RRB ପରୀକ୍ଷା ଫଳରେ ଅନିୟମିତତା ଅଭିଯୋଗ: ବିହାରରେ ଟ୍ରେନରେ ନିଆଁ ଲଗାଇଦେଲେ ଶତାଧିକ ପରୀକ୍ଷାର୍ଥୀ

କେନ୍ୟୁଜ୍(ବ୍ୟୁରୋ): ବିହାରରେ ଟ୍ରେନରେ ନିଆଁ ଲଗାଇଦେଲେ ଶତାଧିକ ପରୀକ୍ଷାର୍ଥୀ। ରେଲୱେ ରିକ୍ରୁଇଟିମେଣ୍ଟ ବୋର୍ଡର ନନଟେକ୍ନିକାଲ ପପୁଲାର କେଟେଗୋରୀ ପରୀକ୍ଷା ଫଳରେ ଅନିୟମିତତା ଅଭିଯୋଗ କରି ଲଙ୍କାକାଣ୍ଡ । ଗତକାଲିଠୁ ବିହାରରେ ରାଜେନ୍ଦ୍ରନଗର ଷ୍ଟେସନରେ କୋଲକାତା-ନୂଆଦିଲ୍ଲୀ ଟ୍ରାକକୁ ଶତାଧିକ ପରୀକ୍ଷାର୍ଥୀ ଅବରୋଧ କରି ରଖିଥିଲେ । ପୋଲିସ ସେମାନଙ୍କୁ ଘଉଡ଼ାଇବା ପାଇଁ ଲାଠିମାଡ଼ ଓ ଲୁହ ବୁହା ଗ୍ୟାସ ପ୍ରୟୋଗ କରିଥିଲା । ସେଠାରେ ଉତ୍ତ୍ୟକ୍ତ ପରୀକ୍ଷାର୍ଥୀ ପୋଲିସ ଉପରକୁ ଟେକାପଥର ମାଡ଼ ସହ ପାସେଞ୍ଜର ଟ୍ରେନର ଗୋଟିଏ ବଗିରେ ନିଆଁ ଲଗାଇ ଦେଇଥିଲେ ।

ଗତକାଲି ନୱାଡରେ ରେଲୱେ ଟ୍ରାକ ମେଣ୍ଟେନାନ୍‌ସ ଇଂଜିନରେ ନିଆଁ ଲଗାଇଦେଇଥିଲେ । ରେଲୱେ ଷ୍ଟେସନ ପରିସରରେ ଭଙ୍ଗାରୁଜା କରିବା ସହ ଟ୍ରାକକୁ ଉପା଼ଡି ଫିଙ୍ଗି ଦେଇଥିଲେ । ଅନ୍ୟପଟେ ରେଳ ମନ୍ତ୍ରାଳୟ କହିଛି, ଆଶାୟୀ ପରୀକ୍ଷାର୍ଥୀଙ୍କ ଏହା ଚରମ ବିଶୃଙ୍ଖଳା । ସେମାନଙ୍କ ଏପରି କାର୍ଯ୍ୟକଳାପ ଉପରେ ତଦନ୍ତ ହେବ । ଯେଉଁମାନେ ବିଶୃଙ୍ଖଳିତ କାର୍ଯ୍ୟକଳାପରେ ଜଡ଼ିତ ସେମାନଙ୍କ ବିରୋଧରେ ପୋଲିସ କାର୍ଯ୍ୟାନୁଷ୍ଠାନ ହେବ । ଏଥିସହ ସେମାନଙ୍କୁ ଜୀବନସାରା ରେଲୱେ ଚାକିରୀରୁ ସେମାନଙ୍କୁ ବାରଣ କରାଯିବ ବୋଲି ରେଳ ମନ୍ତ୍ରାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ।

Leave A Reply

Your email address will not be published.