ଦେଶ ବିଦେଶ

ଦଣ୍ଡ ତ ମିଳିବ…୯ମ ଶ୍ରେଣୀର ଫେଲ୍‌ ପିଲା ଶିକ୍ଷକଙ୍କୁ ଆମ୍ବ ଗଛରେ ବାନ୍ଧି ନିର୍ଧୁମ୍‌ ପିଟିଲେ

ଝାଡ଼ଖଣ୍ଡର ଦୁମକା ଜିଲ୍ଲାରୁ ଏକ ସମ୍ବେଦନଶୀଳ ମାମଲା ସାମ୍ନାକୁ ଆସିଛି। ଏଠାରେ ଏକ ବିଦ୍ୟାଳୟର ଛାତ୍ରମାନେ ସ୍କୁଲର ସହାୟକ ଶିକ୍ଷକ କୁମାର ସୁମନ ଓ କ୍ଲର୍କ ସୋନେରାମ ଚୌଡ଼େଙ୍କୁ ଆମ୍ବ ଗଛରେ ବାନ୍ଧି ଖୁବ୍‌ ପିଟିଛନ୍ତି। ଯଦିଓ କିଛି ସମୟ ପରେ ସେମାନଙ୍କୁ ଖୋଲି ଦିଆଯାଇଥିଲା, କିନ୍ତୁ ପରେ ସହାୟକ ଶିକ୍ଷକ ନିକଟସ୍ଥ ହସ୍ପିଟାଲ ଯାଇ ନିଜର ଚିକିତ୍ସା କରାଇଥିଲେ। ଛାତ୍ରମାନେ ମାରପିଟ ବେଳର ଭିଡିଓ ମଧ୍ୟ ରେକର୍ଡ କରିଥିଲେ, ଯାହାକି ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି।

ଖବର ପାଇ ସ୍ଥାନୀୟ ଥାନା ଅଧିକାରୀ, ବିଡିଓ ଏବଂ ବିଇଓ ବିଦ୍ୟାଳୟରେ ପହଞ୍ଚି ଏ ନେଇ ପ୍ରଧାନ ଆଚାର୍ଯ୍ୟଙ୍କ ସମେତ ଶିକ୍ଷକମାନଙ୍କୁ ପଚରାଉଚରା କରିଥିଲେ। ଏଥିସହ ଛାତ୍ରମାନଙ୍କୁ ମଧ୍ୟ ଏ ବିଷୟରେ ପଚାରିଥିଲେ। ଛାତ୍ରମାନେ କହିଛନ୍ତି, ସେମାନଙ୍କୁ ପ୍ରାକ୍ଟିକାଲରେ ନମ୍ବର ଦିଆଯାଇ ନାହିଁ, ଯେଉଁ କାରଣରୁ ସେମାନେ ଫେଲ୍‌ ହୋଇଛନ୍ତି।

ସମସ୍ତ ଛାତ୍ର ୯ମ ଶ୍ରେଣୀର। ସେମାନଙ୍କ କହିବା ହେଲା, ମୋଟ ୩୬ଜଣ ପିଲା ପରୀକ୍ଷା କରିଥିଲେ। ଗତ ଶନିବାର ରେଜଲ୍ଟ ବାହାରିଥିଲା। ହେଲେ ୧୧ ଜଣ ଛାତ୍ରଙ୍କୁ ଦୁଇଟି ବିଷୟରେ ଡି-ଡିଗ୍ରୀ ଆସିଛି। ଏ ନେଇ ସେମାନେ ପ୍ରଧାନ ଆଚାର୍ଯ୍ୟଙ୍କୁ ଜଣାଇଥିଲେ। ପ୍ରଧାନ ଆଚାର୍ଯ୍ୟ କହିଥିଲେ କି, ଶିକ୍ଷକ କୁମାର ସୁମନ ସେମାନଙ୍କୁ ନମ୍ବର ଦେଇଛନ୍ତି।

ଏହାପରେ ଛାତ୍ରମାନେ ସମ୍ପୃକ୍ତ ଶିକ୍ଷକଙ୍କ ପାଖକୁ ଯାଇ କଥା ହୋଇଥିଲେ, କିନ୍ତୁ ଶିକ୍ଷକ ଜଣକ ବିରକ୍ତି ପ୍ରକାଶ କରି ସେଠାରୁ ପଳାଇ ଯାଇଥିଲେ। ଏହାକୁ ନେଇ ଶିକ୍ଷକ ଏବଂ ଛାତ୍ରଙ୍କ ମଧ୍ୟରେ ପ୍ରବଳ ଯୁକ୍ତିତର୍କ ହୋଇଥିଲା। ପୁଣି ଛାତ୍ରମାନେ କ୍ଲର୍କଙ୍କ ପାଖକୁ ଯାଇଥିଲେ ହେଁ କ୍ଲର୍କ ଜଣକ କୌଣସି ଉତ୍ତର ଖାତା ଦେଖାଇବାକୁ ମନା କରି ଦେଇଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ସେମାନେ ସହାୟକ ଶିକ୍ଷକ ଓ କ୍ଲର୍କଙ୍କୁ ମାଡ଼ ମାରି ଦୁହିଁଙ୍କୁ ବିଦ୍ୟାଳୟ ପରସରସ୍ଥ ଆମ୍ବ ଗଛରେ ବାନ୍ଧି ଦେଇଥିଲେ।

Roshni

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago