ମହାକାଶରୁ ପ୍ରଥମ ଥର ପାଇଁ ନିଜ ମନ କଥା କହିଲେ ସୁନୀତା ଓ୍ଵିଲିୟମ୍ସ, ଆଗାମୀ ସୁଯୋଗକୁ କରିଛନ୍ତି ଅପେକ୍ଷା

ମହାକାଶଚାରୀ ସୁନୀତା ଓ୍ଵିଲିୟମ୍ସ ଏବଂ ବୁଚ୍‌ ଓ୍ଵିଲମୋର ଗତ ୩ ମାସରୁ ଅଧିକ ସମୟ ଧରି ମହାକାଶରେ ଫସିଛନ୍ତି । ଯେଉଁ ସ୍ପେସକ୍ରାଫ୍ଟରେ ସେମାନେ ଯାଇଥିଲେ ତାହା ଗତ ସପ୍ତାହରେ ବୋଇଂ ଷ୍ଟାରଲାଇନର କ୍ୟାପସୁଲ ପୃଥିବୀକୁ ଫେରି ଆସିଛି । ତେବେ ଏହାରି ମଧ୍ୟରେ ମହାକାଶରେ ଫସି ରହିଥିବା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ୍ ଓ୍ଵିଲମୋର ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ । ଶୁକ୍ରବାର ୱିଲିୟମ୍ସ ଓ ବୁଚ୍ ଓ୍ଵିଲମୋର କହିଛନ୍ତି ଯେ, ସେମାନଙ୍କ ବିନା ବୋଇଂକୁ ଉଡ଼ାଣ କରିବା ଏବଂ କକ୍ଷପଥରେ ଅଧିକ କିଛି ମାସ ବିତାଇବାର ସମ୍ଭାବନାର ମୁକାବିଲା କରିବା ଅତ୍ୟନ୍ତ କଷ୍ଟକର । ତେବେ ଆମେ ଅଲଗା ସୁଯୋଗକୁ ଅପେକ୍ଷା କରିଛୁ ।

ଭାରତୀୟ ସମୟ ଅନୁଯାୟୀ ଶୁକ୍ରବାର ରାତି ୧୨ଟା ୧୫ରେ ସୁନିତା ୱିଲିୟମ୍ସଙ୍କ ସାମ୍ବାଦିକ ସମ୍ମିଳନୀ ଆରମ୍ଭ ହୋଇଥିଲା । ଏଥିରେ ସୁନୀତା ୱିଲିୟମ୍ସ ଓ ବୁଚ୍ ଓ୍ଵିଲମୋର ଗଣମାଧ୍ୟମ ସହ କଥାବାର୍ତ୍ତା ସମୟରେ ସୁନୀତା କହିଥିଲେ ଯେ , “ମୁଁ ଏଠାରେ ଅନ୍ୟ ଏକ ଅରବିଟ୍ ରେ ଅଟକି ରହିଥିଲି ଏବଂ କକ୍ଷପଥରେ ଅନେକ ମାସ ବିତାଇବା କଷ୍ଟକର ଥିଲା । ଏହି ସମୟରେ ଉଭୟ ମହାକାଶଚାରୀ କହିଛନ୍ତି, ବୋଇଂ ଷ୍ଟାରଲାଇନ୍ ଆମ ବିନା ପୃଥିବୀକୁ ଫେରିବା ଅତ୍ୟନ୍ତ ଦୁଃଖଦାୟକ ଥିଲା ।

ଏହି ମିଶନ ୮ ଦିନରୁ ୮ ମାସରେ ପହଞ୍ଚିଲାଣି। ଏପର୍ଯ୍ୟନ୍ତ ୩ ମାସ ମହାକାଶରେ ବିତାଇସାରିଥିବା ମହାକାଶଚାରୀ ଆହୁରି ୫ ମାସ ମହାକାଶରେ ରହିବେ । ଏହାକୁ ନେଇ ଦୁହେଁ କହିଛନ୍ତି, ଏଥିପାଇଁ ଆମେ ଦୁଇଜଣ ପ୍ରସ୍ତୁତ ।
ତେବେ ଆମେରିକାରେ ୫ ନଭେମ୍ବରରେ ରାଷ୍ଟ୍ରପତି ନିର୍ବାଚନ ହେବ । ଏଥିରେ ଦୁହେଁ ମହାକାଶରୁ ଭୋଟ ଦେବେ ବୋଲି ମନସ୍ତ କରିଛନ୍ତି ।
ସୂଚନାଯୋଗ୍ୟ, ବୋଇଂ ଷ୍ଟାରଲାଇନରରେ ସୁନୀତା ୱିଲିୟମ୍ସ ଓ ବଚ୍ ଓ୍ଵିଲମୋର ମହାକାଶକୁ ଯାଇଥିଲେ । ତେବେ ଷ୍ଟାରଲାଇନରରେ ବୈଷୟିକ ତ୍ରୁଟି ଯୋଗୁଁ ଉଭୟ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରେ ଅଟକି ରହିଥିଲେ । ତେବେ ଦୁହେଁ ୨୦୨୫ ଫେବୃଆରୀ ମାସରେ ପୃଥିବୀକୁ ଫେରିବେ ବୋଲି ନାସା ପକ୍ଷରୁ ପୂର୍ବରୁ ସୂଚନା ମିଳିଛି ।

You might also like