ଇନ୍ଫୋସିସ୍ ଚାକିରି ଛାଡ଼ି ଆରମ୍ଭ କଲେ ଖାଦ୍ୟ ପ୍ରସ୍ତୁତି କାମ, ଆଜି ୧୪ ରେଷ୍ଟୁରାଣ୍ଟର ମାଲିକାଣୀ

ଇନ୍ଫୋସିସ୍ ଭଳି କମ୍ପାନୀରେ ଚାକିରି ପାଇବା ପାଇଁ ଯେକେହି ଚାହିଁଥାନ୍ତି । ବଡ ବଡ ଡିଗ୍ରୀ ଓ ଅଭିଜ୍ଞତା ଥାଇ ବି ଇନ୍ଫୋସିସ୍ରେ ଚାକିରି ପାଇବା କଷ୍ଟକର ହୋଇଥାଏ । ହେଲେ ଜଣେ ମହିଳା ଇନ୍ଫୋସିସ୍ ଭଳି ଚାକିରି ଛାଡି ଖାଦ୍ୟ ପ୍ରସ୍ତୁତି ବ୍ୟବସାୟ କରିବା ଯାହାକୁ ବି ଆଶ୍ଚର୍ଯ୍ୟ କରିବ । ଆଜି ସେ ୧୪ଟି ରେଷ୍ଟୁରାଣ୍ଟର ମାଲିକ ।
ମହାରାଷ୍ଟ୍ରର ଏହି ମହିଳା ହେଉଛନ୍ତି ଜୟନ୍ତୀ କଠାଲେ । ସପ୍ଟ େଓ୍ଵୟାର ଇଂଜିନିୟର ଜୟନ୍ତୀ ଇନ୍ଫୋସିସ୍ କମ୍ପାନୀରେ ପ୍ରୋଜେକ୍ଟ ମ୍ୟାନେଜର ଭାବେ କାମ କରୁଥିଲେ । ଜୟନ୍ତୀଙ୍କ ସ୍ୱାମୀ ପ୍ୟାରିସ୍ରେ ଚାକିରି କରନ୍ତି ।
ଜୟନ୍ତୀ ଏକ ସାକ୍ଷାତକାରରେ କହିଛନ୍ତି ଯେ ତାଙ୍କ ସ୍ୱାମୀ ପ୍ୟାରିସ୍ ଯାଉଥିବା ବେଳେ ଫ୍ଲାଇଟରେ ଶାକାହାରୀ ଖାଦ୍ୟ ନଥିବାରୁ ସେ ଭୋକିଲା ଥିବା କଥା ଲେଖିଥିଲେ । ସେ ଲେଖିଥିବା ଚିଠିରେ ତାଙ୍କର ଲୁହ ବୁନ୍ଦାଏ ପଡ଼ିଥିବା ସେ ଲକ୍ଷ୍ୟ କରିଥିଲେ ।
ସେହିଠାରୁ ସେ ମହାରାଷ୍ଟ୍ରର ପାରମ୍ପରିକ ଖାଦ୍ୟ ସବୁଠି ପହଞ୍ଚାଇବାକୁ ଚିନ୍ତା କଲେ । ଏବେ ସେ ମହାରାଷ୍ଟ୍ରର ପାରମ୍ପରିକ ଖାଦ୍ୟ ଅଷ୍ଟ୍ରେଲିଆରେ ମଧ୍ୟ ପହଞ୍ଚାଇ ପାରିଛନ୍ତି । ପ୍ରଥମେ ଘରୁ ମୋଦକ ବ୍ୟବସାୟ ଆରମ୍ଭ କରିଥିବା ଜୟନ୍ତୀ ପରେ ‘ପୂର୍ଣ୍ଣବ୍ରହ୍ମା’ ସ୍ଥାପନ କଲେ । ଯେଉଁଥିରେ ମହାରାଷ୍ଟ୍ରର ପାରମ୍ପରିକ ଖାଦ୍ୟ ସବୁଠି ପହଞ୍ଚାଇ ପାରିଲେ । ଏବେ ଦେଶ ଓ ବିଦେଶରେ ପ୍ରାୟ ୧୪ଟି ସ୍ଥାନରେ ତାଙ୍କର ରେଷ୍ଟୁରାଣ୍ଟ ଅଛି ।
ସବୁଠାରୁ ବଡ଼ କଥା ଯେ ତାଙ୍କର ସବୁ କର୍ମଚାରୀଙ୍କୁ ସମାନ ଦରମା ମିଳେ । କଷ୍ଟମର ପ୍ଲେଟ୍ରେ ଖାଦ୍ୟ ନଛାଡି ସବୁ ଖାଦ୍ୟ ଶେଷ କଲେ ୫% ଡିସ୍କାଉଣ୍ଟ ଓ ପ୍ଲେଟରେ ଖାଦ୍ୟ ଛାଡିଲେ ୨% ଅଧିକ ଚାର୍ଜ ଦେବାକୁ ପଡିବ ବୋଲି ରେଷ୍ଟୁରାଣ୍ଟର ନିୟମ ରହିଛି ।