ସୁଖୋଇ ଏବଂ ମିରାଜ ଦୁର୍ଘଟଣା ସମୟରେ ଆଉ ଏକ ବିମାନ କରୁଥିଲା ଅଭ୍ୟାସ, ପାଇଲଟ ଦେଖିଥିଲେ ସମସ୍ତ ଘଟଣା

ଭାରତୀୟ ବାୟୁସେନାର ଲଢୁଆ ବିମାନ ସୁଖୋଇ-୩୦ ଏବଂ ମିରାଜ-୨୦୦୦ ପରସ୍ପର ମଧ୍ୟରେ ଧକ୍କା ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ ବିମାନ ରାଜସ୍ଥାନର ଭରତପୁର ଜିଲ୍ଲା ସ୍ଥିତ ପିଗୋରା ଗାଁରେ ପଡିଥିଲା । ସେହିପରି ଅନ୍ୟ ଏକ ବିମାନ ମଧ୍ୟପ୍ରଦେଶର ମୁରୈନାଙ୍କ ପହାଡଗଢ ସ୍ଥିତ ଜଙ୍ଗଲରେ ପଡିଥିଲା । ଏହି ଘଟଣାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଏହି ବିମାନ ଦୁର୍ଘଟଣା ସମୟରେ ଅନ୍ୟ ଏକ ଲଢୁଆ ବିମାନ ଅଭ୍ୟାସ କରୁଥିଲା। ଆଉ ଏହାର ପାଇଲଟ ଆକାଶରେ ଏହି ଦୁର୍ଘଟଣାକୁ ଦେଖିଥିଲେ । ଏବେ ବାୟୁ ସେନା ମୁଖ୍ୟାଳୟ ପକ୍ଷରୁ ଏୟାର କମାଣ୍ଡର ଅଧିନରେ ଯାଞ୍ଚ ଆଦେଶ ଦେଇଛନ୍ତି । ବାୟୁ ସେନା ମୁଖ୍ୟାଳୟ ପକ୍ଷରୁ ଏକ ଏୟାର କମାଣ୍ଡର-ର‍୍ୟାଙ୍କର ଅଧିକାରୀ ଦୁର୍ଘଟଣାର କାରଣ ବିଷୟରେ ଯାଞ୍ଚ କରୁଛି ।

ତେବେ କିଛି ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁଯାୟୀ, ଦୁଇଟି ଯାକ ବିମାନରେ ନିଆଁ ଲାଗିବା ସମୟରେ ବିମାନଟି କୈଲାରସ ଆଦିବାସୀ ଅଞ୍ଚଳରେ ଯାଉଥିଲା। ଆଉ ବିମାନଟି ଏଠାରେ ପଡିଥିଲେ, ଲୋକଙ୍କ ଜୀବନ ଚାଲିଯାଇଥାନ୍ତା ବୋଲି ବିମାନର ପାଇଲଟ ଏହାକୁ ଅନ୍ୟ ସ୍ଥାନକୁ ନେଇ ପକାଇଥିଲେ ।

ସୂଚନାଯୋଗ୍ୟ, ଗ୍ଵାଲିୟର ଏୟାରବେସରୁ ଦୁଇଟି ଏୟାରକ୍ରାଫ୍ଟ ସୁଖୋଇ-୩୦ ଓ ମିରାଜ-୨୦୦୦ ଏୟାରକ୍ରାଫ୍ଟ ଉଡ଼ାଣ ଭରିଥିଲେ । ଏହି ଦୁଇଟି ଏୟାରକ୍ରାଫ୍ଟ ସାମରିକ ଅଭ୍ୟାସରେ ସାମିଲ ଥିଲେ । ଦୁର୍ଘଟଣାରେ ସୁଖୋଇ-୩୦ର ଦୁଇ ପାଇଲଟ ସୁରକ୍ଷିତ ଥିବା ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଥିଲା। ସେମାନଙ୍କୁ ଏୟାର ଲିଫ୍ଟ କରାଯାଇଥିଲା।

ମିରାଜ-୨୦୦୦ରେ ଥିବା ପାଇଲଟ ସହିଦ ହୋଇଥିଲେ । ଉଡାଣ ଭରିବା ପରେ ମଝି ଆକାଶରେ ଦୁଇ ବିମାନର ଧକ୍କା ହୋଇଥିଲା । ଦୁର୍ଘଟଣା ପରେ ମୋରେନାରେ ମିରାଜ ବିମାନ ଖସିପଡଥିଲା। କିନ୍ତୁ ସୁଖୋଇ ବିମାନ ପାଇଲଟ ନିଜକୁ ବଂଚାଇବାକୁ ଅନେକ ଉଦ୍ୟମ କରିଥିଲେ ।

 

Leave A Reply

Your email address will not be published.