ଆଳୁ ନେଇଗଲା ସ୍ମାର୍ଟ ପୋଲିସ ବାବୁଙ୍କର ଚାକିରି,ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଉତ୍ତରପ୍ରଦେଶ: ଆଳୁ ପାଇଁ ଚାଲିଗଲା ସିଟ୍ । ୫ କିଲୋ ଆଳୁ ମାଗି ସସପେଣ୍ଡ ହେଲେ ଏସଆଇ । ଉତ୍ତରପ୍ରଦେଶର କନୌଜରୁ ଆସିଛି ଏପରି ଘଟଣା । ନିଲମ୍ବିତ ଲାଞ୍ଚୁଆ ଏସଆଇ ହେଉଛନ୍ତି ରାମ କ୍ରିପାଲ ସିଂହ । ଏକ ମାମଲାର ରଫାଦଫା କରିବା ପାଇଁ ସବ ଇନସପେକ୍ଟର ରାମ କ୍ରିପାଲ ସିଂହ ୫ କେଜି ଆଳୁ ମାଗିଥିଲେ। ଏହାର ଅଡିଓ ଭାଇରାଲ ହେବା ପରେ ପୂରା ଘଟଣା ସାମ୍ନାକୁ ଆସିଛି। ଏହା ପରେ ତାଙ୍କୁ ନିଲମ୍ବିତ କରିଛନ୍ତି କନୌଜ ଏସ୍ ପି ଅମିତ କୁମାର ଆନନ୍ଦ । ରାମ କ୍ରିପାଲଙ୍କୁ ତତ୍କାଳ ଭାବେ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହା ସହ ତାଙ୍କ ବିରୋଧରେ ବିଚାର ବିଭାଗୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

ଉତ୍ତରପ୍ରଦେଶର ଚପୁତ୍ରା ଅଞ୍ଚଳରେ ଏକ ପରିବା ବ୍ୟବସାୟୀଙ୍କର ଚପୁତ୍ରା ଥାନାରେ ଏକ ମାମଲା ରହିଥିଲା । ୫ କେଜି ଆଳୁ ଦେବା ପାଇଁ ଥାନା ଇନଚାର୍ଜ ସବ ଇନିସ୍ପେକ୍ଟର ରାମ କ୍ରିପାଲ ବ୍ୟବସାୟୀଙ୍କୁ ମାଗିଥିଲେ । ଏହି ଘଟଣାକୁ ନେଇଁ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲେ । ଆଳୁକୁ କୋର୍ଡ ଭାବେ ବ୍ୟବହାର କରିଥିଲେ ସ୍ମାର୍ଟ ପୋଲିସ ବାବୁ । ଯାହାର ଅଡିଓ କ୍ଲିପ ବେଶ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଅଡିଓ କ୍ଲିପରେ ଶୁଣିବାକୁ ମିଳୁଛି ଯେ ଅଭିଯୁକ୍ତ ରାମ କ୍ରିପାଲ ଫୋନରେ ଜଣେ ଚାଷୀଙ୍କୁ ୫ କେଜି ଆଳୁ ମାଗୁଛନ୍ତି। ହେଲେ ଚାଷୀ ଜଣଙ୍କ ଏହି ଡିମାଣ୍ଡକୁ ଗ୍ରହଣ କରିବାକୁ ଅରାଜି ହେଉଛନ୍ତି । ସେ ୫ କେଜି ଆଳୁ ବଦଳରେ ୨ କେଜି ଦେଇ ପାରିବେ ବୋଲି କହୁଛନ୍ତି ।

ଏହା ଶୁଣି ରାମ କ୍ରିପାଲ ରାଗି ଯାଇଥିଲେ ଓ ୫ କେଜି ଆଳୁ ଦେବାକୁ କହିଥିଲେ । ତଥାପି ଡିଲ ଫାଇନାଲ ହୋଇ ନଥିଲା । ବହୁ ସମୟର କଥାବାର୍ତ୍ତା ପରେ ୩ କେଜି ଆଳୁରେ ଡିଲ ଫାଇନାଲ ହୋଇଥିଲା । ତେବେ ରାମ କ୍ରିପାଲ ଲାଞ୍ଚ ପାଇଁ ଆଳୁକୁ କୋଡ ୱାର୍ଡ ଭାବେ ବ୍ୟବହାର କରିଥିବା କୁହାଯାଉଛି । ୫ କେଜି ଆଳୁ ଅର୍ଥାତ ୫ ଲକ୍ଷ ଟଙ୍କା ମାଗୁଥିଲେ । ତେବେ ତାଙ୍କ ସହ କଥାବାର୍ତ୍ତା ହେଉଥିବା ବ୍ୟକ୍ତି ପ୍ରକୃତରେ ଜଣେ ଚାଷୀ କି ନୁହେଁ ତାହା ଜଣାପଡିନି ।ଏହି ଅଡିଓ ଟି ଭାଇରାଲ ହେବାପରେ ସବ ଇନିସ୍ପେକ୍ଟର ଙ୍କ ବିରୋଧରେ ହୋଇଥିଲା କାର୍ଯ୍ୟାନୁଷ୍ଠାନ । ଆଉ ଚାଲି ଯାଇଥିଲା ସ୍ମାର୍ଟ ପୋଲିସ ବାବୁଙ୍କର ଚାକିରି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.