ମେକ୍ସିକୋରେ ଶକ୍ତିଶାଳୀ ଭୂମିକମ୍ପ…; ସୁନାମୀର ଚେତାବନୀ ନାହିଁ

ମେକ୍ସିକୋରେ ଗୁରୁବାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକାର ଜିଓଲୋଜିକାଲ ସର୍ଭେ ବିଭାଗ ଏହି ସୂଚନା ଦେଇଛି। ଯଦିଓ ଏ ପର୍ଯ୍ୟନ୍ତ ସୁନାମୀର କୌଣସି ଚେତାବନୀ ଜାରି କରାଯାଇ ନାହିଁ। ଭୂମିକମ୍ପର କେନ୍ଦ୍ର ମେକ୍ସିକୋ ସିଟିଠାରୁ ୪୧୦ କିଲୋମିଟର ଦୂର ଭୂମିଠାରୁ ୨୦.୭ କିଲୋମିଟର ଗଭୀରରେ ରେକର୍ଡ କରାଯାଇଛି।

ଗୁରୁବାର ସକାଳେ ଆସିଥିବା ଏହି ଭୂମିକମ୍ପରେ ସହରର ବଡ଼ ବଡ଼ ଘର ଢଳି ଯାଇଛି। ମିଳିଥିବା ସୂଚନା ମୁତାବକ, କିଛି ଦିନ ତଳେ ମଧ୍ୟ ଏହିପରି ଏକ ଶକ୍ତିଶାଳୀ ଭୂମିକମ୍ପ ଆସିଥିଲା, ଯେଉଁଥିରେ ୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା ଏବଂ ଶହ ଶହ ଘରକୁ କ୍ଷତି ପହଞ୍ଚିଥିଲା। ଏବେ ପୁଣିଥରେ ସହରରେ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହେବା ପରେ ଲୋକେ ଭୟଭୀତ ହୋଇ ପଡ଼ିଛନ୍ତି।

ତେବେ ମେକ୍ସିକୋ ସିଟିରେ ଭୂମିକମ୍ପର ଚେତାବନୀ ଦେଉଥିବା ଆଲାର୍ମ ସକାଳୁ ବାଜି ଉଠିଥିଲା ଏବଂ ସ୍ଥାନୀୟ ଅଞ୍ଚଳବାସୀ ଭୂମିକମ୍ପର ଝଟକା ଅନୁଭୂତ ହେବା କ୍ଷଣି ତୁରନ୍ତ ଘର ଭିତରୁ ବାହାରି ଆସିଥିଲେ। ସହରର ମେୟର କ୍ଲାଉଡିଆ ଶିନ୍‌ବମ୍‌ ଭୂମିକମ୍ପ ଅନୁଭୂତ ହେବାର କିଛି ସମୟ ପରେ ଟ୍ଵିଟ୍‌ କରି ଏ ନେଇ ସୂଚନା ଦେଇଥିଲେ।

ରିପୋର୍ଟ ମୁତାବକ, ଗତ ସୋମବାର ପଶ୍ଚିମ ମେକ୍ସିକୋରେ ୭.୬ ତୀବ୍ରତାର ଏକ ଭୂମିକମ୍ପ ଆସିଥିଲା। ଏହି ଝଟ୍‌କା ଏତେ ଶକ୍ତିଶାଳୀ ଥିଲା ଯେ ଏଥିରେ ପାସିଫିକ୍‌ ପୋର୍ଟ ମାଞ୍ଜୋନିଲୋରେ ୨ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.