.୦

ଫିଲିପାଇନ୍ସରେ ଭୂମିକମ୍ପ। ଆଜି ସକାଳେ ୬.୨୩ ମିନିଟରେ ଭୂକମ୍ପର ଝଟକା ଅନୁପୂତ ହୋଇଥିଲା। ଏହାର ତୀବ୍ରତା ୭.୦ ରିକ୍ଟର ରହିଥିଲା। ଭୂକମ୍ପରେ ଏପର୍ଯ୍ୟନ୍ତ କୌଣସି ପ୍ରକାର କ୍ଷତି ହୋଇନାହିଁ।

ଗତମାସରେ ମଧ୍ୟ ଫିଲିପାଇନ୍ସରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ସମୟରେ ଭୂକମ୍ପ ଦକ୍ଷିଣ ଫିଲିପାଇନ୍ସର ଗୁରିଗାଓ ଡେଲ ପ୍ରାନ୍ତରେ ହୋଇଥିଲା। ଯାହାର ତୀବ୍ରତା ୫.୬ ରହିଥିଲା।

ଆମେରିକାର ଜିଓଲୋଜିକାଲ ସର୍ଭେ ମୁତାବକ, ନେପାଳର ନାଗରକୋଟଠାରୁ ୨୧ କିଲୋମିଟର ଉତ୍ତର ପୂର୍ବରେ ୪.୧ ତୀବ୍ରତାର ଭୂମିକମ୍ପ ଅନୁଭବ ହୋଇଛି। କିନ୍ତୁ ଏହି ଭୂମିକମ୍ପରେ କାହାର କୌଣସି କ୍ଷତି ହୋଇ ନାହିଁ। ନେପାଳ ଭୂମିକମ୍ପର ଡେଞ୍ଜର ଜୋନ୍‌ରେ ରହିଛି। ଏଠାରେ ପୂର୍ବରୁ ବି ଅନେକ ଥର ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଛି। ଗତ ମାସ ଆସିଥିବା ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୪.୩ ଥିଲା। ଭୂମିକମ୍ପର କେନ୍ଦ୍ର ରାଜଧାନୀ କାଠମାଣ୍ଡୁ ଠାରୁ ୧୬୧ କିଲୋମିଟର ଦୂର ଥିଲା। କିନ୍ତୁ ଏଥିରେ କାହାର ପ୍ରାଣ ହାନି ହୋଇନଥିବା ଜଣାଯାଇଛି।

ଏହାଛଡା ଆଫଗାନିସ୍ତାନରେ ଜୁ୍‌ନ୍‌ ମାସରେ ଭୂକମ୍ପ ହୋଇ ଆତଙ୍କ ସୃଷ୍ଟି ହୋଇଥିଲା। ଏହି ଭୂକମ୍ପ ସମୟରେ ୧୦୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଥିଲେ। ସେହିପରି ଇଏମଏସସି ମୁତାବକ, ଭୂକମ୍ପ ଝଟକାରେ ଆଫଗାନିସ୍ତାନ ଠାରୁ ପାକିସ୍ତାନ ଏବଂ ଭାରତରେ ଅନୁଭୂତ ହୋଇଥିଲା। ପାକିସ୍ତାନର ପେଶାଓ୍ଵର, ଇସଲାମବାଦ, ଲାହୋର ଏବଂ ପଞ୍ଜାବର ଅନ୍ୟଅଞ୍ଚଳରେ ଅନୁଭୂତ ହୋଇଥିଲା।

Leave A Reply

Your email address will not be published.