ପ୍ରେମରେ ଧୋକା ପାଇଲେ ଦିଦି, ଶାରୀରିକ ସମ୍ପର୍କ ପରେ ଠକିଦେଲା ଛାତ୍ର

ବାଃ ରେ ପ୍ରେମ। ଏ ପ୍ରେମ ଏମିତିକା ଏକ ଶବ୍ଦ, ଯେଉଁଥିରେ ନା ବୟସ ଦେଖାଯାଏ ନା ଜାତି ଧର୍ମ ବର୍ଣ୍ଣ। ପ୍ରେମ କେତେବେଳେ କାହାକୁ ହୁଏ ତାହା କେହି କହିପାରନ୍ତିନି। ଉତ୍ତର ପ୍ରଦେଶର ରାମପୁରରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି। ଜଣେ ଶିକ୍ଷୟିତ୍ରୀ ନିଜ ଛାତ୍ରଙ୍କୁ କଲେ ପ୍ରେମ। ନିଜେ ପଢାଉଥିବା ସ୍କୁଲର ଜଣେ ଛାତ୍ରଙ୍କ ସହିତ ପ୍ରେମ ସମ୍ପର୍କ ପରେ ଧୋକାକୁ ନେଇ ଆଇନର ଆଶ୍ରୟ ନେଇଛନ୍ତି ଶିକ୍ଷୟତ୍ରୀ।

ଆଉ ଏହାର କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ। ଦିଦିଙ୍କୁ ପ୍ରେମ କରି ଅଭିଯୁକ୍ତ ପ୍ରେମିକ ଜଣକ ପ୍ରଥମେ ପ୍ରେମ ଓ ପରେ ବିବାହର ପ୍ରଲୋଭନ ଦେଖାଇ ଶାରୀରିକ ସମ୍ପର୍କ ରଖିଥିଲେ। ଏହା ପରେ ପ୍ରେମିକ ଜଣକ ଦିନେ ବିଦେଶ ଯିବାକୁ ପ୍ରସ୍ତୁତ ଚଳାଇଥିଲେ । ତେବେ ଶିକ୍ଷୟିତ୍ରୀଜଣକ ଏହା ଜାଣିବା ପରେ ଆଇନର ଆଶ୍ରୟ ନେଇଥିଲେ ।

studentସ୍କୁଲରେ ପଢାଉଥିବା ଶିକ୍ଷୟିତ୍ରୀଙ୍କୁ ନିଜ ସ୍କୁଲର ଜଣେ ଛାତ୍ର ବାୟା କଲା। ତେଣୁ ଛାତ୍ରଙ୍କ ସହିତ ହିଁ ପ୍ରେମ ସମ୍ପର୍କ ଗଢିଉଠିଥିଲା । ଏହା ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ବିବାହ ପାଇଁ ମନସ୍ତ କରିବା ପରେ ଉଭୟଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ଗଢିଉଠିଥିଲା । କିଛି ଦିନ ପରେ ଯୁବକ ଜଣକ ବିଦେଶ ଯିବାକୁ ବାହାରିଥିଲେ ।

ଏଇଠୁ ଚାଲିଲା ବାଦବିବାଦ। ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ କରିବା ପାଇଁ ରାଜି ନହେବାରୁ ଥାନାର ଦ୍ବାରସ୍ଥ ହୋଇଥିଲେ ପୀଡିତା ଶିକ୍ଷୟିତ୍ରୀ। ଯାହାପରେ ଜଣାଯାଇଛି ଯେ ରାମପୁର ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ବିରୁଦ୍ଧରେ ଆଇପିସି ଧାରା ୩୭୬ ଆଧାରରେ ମାମଲା ରୁଜୁ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.