ଏ କି ଅଜବ କୁକୁର: ଅଚାନକ୍‌ ହଜିଗଲା ଜେଜେ ମା’ଙ୍କ ନକଲି ଦାନ୍ତ, ‘ଲୁନା’ ପାଟିରୁ ଖୋଜି ପାଇଲେ ପରିବାର ଲୋକେ

ବ୍ରାଜିଲରେ ଏକ ଆଶ୍ଚର୍ଯ୍ୟ କରିବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ରହୁଥିବା ଆନ୍ନା କରୋଲିନା ଲିମା ନାମ୍ନୀ ଜଣେ ମହିଳା ଏକ କୁକୁର ରଖିଥିଲେ, ଯାହାକୁ ସେ ଗେହ୍ଲାରେ ଡାକୁଥିଲେ ‘ଲୁନା’। ଦିନେ ଆନ୍ନା ନିଜ ଜେଜେ ମା’ଙ୍କୁ ଭେଟିବାକୁ ଯାଇଥିଲେ ଏବଂ ସାଥୀରେ ଲୁନାକୁ ବି ନେଇଯାଇଥିଲେ। ସେପେଟ ଜେଜେ ମା’ ଏତେ ଦିନ ପରେ ନାତୁଣୀକୁ ପାଖରେ ପାଇ ବେଶ୍‌ ଖୁସି ହୋଇଯାଇଥିଲେ ଏବଂ ଦୁହେଁ ଅନେକ ସମୟ ଧରି ଖୁବ୍‌ କଥା ହୋଇଥିଲେ।

dog1

dog2

ଏହାସହ ପଢନ୍ତୁ: ରାଜସ୍ଥାନରେ ରହିଛି ୧୦୦୦ ବର୍ଷର ଏହି ପ୍ରାଚୀନ ମନ୍ଦିର, ଯେଉଁଠି ପୂଜାର୍ଚ୍ଚନା ପାଇଁ ବର୍ଷେ ଆଗରୁ କରିବାକୁ ପଡ଼ିଥାଏ…

ଏହାପରେ ଜେଜେ ମା’ ଥକ୍କି ଯିବାରୁ ଶୋଇବାକୁ ଚାଲିଯାଇଥିଲେ। ତେବେ ସେ ଯିବା ସମୟରେ ନିଜ ନକଲି ଦାନ୍ତ ବାହାର କରି ଏକ ଟେବୁଲ ଉପରେ ରଖିଦେଇଥିଲେ। ଯେତେବେଳେ ଜେଜେ ମା’ ଉଠିଥିଲେ, ସେତେବେଳେ ସେ ଟେବୁଲ ଉପରେ ତାଙ୍କ ନକଲି ଦାନ୍ତ ପାଇ ନ ଥିଲେ। ଖବର ପରିବାର ଲୋକଙ୍କ ପାଖରେ ପହଞ୍ଚିବା ପରେ ସମସ୍ତେ ଦାନ୍ତ ଖୋଜିବାରେ ଲାଗିପଡ଼ିଥିଲେ। ଢେର୍‌ ସମୟ ଧରି ଖୋଜିବା ପରେ ଲୁନା ପାଟିରୁ ନକଲି ଦାନ୍ତ ମିଳିଥିଲା, ଯାହା ଦେଖି ପରିବାର ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏପରି କି, ସେମାନେ ଲୁନାର ଏଭଳି ହରକତ୍‌ ଦେଖି ଖୁବ୍‌ ହସିଥିଲେ।