ଆମକୁ ନିଦ ବଟିକା ଖୁଆଇ ଶୁଆଇ ଦେବା ପରେ ତଣ୍ଟି ଚିପି ଦେବ ବାପା, ଜାଣନ୍ତୁ ଏଭଳି କାହିଁକି ଲେଖାଥିଲା ସୁଇସାଇଡ୍ ନୋଟ୍ରେ
କେବେ କେବେ ଅବସ୍ଥା ଏପରି ଖରାପ ହୋଇଯାଏ ଯେ ପରିବାର ସଦସ୍ୟଙ୍କୁ ବଡ ପଦକ୍ଷେପ ନେବାକୁ ପଡିଥାଏ। ଆଦମପୁର ଅଞ୍ଚଳର ନଚନୀ କୁଆଁ ଅଞ୍ଚଳରେ ରହୁଥିବା ଚେତନ ତୁଲସ୍ୟାନଙ୍କ ଆର୍ଥିକ ସ୍ଥିତି ଖରାପ, ସ୍ୱାସ୍ଥ୍ୟ ଏବଂ କରଜ ଚିନ୍ତାରେ ପ୍ରଥମେ ଝିଅ, ପୁଅ ଏବଂ ପତ୍ନିଙ୍କର ଜୀବନ ନେଇଥିଲେ। ଏହାପରେ ନିଜେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଘଟଣା ସ୍ଥଳରେ ପୋଲିସ ପହଞ୍ଚିବା ପରେ ତଦନ୍ତ ଅନୁଯାୟୀ ପ୍ରଥମେ ସୁଇସାଇଡ୍ ନୋଟ୍ରୁ ସୂଚନା ମିଳିଛି ପରିବାର ସଦସ୍ୟ ଗତ ୨୩ ଦିନ ପୂର୍ବରୁ ଆତ୍ମହତ୍ୟା କରିବା ପାଇଁ ଯୋଜନା କରୁଥିଲେ। ସୁଇସାଇଡ୍ ନୋଟ୍ ରେ ଏଭଳି ଏକ ଲାଇନ୍ ମଧ୍ୟ ଲେଖାଯାଇଥିଲା, ଯାହାକୁ ପଢିିଲା ପରେ ମଧ୍ୟ ଆପଣଙ୍କ ଆଖିରୁ ଲୁହ ଝରି ଆସିବ। ଏହି ସୁଇସାଇଡ୍ ନୋଟ୍ ରେ ପିଲାମାନେ ଲେଖିଥିଲେ ପାପା ଆମକୁ ନିଦ ଔଷଧ ଖୁଆଇ ଶୁଆଇ ଦେବା ପରେ ତଣ୍ଟି ଚିପି ମାରିଦେବ।
ସୂଚନା ଅନୁଯାୟୀ ଯେତେବେଳେ ଘରୁ ପୋଲିସ ଚେତନ ତୁଲସ୍ୟାନ(୪୫), ପତ୍ନି ଋତୁ(୪୨), ପୁଅ ହର୍ଷ(୧୯) ଏବଂ ଝିଅ ହିମାନୀ (୧୭)ଙ୍କ ଶବ ବାହାର କରିବା ପରେ ପୁରା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିଲା। ବ୍ୟବସାୟୀ ଜଣକ ଆତ୍ମହତ୍ୟା କରିବା ପୂର୍ବରୁ ପ୍ରଥମେ ୧୧୨କୁ ଫୋନ କରି କହିଥିଲେ ମୁଁ ପିଲାଙ୍କୁ ମାରି ସାରିଛି। ଏବେ ମୁଁ ନିଜେ ଆତ୍ମହତ୍ୟା କରିବାକୁ ଯାଉଛି। ଏହା ଶୁଣିବା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘରର କବାଟ ବାଡେଇବା ପରେ ମୃତ ବ୍ୟବସାୟୀଙ୍କ ବାପାା କବାଟ ଖୋଲିଥିଲେ। ଏହାପରେ ପୋଲିସ୍ ଆତ୍ମହତ୍ୟାକାରୀଙ୍କ ବାପାଙ୍କୁ ସବୁ କଥା କହିବା ପରେ ତାଙ୍କ ବାପା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ସବୁ ଲୋକ ଉପର ମହଲାରେ ପହଞ୍ଚିବା ପରେ ପୁରା ପରିବାର ମୃତ୍ୟୁ ଶଯ୍ୟାରେ ଶୋଇଥିବାର ଦେଖିଥିଲେ।