ଚୀନକୁ ଚ୍ୟାଲେଞ୍ଜ : ସମୁଦ୍ରରେ ଶତ୍ରୁକୁ ସାମନା କରିବ INS ଭାଗିର, ଉଡିଲା ଚୀନ ଓ ପାକ୍ ର ହୋସ୍
ନୂଆଦିଲ୍ଲୀ : ସମୁଦ୍ରରେ ବଢ଼ିଲା ଭାରତର ଶକ୍ତି । ଅଗାଧ ସମୁଦ୍ରରେ ଶତ୍ରୁ ଉପରେ ପ୍ରହାର କରିବାକୁ ସକ୍ଷମ ଥିବା ବୁଡା ଜାହଜ INS ଭାଗୀର ୨୩ ତାରିଖ ସୋମବାର ଭାରତୀୟ ନୌସେନାରେ ସାମିଲ ହୋଇଛି । ଏହାକୁ ଦେଖି ଉଡିଛି ପାକିସ୍ତାନ ଓ ଚୀନର ହୋସ୍ । ଅଧିକ ଶକ୍ତିଶାଳୀ ହେଲା ନୌସେନା । ମୁମ୍ବାଇ ନାଭାଲ୍ ଡକୟାର୍ଡରେ ନୌସେନା ମୁଖ୍ୟ ଆଡମିରାଲ୍ ଆର୍. ହରି କୁମାରଙ୍କ ଉପସ୍ଥିତିରେ ଏହାକୁ ନୌସେନାରେ ସାମିଲ କରାଯାଇଛି । ଏହି ବୁଡା ଜାହାଜ ସମ୍ପୂର୍ଣ୍ଣ ରୂପେ ଭାରତରେ ପ୍ରସ୍ତୁତ ହୋଇଛି ।
କାଲଭାରି ଶ୍ରେଣୀର ବୁଡ଼ା ଜାହାଜ INS ଭାଗିର । ଆଗରୁ ଏହି ଶ୍ରେଣୀର ୪ ଜାହାଜ ନୌସେନାରେ ସାମିଲ ହୋଇସାରିଛି । INS ଭାଗିର ଲମ୍ବ ୬୭ ମିଟର ଓ ଉଚ୍ଚତା ୨୧ ମିଟର । ସମୁଦ୍ରରେ ଘଣ୍ଟା ପ୍ରତି ୨୦ କିମି ଓ ପାଣି ଭିତରେ ଘଣ୍ଟାପ୍ରତି ୪୦ କିମି ବେଗରେ ଗତି କରିବା କ୍ଷମତା ରଖିଛି । ସ୍ୱତନ୍ତ୍ର ଅପରେସନ୍ ପାଇଁ ସାମୁଦ୍ରିକ କମାଣ୍ଡୋ ଲଞ୍ଚ କରିବା କ୍ଷମତା ବି ରହିଛି । ଗତ ଦୁଇ ବର୍ଷ ଭିତରେ ତୃତୀୟ ବୁଡ଼ା ଜାହାଜ ଭାବରେ ଭାରତୀୟ ନୌସେନାରେ ସାମିଲ ହୋଇଛି ଭାଗିର ।
ଫ୍ରାନ୍ସର ନାଭାଲ୍ ଗ୍ରୁପ ସହାୟତାରେ ମୁମ୍ବାଇର ମାଜାଗନ୍ ଡକ୍ ସିପ୍ ବିଲଡର୍ସ ଲିମିଟେଡ୍ ଦ୍ୱାରା ଭାରତରେ ନିର୍ମାଣ ହୋଇଛି କାଲଭାରୀ ଶ୍ରେଣୀର ଏହି ବୁଡ଼ା ଜାହାଜ । INS ଭାଗିର ଦ୍ୱାରା ଗୁଇନ୍ଦା ତଥ୍ୟ ସଂଗ୍ରହ, ସମୁଦ୍ରରେ ଲାଣ୍ଡମାଇନ୍ ଲଗାଇବା ଓ ତଦାରଖ କାର୍ଯ୍ୟରେ ବ୍ୟବହାର କରାଯାଇ ପାରିବ । ଏହାକୁ ଉଭୟ ଉପକୂଳ ଓ ସମୁଦ୍ର ମଧ୍ୟଭାଗରେ ନିୟୋଜିତ କରାଯାଇ ପାରିବ । ଭାରତ ମହାସାଗରରେ ଚୀନର ଉପସ୍ଥିତି ବଢୁଥିବା ବେଳେ INS ଭାଗିର ସାମିଲ ଭାରତ ପାଇଁ ବଡ଼ ଉପଲବ୍ଧି ବୋଲି କୁହାଯାଇଛି।