ଡାଇବେଟିଜ୍‌ ରୋଗୀଙ୍କୁ ଏଣିକି ନେବାକୁ ପଡ଼ିବନି ଇନସୁଲିନ୍‌ ଇଞ୍ଜେକ୍ସନ, ବୈଜ୍ଞାନିକ ପ୍ରସ୍ତୁତ କଲେ ସହଜ ବିକଳ୍ପ

ଇନ୍‌ସୁଲିନ ଇଞ୍ଜେକ୍ସନ ନେଉଥିବା ରୋଗୀଙ୍କ ପାଇଁ ଏକ ଭଲ ଖବର ରହିଛି। ଏବେ ରୋଗୀଙ୍କୁ ଇନ୍‌ସୁଲିନ ଇଞ୍ଜେକ୍ସନ ନେବାରୁ ମୁକ୍ତି ମିଳିପାରିବ। ବୈଜ୍ଞାନିକମାନେ ଏମିତି ଏକ କ୍ୟାପସୁଲ୍‌ ପ୍ରସ୍ତୁତ କରିଛନ୍ତି, ଯାହା ଇନସୁଲିନ୍‌ ଏବଂ ଏଭଳି ଅନ୍ୟ ଔଷଧକୁ ଶରୀରରେ ପହଞ୍ଚାଇବାରେ ସକ୍ଷମ ହେବ। ସାଧାରଣତଃ ଏହାକୁ ଇଞ୍ଜେକ୍ସନ ମାଧ୍ୟମରେ ଶରୀର ଭିତରକୁ ପ୍ରବେଶ କରାଯାଇପାରିବ।

ବୈଜ୍ଞାନିକମାନେ କହିଛନ୍ତି, ବହୁତ ଔଷଧ ରହିଛି, ଖାସ୍‌ କରି ପ୍ରୋଟିନ୍‌ରେ ପ୍ରସ୍ତୁତ ବଟିକା କିମ୍ବା କ୍ୟାପସୁଲ୍‌ ଶରୀର ଭିତରକୁ ପ୍ରବେଶ କରିପାରି ନ ଥାଏ। କାରଣ, ଏମିତି ଔଷଧ ପାଚନ ତନ୍ତ୍ରରେ ପହଞ୍ଚିବା ମାତ୍ରେ ହିଁ କିଛି ପ୍ରଭାବ ପକାଇବା ପୂର୍ବରୁ ନଷ୍ଟ ହୋଇଯାଇଥାଏ। ଇନ୍‌ସୁଲିନ୍‌ ସହ ମଧ୍ୟ ଏପରି ଘଟିଥାଏ।

ତେଣୁ ଏହି ସମସ୍ୟାକୁ ଏଡ଼ାଇବା ପାଇଁ ବୈଜ୍ଞାନିକମାନେ ସ୍ୱତନ୍ତ୍ର ଧରଣର କ୍ୟାପସୁଲ୍‌ ତିଆରି କରିଛନ୍ତି। ଏହା ଖାଦ୍ୟନଳୀର ନିମ୍ନଭାଗକୁ ଯାଇ କ୍ଷୁଦ୍ର ଛୁଞ୍ଚି ମାଧ୍ୟମରେ ଔଷଧକୁ ମୁକ୍ତ କରିବ। ଏହି ଛୁଞ୍ଚି ଖାଦ୍ୟନଳୀ ନିମ୍ନଭାଗରେ ଲାଗିକି ଧୀରେ ଧୀରେ ଔଷଧକୁ ରକ୍ତରେ ମିଶାଇବ। ଆଉ ଏହାପରେ ନଷ୍ଟ ହୋଇଯିବ।

ଏହାସହ ପଢ଼ନ୍ତୁ: ନିଜ ବାସଭବନରୁ ମୃତ ଅବସ୍ଥାରେ ମିଳିଲେ ‘ଟାର୍ଜନ’ ଷ୍ଟାର୍‌ଙ୍କ ପତ୍ନୀ, ଛୁରୀ ଭୁଷି ମା’କୁ ହତ୍ୟା କଲା ପୁଅ

ଏହି କ୍ୟାପସୁଲ୍‌ ଆବଶ୍ୟକତା ଅନୁସାରେ ଔଷଧକୁ ଶରୀରରେ ପହଞ୍ଚିବାରେ ସାହାଯ୍ୟ କରିବ। ଆମେରିକାର ମୈସାଚୁସେଟ୍ସ ଅଫ୍‌ ଟେକ୍ନୋଲୋଜିର ବୈଜ୍ଞାନିକମାନେ ଏକ ଫାର୍ମା କମ୍ପାନୀ ସହ ମିଶି ଏହି କ୍ୟାପସୁଲ୍‌ ପ୍ରସ୍ତୁତ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.