କେରଳ ବନ୍ୟା ପ୍ରପୀଡିତଙ୍କ ପାଇଁ ରିଲିଫ୍ ପ୍ୟାକ୍ କରୁଛନ୍ତି ନିଜେ ସୁଧା ମୁର୍ତ୍ତି : ଭିଡିଓ ହେଲା ଭାଇରାଲ୍

କେରଳର ବନ୍ୟା ପ୍ରପୀଡିତଙ୍କୁ ଦେଶର ସାଧାରଣ ଜନତାଙ୍କଠୁ ଆରମ୍ଭ କରି ବଡ଼ ବଡ଼ ଲୋକ ମଧ୍ୟ ସାହାଯ୍ୟର ହାତ ବଢାଉଛନ୍ତି । ଏପରିକି ୟୁଏଇ ଭଳି ଦେଶରୁ ମଧ୍ୟ କେରଳକୁ ମିଳିଛି ୭୦୦କୋଟି ସହାୟତା ରାଶି । ଆଉ ଏହି ମଣିଷ ପଣିଆରେ ଯୋଡି ହୋଇଯାଇଛି ଆଉ ଏକ ନାଁ । ସେ ହେଉଛନ୍ତି ଇନଫୋସିସର ସହ ସଂସ୍ଥାପକ ନାରାୟଣ ମୁର୍ତ୍ତିଙ୍କ ପତ୍ନୀ ସୁଧା ମୁର୍ତ୍ତି ।

ଏହା ସହ ପଢନ୍ତୁ ବାପା ଥିଲେ ଗରିବ ଚୌକିଦାର, ପୁଅ ଦେଶର ୮ମ ଧନୀ ବ୍ୟକ୍ତି

ସୁଧା ମୁର୍ତ୍ତିଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି ଯେଉଁଥିରେ ସେ ନିଜେ ବନ୍ୟା ପ୍ରପୀଡିତଙ୍କ ପାଇଁ ନିଜେ ରିଲିଫ୍ ପ୍ୟାକ୍ କରୁଛନ୍ତି । ଏହା ସହ ଦେଖିବାକୁ ମିଳିଛି ସୁଧା ମୁର୍ତ୍ତି ରିଲିଫ୍ ପ୍ୟାକ୍ କରୁଥିବା ଲୋକଙ୍କୁ ତଦାରଖ କରିବା ସହ ନିଜେ ମଧ୍ୟ କାର୍ଟୁନ୍ ଖୋଲି ସାମଗ୍ରୀ ଦେବାରେ ଅନ୍ୟ ମାନଙ୍କୁ ସାହାଯ୍ୟ କରୁଛନ୍ତି । ଅନେକ ନେତା ଏବଂ ମନ୍ତ୍ରୀ ତାଙ୍କୁ ଏହି ଭିଡିଓକୁ ନିଜ ଟୁଇଟର୍ ଆକାଉଂଟରେ ସେୟାର୍ କରିବା ସହ ସୁଧା ମୁର୍ତ୍ତିଙ୍କୁ ଆମ୍ମା ବୋଲି ସମ୍ବୋଧିତ କରିଛନ୍ତି ।

ଦେଖନ୍ତୁ ଏହି ଭିଡିଓ