ସୁଦାନ : ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ, ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା

ସୁଦାନର ସୈନ୍ୟ ବିମାନ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ପାଖାପାଖି ୪୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ସୁଡାନର ଓମଡୁରମାନ ସହରରେ ଘଟିଛି ଏହି ଦୁର୍ଘଟଣା । ଆଗକୁ ବି ବଢିପାରେ ମୃତ୍ୟୁ ସଂଖ୍ୟା ।
ସୁଡାନିଜ୍ ସେନା ରିପୋର୍ଟ ଅନୁଯାୟୀ, ମଙ୍ଗଳବାର ଦିନ ଓମଡୁରମାନର ଉତ୍ତରରେ ଥିବା ୱାଡି ସୟେଦନା ଏୟାରବେସ୍ ରୁ ଉଡ଼ାଣ ଭରିଥିଲା ସେନା ବିମାନ ଆଣ୍ଟୋନୋଭ୍ । ତେବେ ଟେକ୍ ଅପ୍ କରିବା ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ସେନା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଦୁର୍ଘଟଣାରେ ସାମରିକ କର୍ମଚାରୀ ଏବଂ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ଦୁର୍ଘଟଣାର ମୁଖ୍ୟ କାରଣ କ’ଣ ତାହା ମଧ୍ୟ କୁହାଯାଇ ନାହିଁ ।
⚡️ A military plane crashed after takeoff from Wadi Sidna base in Omdurman, Sudan, killing three civilians.
The Sudanese army confirmed casualties among soldiers and civilians. pic.twitter.com/CmMyDfnkpL
— War Intel (@warintel4u) February 25, 2025
ତେବେ ଏଥିରେ ପ୍ରାଣ ହରାଇଥିବା ଲୋକଙ୍କ ମୃତଦେହକୁ ଓମଡୁରମାରର ନାଓ ହସପିଟାଲକୁ ନିଆଯାଇଥିଲା । ଘଟଣାରେ ୫ ଜଣ ଆହତ ହୋଇଛନ୍ତି । ସେମାନଙ୍କ ଚିକିତ୍ସା ଚାଲିଛି । ବିମାନ ଯେଉଁ ସ୍ଥାନରେ ପଡିଛି, ସେଠାରେ ଥିବା ଅନେକ ଘର ନଷ୍ଟ ହୋଇଯାଇଛି । ବିମାନ ପଡିବା ଯୋଗୁଁ ବିସ୍ଫୋରଣ ହୋଇଛି । ଫଳରେ ଆଖପାଖ ଅଞ୍ଚଳର ବିଜୁଳି ଗାଏବ ହୋଇଯାଇଛି ।
ସୂଚନାଯୋଗ୍ୟ, ଗତମାସରେ ମଧ୍ୟ ଦକ୍ଷିଣ ସୁଦାନରେ ଏକ ବିମାନ ଦୁର୍ଘଟଣାର ଶିକାର ହୋଇଥିଲା । ଏହି ବିମାନରେ ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କ ସହିତ ୨୧ ଲୋକ ରହିଥିଲେ । ଏମାନଙ୍କ ମଧ୍ୟରୁ ୨୦ ଜଣଙ୍କ ଜୀବନ ଚାଲିଯାଇଥିଲା । ବିମାନଟି ୟୁନିଟ ଅଏଲଫିଲ୍ଡ ଏୟାରପୋର୍ଟରୁ ଉଡାଣ ଭରି ରାଜଧାନୀ ଜୁବା ଯାଉଥିବା ବେଳେ ଦୁର୍ଘଟଣା ହୋଇଥିଲା ।
Also Read : ବାଂଲାଦେଶ ବାୟୁସେନା ବେସରେ ଆକ୍ରମଣ, ଜଣେ ମୃତ