ଲାଜକୁଳା ଛାତ୍ର….ପରୀକ୍ଷା କେନ୍ଦ୍ରରେ ୫୦୦ ଝିଅ ଦେଖି ବେହୋସ ହୋଇପଡିଲେ

ପରୀକ୍ଷା ହଲରେ ୫୦୦ ଝିଅ ଦେଖି ଅଚେତ ହୋଇପଡିଲେ ଯୁବକ । ଏମିତି ଘଟଣା ଦେଖିବାକୁ ମିଳିଛି ବିହାରର ନାଳନ୍ଦାରେ । ଜଣେ ଯୁକ୍ତ ଦୁଇ ଛାତ୍ର ପରୀକ୍ଷା ହଲରେ ୫୦୦ ଛାତ୍ରୀଙ୍କୁ ଦେଖି ବେହୋସ ହୋଇପଡିଥିଲେ । ଏହାପରେ ତାଙ୍କୁ ବିହାର ସରିଫ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଯାହା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବୁଧବାର ଦିନ ଠାରୁ ବିହାରରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଛି। ତେବେ ପରୀକ୍ଷାର ପ୍ରଥମ ଦିନରେ ନାଲନ୍ଦାର ଏକ ପରୀକ୍ଷା କେନ୍ଦ୍ରରେ ଏଭଳି ଘଟଣା ଘଟିଥିଲା । ପରୀକ୍ଷା ସମୟରେ ଛାତ୍ର ଜଣକ ପରୀକ୍ଷା କେନ୍ଦ୍ରକୁ ଯିବା ବେଳେ ସେଠାରେ ୫୦୦ ଛାତ୍ରୀଙ୍କୁ ଦେଖିବାକୁ ପାଇଥିଲେ । ଆଉ ପରୀକ୍ଷା କେନ୍ଦ୍ରରେ ୫୦୦ ଛାତ୍ରୀଙ୍କ ମଧ୍ୟରେ ସେ ଜଣେ ଛାତ୍ର ରହିଥିଲେ । ନିଜକୁ ଏକୁଟିଆ ପାଇଁ ପରୀକ୍ଷା କେନ୍ଦ୍ରରେ ବେହୋସ ହୋଇପଡିଥିଲେ ଛାତ୍ର ।

ଛାତ୍ରର ନାମ ମନୀଷ ଶଙ୍କର । ବୟସ ୧୭ ବର୍ଷ । ୧୨ଶ ପରୀକ୍ଷା ଦେବା ପାଇଁ ପରୀକ୍ଷା କେନ୍ଦ୍ରରେ ୫୦୦ ଛାତ୍ରୀଙ୍କ ମଧ୍ୟରେ ନିଜକୁ ଏକୁଟିଆ ଦେଖି ଅଚେତ ହୋଇପଡିଥିଲେ ।ପରୀକ୍ଷା କେନ୍ଦ୍ରରେ ସେ ଏକମାତ୍ର ଛାତ୍ର ଥିବାବେଳେ ଅନ୍ୟ ସମସ୍ତେ ଛାତ୍ରୀ ଥିଲେ । ତେବେ ଏହି ମାମଲା ବ୍ରିଲିଆଣ୍ଟ କନଭେଣ୍ଟ ପ୍ରାଇଭେଟ ସ୍କୁଲର ବୋଲି ଜଣାପଡିଛି । ବେହୋସ ହେବା ପରେ ଛାତ୍ରକୁ ବିହାର ସରିଫ ସଦର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି ।

ତେବେ ମନୀଷଙ୍କ ପରିବାର ପକ୍ଷରୁ କୁହାଯାଇଛି, ମନୀଷ ପରୀକ୍ଷା କେନ୍ଦ୍ରକୁ ପ୍ରବେଶ କରିବା ପରେ ସେଠାରେ କେବଳ ଝିଅ ଦେଖିବାକୁ ପାଇଥିଲେ। ନିଜକୁ ଏକୁଟିଆ ଅନୁଭବ କରିଥିଲେ । କିପରି ଏତେ ଝିଅମାନଙ୍କ ମଧ୍ୟରେ ପରୀକ୍ଷା ଦେବେ ତାହାକୁ ନେଇ ଚିନ୍ତାରେ ରହିଥିଲେ । ଏତେ ମାତ୍ରାରେ ଝିଅଙ୍କୁ ଦେଖି ନର୍ଭସ ହୋଇଯାଇଥିଲେ । ତେଣୁ ବେହୋସ ହୋଇପଡିଥିଲେ ।

 

Leave A Reply

Your email address will not be published.