ହସିଲେ, ହାତ ହଲାଇଲେ, ପୃଥିବୀ ପୃଷ୍ଠକୁ ଫେରି ଏମିତି ଦେଲେ ପ୍ରତିକ୍ରିୟା

ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ଏବଂ ଅନ୍ୟ ଦୁଇ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ସଫଳତାପୂର୍ବକ ପୃଥିବୀକୁ ଫେରିଛନ୍ତି । ଦୀର୍ଘ ୯ ମାସ ରହିବା ପରେ ଫେରିଛନ୍ତି ସୁନୀତା । ଆମେରିକାର ଫ୍ଲୋରିଡ଼ା ତଟରେ ଭାରତୀୟ ସମୟ ଭୋର୍ ୩ଟା ୨୭ ମିନିଟରେ ଲାଣ୍ଡିଂ କରିଥିଲା ଡ୍ରାଗନ୍ କ୍ୟାପସୁଲ୍ ।
କ୍ୟାପସୁଲରୁ ବାହାରିବା ପରେ ହସିଥିଲେ ସୁନୀତା ଏବଂ ହାତ ହଲାଇ ଅଭିବାଦନ ଜଣାଇଥିଲେ । ଏହାପରେ ମେଡିକାଲ ଟେଷ୍ଟ ପାଇଁ ରୋଲିଂ ଷ୍ଟ୍ରେଚରରେ ତାଙ୍କୁ ନିଆଯାଇଥିଲା । ସୁନୀତା ୱିଲିୟମ୍ସ, ବୁଚ୍ ୱିଲମୋର, ଆଲେକ୍ସଜାଣ୍ଡାର୍ ଗୋର୍ବୁନୋଭ ଏବଂ ନିକ ହେଗ ଡ୍ରାଗନରୁ ବାହାରିଥିଲେ ।
ଭିଡିଓରେ ଦେଖିବାକୁ ମିଳିଛି, ସମୁଦ୍ରରେ ସ୍ପେସକ୍ରାଫ୍ଟ ଅବତରଣ ପରେ ସେଥିରୁ ହସି ହସି ବାହାରିଥିଲେ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ୱିଲମୋର୍ । ମହାକାଶରୁ ଆସି ମାଟି ଛୁଇଁବା ପରେ ସୁନୀତାଙ୍କ ମୁହଁରେ ହସ ଖେଳି ଯାଇଥିଲା । ଏହାପରେ ହାତ ହଲାଇଥିଲେ ସୁନୀତା । ସୁନୀତାଙ୍କ ମୁହଁରେ ହସ ଦେଖି ସମସ୍ତେ ଖୁସି ହୋଇଯାଇଥିଲେ । ଉଦ୍ଧାର କରିବାକୁ ଯାଇଥିବା ଟିମ୍ ସଦସ୍ୟ ତାଳି ମାରି ସ୍ବାଗତ କରିଥିଲେ ।
#WATCH | Being stranded at the International Space Station for 9 months, Sunita Williams is back on Earth with a smile
Today, NASA's SpaceX Crew-9 – astronauts Nick Hague, Butch Wilmore, Sunita Williams, and Roscosmos cosmonaut Aleksandr Gorbunov returned to Earth after the… pic.twitter.com/mdZIQTG4SN
— ANI (@ANI) March 18, 2025
ଲାଇଭ୍ ଲ୍ୟାଣ୍ଡିଂ ସମୟରେ କ୍ୟାପସୁଲ୍ ଚାରିପାଖରେ ଅନେକ ଡଲଫିନ୍ ଘୁରି ବୁଲୁଛନ୍ତି । ପୁନରୁଦ୍ଧାର ଜାହାଜ ଦଳ କ୍ୟାପସୁଲରୁ ମହାକାଶଚାରୀଙ୍କୁ ବାହାର କରିଥିଲେ । ନାସା ଏବଂ ସ୍ପେଶ୍ ଏକ୍ସର ମିଳିତ ଉଦ୍ୟମରେ ସଫଳତାର ସହ ପୃଥିବୀରେ ପହଞ୍ଚିଛନ୍ତି ୪ ମହାକାଶଚାରୀ ।
ସୂଚନାଯୋଗ୍ୟ, ୯ ମାସ ହେଲା ISSରେ ଫସି ରହିଥିଲେ ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ୱିଲ୍ ବୁଚ୍ ମୋର୍ । ୮ ଦିନ ପାଇଁ ଯାତ୍ରା କରିଥିଲେ, ମାତ୍ର ୯ ମାସ ରହିଲେଣି । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମହାକାଶରେ ୯ମାସ ହେବ ଫସି ରହିଥିଲେ ସୁନିତା ଓ ତାଙ୍କ ସହଯୋଗୀ । ତାଙ୍କୁ ଫେରାଇ ଆଣିବାକୁ ଶୁକ୍ରବାର ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ କ୍ରୁ-୧୦ ଡ୍ରାଗନ ସ୍ପେସ୍ କ୍ରାଫ୍ଟ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାତ୍ରା କରିଥିଲା ।
Also Read : ସୁନୀତା ପୃଥିବୀ ପୃଷ୍ଠକୁ ଫେରିବା ନେଇ ଖୁସିରେ ନାଚିଲେ ଡଲଫିନ୍, ଡ୍ରାଗନ୍ କ୍ୟାପସୁଲ୍ ଚାରିପଟେ ଘୁରିବୁଲିଲେ : ଭିଡିଓ…