ଟ୍ରେନ ଏବଂ ପ୍ଲାଟଫର୍ମ ମଝିରେ ଖସିପଡିଲେ ଛାତ୍ରୀ, ଭିଡିଓ ଦେଖିଲେ ଲୋମ ଟାଙ୍କୁରୀ ଯିବ

ପ୍ଲାଟଫର୍ମ ଏବଂ ଟ୍ରେନ ମଝିରୁ ବଞ୍ଚିଗଲା ଜୀବନ । ଜଣେ ଛାତ୍ରୀ ପ୍ଲାଟଫର୍ମ ଏବଂ ଟ୍ରେନ ଭିତରେ ଫସିଯାଇଥିଲେ। ଟିକେ ମାତ୍ର ଅସାବଧାନତା ହେଲେ ଛାତ୍ରୀଙ୍କ ଜୀବନ ଚାଲିଯାଇଥାନ୍ତା। ଏମିତି ଏକ ଘଟଣା ବିଶାଖାପାଟନମ ଜିଲ୍ଲାର ଦୁବ୍ଦାଡା ରେଲେଓ୍ଵ ଷ୍ଟେସନରେ ଦେଖିବାକୁ ମିଳିଛି।

ଘଟଣା ମୁତାବକ, ବିଶାଖାପାଟନମ ଜିଲ୍ଲା ଦୁବ୍ଦାଡା ଷ୍ଟେସନରେ ସାଇକ୍ସ କଲେଜରେ ପଢଉଥିବା ଜଣେ ଛାତ୍ରୀ(ଶଶିକଳା) ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସରୁ ଓହ୍ଲାଇବା ସମୟରେ ପ୍ଲାଟଫର୍ମ ଏବଂ ଟ୍ରେନ ଭିତରେ ଖସି ପଡଇଥିଲେ। ଛାତ୍ରୀ ଜଣକ ଟ୍ରେନରୁ ଓହ୍ଲାଇବା ସମୟରେ ଏହି ଘଟଣା ଘଟିଥିଲା। ଘଟଣା ଘଟିବା ପରେ ଟ୍ରେନକୁ ରୋକି ଦିଆଯାଇଥିଲା। ହେଲେ ଛାତ୍ରୀ ଜଣକ ମଝିରେ ଫସିଯାଇଥିଲେ। ଆଇ ଆରପିଏଫ ଯବାନଙ୍କ ଅନେକ ପରିଶ୍ରମ ପରେ ତାଙ୍କୁ ସେଠାରୁ ବାହାର କରାଯାଇଥିଲା। ଯାହାର ଭିଡିଓ ଦେଖିବାକୁ ମିଳିଛି।

 

View this post on Instagram

 

A post shared by ABP News (@abpnewstv)


ପ୍ଲାଟଫର୍ମରେ ଛାତ୍ରୀ ଶଶିକଳା ଓହ୍ଲାଉଥିବା ବେଳେ ପାଦ ଖସିଯାଇଥିଲା। ଯାହାଫଳରେ ପ୍ଲାଟଫର୍ମ ଏବଂ ଟ୍ରେନ ମଝିରେ ଛାତ୍ରୀ ଜଣକ ଫସିଯାଇଥିଲେ। ଛାତ୍ରୀ ଜଣକ ସହାୟତା ପାଇଁ ଚିତ୍କାର କରିଥିଲେ। ଫଳରେ ଷ୍ଟେସନ ଅଧିକାରୀ ତୁରନ୍ତ ଟ୍ରେନ ଅଟାଇବାକୁ ନିର୍ଦ୍ଦେଶ ଦେଇଥିଲେ।

ପାଖାପାଖି ଦେଢ ଘଣ୍ଟା ପର୍ଯ୍ୟନ୍ତ ଛାତ୍ରୀ ଜଣକ ସେଠାରେ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ଆରପିଏଫ ଯବାନଙ୍କ କଠିନ ପରିଶ୍ରମ କରିବା ପରେ ଉଦ୍ଧାର କରାଯାଇଥିଲା। ଉଦ୍ଧାର କରିବା ପାଇଁ ପ୍ଲାଟଫର୍ମକୁ ତଡା ଯାଇଥିଲା । ତା’ ପରେ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଏହି ଘଟଣା ଯୋଗୁଁ ଗୁଣ୍ଟୁର-ରାୟଗଡା ଏକ୍ସପ୍ରେସ ଟ୍ରେନ ଦେଢ ଘଣ୍ଟା ବିଳମ୍ବରେ ଚାଲିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.