photo: India Today
୨୦୦ କୋଟି ମନି ଲଣ୍ଡରିଂ ମାମଲାରେ ବଲିଉଡ୍ ଅଭିନେତ୍ରୀ ଜ୍ୟାକ୍ଲିନ ପର୍ଣ୍ଣାଡିଜ୍ଙ୍କ ନାମ ଆଗରେ ରହିଛି। ମହାଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ତାଙ୍କର ସମ୍ପର୍କକୁ ନେଇ ମଧ୍ୟ ଜ୍ୟାକଲିନ୍ ବହୁତ ଚର୍ଚ୍ଚାରେ ଅଛନ୍ତି। ଇଡିର ପଚରାଉଚରା ବେଳେ ଜ୍ୟାକଲିନ୍ ଓ ସୁକେଶଙ୍କ ମଧ୍ୟରେ ଥିବା ନିବିଡ଼ତା ସମ୍ପର୍କରେ ଖୁଲାସା ହୋଇଥିଲା।
ତେବେ ଏହାରି ଭିତରେ ଏବେ ସୁକେଶ ଚନ୍ଦ୍ରଶେଖରଙ୍କର ଲାଟେଷ୍ଟ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ସେ ଇସାରା ଇସାରାରେ ଜ୍ୟାକଲିନ୍ ଫର୍ଣ୍ଣାଡିଜ୍ଙ୍କୁ ଓ୍ଵିଶ୍ କରୁଥିବା ନଜର ଆସୁଛନ୍ତି। ଫ୍ରି ପ୍ରେସ୍ ଜର୍ଣ୍ଣାଲ ନିଜ ଅଫିସିଆଲ ଟ୍ଵିଟର ହ୍ୟାଣ୍ଡେଲରେ ଏକ ଲାଟେଷ୍ଟ ଭିଡିଓ ସେୟାର କରିଛି। ଏହି ଭିଡିଓରେ ୨୦୦ କୋଟି ଠକେଇ ମାମଲାର ଦୋଷୀ ସୁକେଶ ଚନ୍ଦ୍ରଶେଖର ମିଡିଆ ପ୍ରଶ୍ନର ଉତ୍ତର ଦେଉଥିବା ଦେଖାଯାଉଛନ୍ତି।
ଏଥିରେ ଏକ ଗଣମାଧ୍ୟମ ସୁକେଶଙ୍କୁ ପ୍ରଶ୍ନ ପଚାରୁଛି କି, କ’ଣ ଆପଣ ଅଭିନେତ୍ରୀଙ୍କ ଅଭିଯୋଗଗୁଡ଼ିକ ଉପରେ କିଛି କହିବାକୁ ଚାହିଁବେ? ତ ଏହା ଉପରେ ସୁକେଶ କହୁଛନ୍ତି, ମୁଁ ଏହା ବିଷୟରେ କିଛି ବି କହିବାକୁ ଚାହୁଁନାହିଁ ଏବଂ ଏହା ପଛରେ କୌଣସି କାରଣ ନାହିଁ। ଏହାପରେ ସୁକେଶଙ୍କୁ ଏହା ବି ପଚରାଯାଉଛି ଯେ କ’ଣ ଆପଣ ଏବେ ବି ଜ୍ୟାକଲିନ୍ଙ୍କୁ ଭଲ ପାଉଛନ୍ତି? ତ ଏହି ପ୍ରଶ୍ନର ଉତ୍ତର ଦେବାକୁ ଯାଇ ସୁକେଶ କହୁଛନ୍ତି, ମୋ ତରଫରୁ ତାଙ୍କୁ ହ୍ୟାପି ଭାଲେଣ୍ଟାଇନ୍ସ ଡେ’। କହି ରଖୁଛୁ, ସୁକେଶଙ୍କର ଏହି ଭିଡିଓ କୋର୍ଟରେ ହାଜର ହେବାକୁ ଯାଉଥିବା ସମୟର।
ମେଷ : ଏହି ରାଶିର ବ୍ୟକ୍ତିମାନେ କର୍ମକ୍ଷେତ୍ରରେ ଆଗକୁ ଯିବେ, ଏହା ସହ ସମ୍ମାନ ମିଳିବା ସହିତ ଆପଣ ଏକ…
ଯାଜପୁର ଟାଉନ : ରେସ୍ତୁରାଣ୍ଟରେ ଶିଶୁ ଶ୍ରମିକ କାମ କରୁଥିବା ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ଚାଇଲ୍ଡ ଲାଇନ…
ଭୁବନେଶ୍ବର : ଆସନ୍ତାକାଲି ବିଜେଡିର ରାଜ୍ୟସଭା ସାଂସଦଙ୍କ ସହ ଆଲୋଚନା କରିବେ ସୁପ୍ରିମୋ ନବୀନ ପଟ୍ଟନାୟକ । ନବୀନ ନିବାସରେ…
ମୟୁରଭଞ୍ଜ : ତୁଟିଲା ବିବାଦ । ମୟୁରଭଞ୍ଜ ଜିଲ୍ଲାରେ ସ୍ବାଭାବିକ ହେଲା ବସ୍ ଚଳା ଚଳ । ୩ ଦିନ…
କେନ୍ଦୁଝର : ଘଟଗାଁ ତାରିଣୀ ପୀଠର ବିକାଶ ପାଇଁ ଆଉ ୫୦ କୋଟିର ଅନୁଦାନ। କେନ୍ଦୁଝର ଜିଲ୍ଲାକୁ ଦୁଇ ଦିନିଆ…
ବାଲେଶ୍ବର: ଆଶା କରିଥିଲୁ ବୁଢ଼ା କାଳେ ଆମ ପୁଅ ଆମ ସାହାରା ପାଲଟିବ । ଆମେ ଜମି ବାଡ଼ି ବିକ୍ରି…