ଯୁଦ୍ଧ କ୍ଷତିଗ୍ରସ୍ତ ବିଲ୍ଡିଂ ଉପରେ ଚଢ଼ି ଛାତ୍ରଛାତ୍ରୀ କରାଇଲେ ଗ୍ରୁପ୍ ଫଟୋଶୁଟ୍, ସୋସିଆଲ ମିଡିଆରେ ଭାଇରାଲ
![ukraine](https://knewsodisha.com/wp-content/uploads/2022/06/ukraine-1.jpg)
ଯୁଦ୍ଧ କ୍ଷତିଗ୍ରସ୍ତ ୟୁକ୍ରେନରୁ ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଠାରେ ଏକ ସ୍କୁଲର ଛାତ୍ରଛାତ୍ରୀ କ୍ଷତିଗ୍ରସ୍ତ ବିଲ୍ଡିଂ ସମ୍ମୁଖରେ ନିଜର ଗ୍ରୁପ୍ ଫଟୋ ଉଠାଇଛନ୍ତି। ଛାତ୍ରଛାତ୍ରୀମାନେ ଫଟୋଶୁଟ୍ କରାଇବା ପାଇଁ କ୍ଷତିଗ୍ରସ୍ତ ବିଲ୍ଡିଂକୁ ହିଁ ବ୍ୟାକ୍ଗ୍ରାଉଣ୍ଡ ରୂପେ ଚୟନ କରିିଥିଲେ। ୟୁକ୍ରେନର ଆଣ୍ଟି କରପ୍ସନ ଆକ୍ସନ ସେଣ୍ଟରର କାର୍ଯ୍ୟକାରୀ ନିର୍ଦ୍ଦେଶକ ଡାରିୟା କାଲେନେୟୁକ ସୋମବାର ଏହି ଫଟୋକୁ ଟ୍ଵିଟରରେ ସେୟାର କରିଛନ୍ତି। ଫଟୋ ପୋଷ୍ଟ ସହିତ ସେ କ୍ୟାପସନ ଲେଖିଛନ୍ତି, ‘ଚେର୍ନିଗିଭ୍ ସ୍କୁଲରେ ସ୍ନାତକ’।
ତେବେ ଯିଏ ଛାତ୍ରଛାତ୍ରୀଙ୍କ ଫଟୋ ଉଠାଇଥିଲେ, ସେ ଷ୍ଟାନିସ୍ଲାଭ୍ ସୈନିକ। ସେ କହିଥିଲେ କି, ଏହି ସ୍ମୃତିକୁ କଏଦ କରିବା ତାଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ଥିଲା। ଆଜିଠୁ ୧୦-୧୫ ବର୍ଷ ପରେ ଯେତେବେଳେ ତାଙ୍କ ନିଜର ଛୁଆ ହେବେ, ତ ସେ ସେମାନଙ୍କୁ ଏହି ଫଟୋ ଦେଖାଇ ପାରିବେ।
ଭାଇରାଲ ଫଟୋରେ ମୋଟ ୧୩ ଜଣ ଛାତ୍ରଛାତ୍ରୀ ରହିଛନ୍ତି। ବ୍ୟାକ୍ଗ୍ରାଉଣ୍ଡରେ ଯୁଦ୍ଧ କ୍ଷତିଗ୍ରସ୍ତ ବିଲ୍ଡିଂ ନଜର ଆସୁଥିବା ବେଳେ ଛାତ୍ରଛାତ୍ରୀଙ୍କ ଚେହେରାରେ ଆତ୍ମବିଶ୍ୱାସ ଓ ନିର୍ଭୟତା ଦେଖିବାକୁ ମିଳୁଛି। ଏହି ପୋଷ୍ଟକୁ ଟ୍ଵିଟରରେ ୬୭,୦୦୦ରୁ ଅଧିକ ଲାଇକ୍ ମିଳି ସାରିଲାଣି। ୧୦,୦୦୦ରୁ ଅଧିକ ରି-ଟ୍ଵିଟ୍ କରାଯାଇଛି।
ସେପଟେ ଖାର୍କିଭ ସହରରୁ ମଧ୍ୟ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ କିଛି କିଶୋର, କିଶୋରୀଙ୍କୁ କ୍ଷତିଗ୍ରସ୍ତ କୋଠା ସମ୍ମୁଖରେ ନାଚୁଥିବାର ଦେଖି ପାରିବେ। ୪୫ ସେକେଣ୍ଡର ଏହି ଭିଡିଓକୁ ୟୁକ୍ରେନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଟ୍ୱିଟ କରିଛି। ଭିଡିଓରେ ଆପଣ ଯେଉଁ ଯୁବଗୋଷ୍ଠୀଙ୍କୁ କୋଠା ସମ୍ମୁଖରେ ନାଚୁଥିବାର ଦେଖୁଛନ୍ତି, ସେମାନେ ଏହି ବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି। କିଶୋର, କିଶୋରୀମାନେ ନିଜର ପ୍ରତିବାଦ ଜଣାଇବା ପାଇଁ କ୍ଷତିଗ୍ରସ୍ତ କୋଠା ସମ୍ମୁଖରେ ଡ୍ୟାନ୍ସ କରିଥିବା ଜଣାଯାଇଛି।
Graduation at Chernigiv school pic.twitter.com/fV7m5FAv1z
— Daria Kaleniuk (@dkaleniuk) June 13, 2022
Students of School #134, Kharkiv, danced their prom waltz against the backdrop of the ruins of their Alma mater.
Heavily damaged days after #Russia’s full-scale invasion of Ukraine in February, the school later became the last outpost for #Russian occupiers in Kharkiv.
🎥Suspilne pic.twitter.com/de7yYQy1Mt— MFA of Ukraine 🇺🇦 (@MFA_Ukraine) June 6, 2022