ଆମେରିକା : ସ୍କୁଲରେ ଆଖିବୁଜା ଗୁଳିମାଡ଼, ଶିକ୍ଷକଙ୍କ ସମେତ ୩ ମୃତ

ପୁଣି ଆମେରିକା ସ୍କୁଲରେ ଫୁଟିଲା ଗୁଳି । ଗୁଳିକାଣ୍ଡରେ ୩ମୃତ ହୋଇଥିବା ବେଳେ ୭ ଆହତ ହୋଇଛନ୍ତି । ଆମେରିକାର ୱିସ୍ କନସିନ ରାଜଧାନୀ ମାଡ଼ିସନ ସହରର ୱିସ୍କୋସିନ୍ ସ୍ଥିତ ଏକ ଖ୍ରୀଷ୍ଟିଆନ୍ ସ୍କୁଲରେ ଆଖିମୁଜା ଗୁଳିମାଡ ହୋଇଛି । ଏହି ଗୁଳିକାଣ୍ଡରେ ୩ଜଣଙ୍କ ମୃତ୍ୟୁ ହୋଇଛି ।

ଗୁଳିମାଡ଼ କରିଥିବା ଅଭିଯୁକ୍ତ ଜଣକ ଏକ ଘରୋଇ ସ୍କୁଲର ୧୫ ବର୍ଷୀୟ ଛାତ୍ର । ଗୁଳିମାଡ଼ କରିଥିବା ଛାତ୍ର ପୋଲିସ ଏନକାଉଣ୍ଟରରେ ମୃତ୍ୟୁବରଣ କରିଛି । ଗୁଳିମାଡ଼ କ୍ଲାସରୁମ ଭିତରେ ହୋଇଥିଲା । ଗୁଳିମାଡ଼ ହେବା ପରେ ଅନ୍ୟ ଛାତ୍ର ପୋଲିସକୁ ସୂଚନା ଦେଇଥିଲେ । ଅଭିଯୁକ୍ତ ସମେତ ଜଣେ ଛାତ୍ର ଏବଂ ଜଣେ ଶିକ୍ଷକଙ୍କ ମୃତ୍ୟୁ ହୋଇଥିବା ସୂଚନା । ଆବଣ୍ଡାଣ୍ଟ୍ ଲାଇଫ ଖ୍ରୀଷ୍ଟିଆନ୍ ସ୍କୁଲ ନାମକ ଏହି ସ୍କୁଲରେ କେଜିରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୪୦୦ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ସ୍କୁଲରେ ପହଞ୍ଚିବା ବେଳକୁ ବହୁ ଛାତ୍ରଛାତ୍ରୀ ଗୁଳି ମାଡ଼ରେ ଆହତ ହୋଇ ଛଟପଟ ହେଉଥିବା ଦେଖିବାକୁ ମିଳିଥିଲା । ମାଡ଼ିସନ୍ ପୋଲିସ ଅଭିଯୁକ୍ତ ପରିବାର ସହ କଥା ହୋଇ ତଦନ୍ତ ଚଳାଇଛି । ଗୁଳିମାଡ଼ର କାରଣ ଜଣାପଡିନାହିଁ ।

ତେବେ ଏହି ଘଟଣାରେ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଏଭଳି ହିଂସାକୁ ବରଦାସ୍ତ କରାଯିବ ନାହିଁ । ଯେଉଁମାନେ ପିଲା ଏବଂ ତାଙ୍କ ପରିବାରକୁ ଆଘାତ ଦେଉଛନ୍ତି, ସେଭଳି ଲୋକଙ୍କୁ କେବେ ବି ଛଡାଯିବ ନାହିଁ ।

ସୂଚନାଯୋଗ୍ୟ, ଆମେରିକାରେ ବାରମ୍ବାର ଗୁଳିମାଡ଼ ଘଟଣା ସାମ୍ନାକୁ ଆସୁଛି । ୨୦୨୨, ଜୁଲାଇ ୧୮ରେ ଗ୍ରୀନଉଡ ପାର୍କ ମଲରେ ଫାୟାରିଂ ହୋଇଥିଲା । ଏଥିରେ ୩ ଜଣଙ୍କର ଜୀବନ ଚାଲିଯାଇଥିଲା । ସେହିପରି ଦକ୍ଷିଣ କାଲିଫର୍ଣ୍ଣିଆରେ ହାଉସ ପାର୍ଟି ବେଳେ ଗୁଳିମାଡ଼ ହୋଇଥିଲା । ଏଥିରେ ମଧ୍ୟ ୩ ଜଣଙ୍କର ଜୀବନ ଚାଲିଯାଇଥିଲା ।

ଆମେରିକାର ଏରିଜୋନାରେ ଡେମୋକ୍ରାଟିକ୍ ରାଷ୍ଟ୍ରପତି ପ୍ରାର୍ଥୀ କମଲା ହାରିସଙ୍କ ନିର୍ବାଚନ ପ୍ରଚାର ଅଫିସ୍‌ରେ ଗୁଳିମାଡ଼ ହୋଇଥିଲା ।  ଲଗାତାର ଗୁଳିକାଣ୍ଡରେ ଲୋକଙ୍କ ଜୀବନ ଯାଉଛି । ଆମେରିକାର ମିସୌରୀ ରାଜ୍ୟ କାନସାସ୍ ସିଟିରେ ଏକ ରାଲି ସମୟରେ ଗୁଳିମାଡ଼ ହୋଇଥିଲା । ଏଥିରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅତିକମରେ ୨୨ ଜଣ ଆହତ ହୋଇଥିଲେ । ଆହତମାନଙ୍କ ମଧ୍ୟରେ ୯ ଜଣ ଶିଶୁ ଅଛନ୍ତି, ଯେଉଁମାନଙ୍କର ବୟସ ୬ ରୁ ୧୫ବର୍ଷ ମଧ୍ୟରେ ହେବ । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ।