ବଧୂ ଚାଲାଣ ର‍୍ୟାକେଟ୍‌ ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଚୀନ ନାଗରିକ ସମେତ ୧୦ ଗିରଫ

ନେପାଳର ଆଣ୍ଟି ହ୍ୟୁମନ ଟ୍ରାଫିକିଂ ବ୍ୟୁରୋ ଚଢାଉ କରି ୪ ଜଣ ଚୀନ ନାଗରିକଙ୍କ ସମେତ ଦଶ ଜଣଙ୍କୁ ବଧୂ ଚାଲାଣ ର‍୍ୟାକେଟ ଅଭିଯୋଗରେ ଗିରଫ କରିଛି। ଖବର ମୁତାବକ, ଚୀନ ନାଗରିକଙ୍କୁ କାଠମାଣ୍ଡୁର ତ୍ରିଭୁବନ ଆର୍ନ୍ତଜାତୀୟ ବିମାନବନ୍ଦରରୁ ଗିରଫ କରାଯାଇଛି। ସେମାନଙ୍କ ନାମ ଜୈନ ଜିୟାନଜଡୋଙ୍ଗ, ଝାଙ୍ଗ ଡୋଙ୍ଗହୁଇଳ କ୍ୱାନ ଝାନ ପେଙ୍ଗ ଏବଂ କିନ ଲିୟାଙ୍ଗ। ଚାରି ଜଣ ଚୀନର ହୁଓ୍ଵାଇ ପ୍ରାନ୍ତର ବାସିନ୍ଦା। ଅନ୍ୟ ଆରୋପୀ ନେପାଳୀ ରହିଛନ୍ତି। ପୋଲିସ ଏମାନଙ୍କ ଠାରୁ ୧୨ଟି ମୋବାଇଲ ଫୋନ, ୨୨ ଲକ୍ଷ ଯଙ୍କା ଏବଂ ବିଦେଶୀ ମୁଦ୍ରା ଜବତ କରିଛି।

ପୋଲିସ କହିବା ମୁତାବକ, ଏହି ଲୋକ ନେପାଳୀ ଯୁବତୀ ଏବଂ ମହିଳାମାନଙ୍କୁ ବଧୂ ବେଶରେ ଚାଲାଣ କରୁଥିଲେ। ଏମାନେ ନେପାଳ ସହରର ଦୂରବର୍ତ୍ତୀ ଅଞ୍ଚଳରୁ ଯୁବତୀ ଏବଂ ମହିଳାମାନଙ୍କୁ ଚୀନରେ ଚାକିରି କରାଇଦେବା କହି ସେମାନଙ୍କୁ ସାଙ୍ଗରେ ନେଇ ବିକ୍ରି କରିଦେଉଥିଲେ। ଚୀନରେ ଏହି ମହିଳାମାନଙ୍କର ବ୍ୟବହାର ବଧୂ ବିକ୍ରି ପ୍ରଥା ନାମରେ କରାଯାଉଥିଲା। ଚୀନର ଅନେକ କିଛି ଅଞ୍ଚଳରେ ଏପର୍ଯ୍ୟନ୍ତ ଏହି ପ୍ରଥା ପ୍ରଚଳିତ ଚାଲିଛି। ଯେଉଁଠାରେ ବଧୂ କିଣା ଯାଉଛି।

ଏହାଛଡା ବଧୂ ହେବା ପାଇଁ ଟ୍ରେନିଂ ଦିଆଯିବାକୁ ଏକ ଘର ମଧ୍ୟ ଭଡାରେ ନିଆଯାଇଛି। ଏଠାରେ ବଧୂକୁ ମଧ୍ୟ ନିଜର ଭାବିସ୍ୱାମୀ ସହିତ ଭିଡିଓ କଲିଂ ମାଧ୍ୟମରେ ପରିଚୟ ମଧ୍ୟ କରାଯାଏ। ଏହା ବିଷୟରେ ଟ୍ରେନିଂ ଦେବା ସହିତ ନକଲି ବିବାହର କାଗଜପତ୍ର ପ୍ରସ୍ତୁତ କରାଯାଉଛି।

You might also like