ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା : ଶଶୀ ଥରୁରଙ୍କୁ ମିଳିଲା ନିୟମିତ ଜାମିନ

Sunanda Pushkar

ନୂଆଦିଲ୍ଲୀ : ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଶଶୀ ଥରୁରଙ୍କୁ ଆଶ୍ୱସ୍ତି । ଦିଲ୍ଲୀ ପଟିଆଲା ହାଉସ କୋର୍ଟ ତାଙ୍କୁ ନିୟମିତ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ତାଙ୍କୁ ଆଗୁଆ ଜାମିନ ମିଳିଥିଲା । ଆଜି ଶୁଣାଣି ବେଳେ ସେ ପଟିଆଲା ହାଉସକୋର୍ଟରେ ହାଜର ହୋଇଥିଲେ । ବ୍ୟକ୍ତିଗତ ଭାବେ ହାଜର ହେବାକୁ ତାଙ୍କୁ ସମନ ହୋଇଥିଲା । ୪ ବର୍ଷ ତଳେ ଦିଲ୍ଲୀର ଲୀଳା ହୋଟେଲରୁ ସୁନନ୍ଦା ପୁଷ୍କରଙ୍କ ମୃତଦେହ ସନ୍ଦେହଜନକ ଭାବେ ମିଳିଥିଲା । ଏହି ମାମଲାରେ ଶଶୀ ଥରୁରଙ୍କ ବିରୋଧରେ ବିଚାର ଚାଲିବ ବୋଲି ଜୁନ ୫ରେ ଦିଲ୍ଲୀର ଏକ କୋର୍ଟ ରାୟ ଦେଇଥିଲେ । ଏହି ମାମଲାରେ ଏସ୍‌ଆଇଟି ଚାର୍ଜସିଟ୍‌ ଦାଖଲ କରି ସାରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.