ମହାକାଶ ଛାଡି ପୃଥିବୀ ଅଭିମୁଖେ ସୁନୀତା, ୧୮ ହଜାର ଫୁଟ ଉପରେ ଖୋଲିବ ପାରାସୁଟ୍

ଶେଷରେ ଅପେକ୍ଷାର ହେବ ଅନ୍ତ । ଆଜି ପୃଥିବୀକୁ ଫେରିବେ ସୁନୀତା ୱିଲିୟମ୍ସ । ସୁନୀତା ଓ ସାଥୀ ବୁଚ୍ ୱିଲମୋରଙ୍କୁ ନେଇ ଫ୍ଲୋରିଡା କୋଷ୍ଟରେ ଅବତରଣ କରିବ ସ୍ପେସ୍ କ୍ରାଫ୍ଟ । ଆମେରିକୀୟ ସମୟ ରାତି ୧ଟା ୫ ମିନିଟରେ ଅନଡକିଂ ହେବ । ଭାରତୀୟ ସମୟ ଆସନ୍ତାକାଲି ଭୋର ୩ଟା ୩୭ ମିନିଟ୍ ରହିଛି ।

ଫ୍ଲୋରିଡା ତଟରେ ସୁନୀତାଙ୍କ ସହିତ ଓହ୍ଲାଇବେ ୪ ମହାକାଶଚାରୀ । ଭାରତୀୟ ସମୟ ଅନୁସାରେ ସକାଳ ୧୦.୩୫ ମିନିଟରେ ସ୍ପେସଏକ୍ସର ଡ୍ରାଗନ ମହାକାଶଯାନ ତାଙ୍କୁ ଏବଂ ଅନ୍ୟ ଦୁଇ ମହାକାଶଚାରୀଙ୍କୁ ଧରି ଆନ୍ତର୍ଜାତୀୟ ମହାକାଶ ଷ୍ଟେସନ ଛାଡିଛି । ୧୮ ହଜାର ଫିଟ୍ ଉପରେ ଖୋଲିବ ପାରାସୁଟ୍ । ଏହାପରେ ସମୁଦ୍ରରେ ଲ୍ୟାଣ୍ଡ କରିବ ।

ଆନ୍ତର୍ଜାତିକ ସ୍ପେସ୍ ଷ୍ଟେସନରୁ ଫେରିବା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଓ ଏଲନ ମସ୍କଙ୍କୁ ସୁନୀତା ୱିଲିୟମସ୍ ଓ ତାଙ୍କ ମହକାଶଚାରୀ ସାଥୀ ଧନ୍ୟବାଦ ଜଣାଇଛନ୍ତି । ୯ ମାସ ହେଲା ISSରେ ଫସି ରହିଛନ୍ତି ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ଓ ୱିଲ୍ ବୁଚ୍ ମୋର୍ । ୮ ଦିନ ପାଇଁ ଯାତ୍ରା କରିଥିଲେ, ମାତ୍ର ୯ ମାସ ରହିଲେଣି । ବୋଇଂ ଷ୍ଟାରଲାଇନରେ ଯାନ୍ତ୍ରିକ ତ୍ରୁଟି କାରଣରୁ ମହାକାଶରେ ୯ମାସ ହେବ ଫସି ରହିଥିଲେ ସୁନିତା ଓ ତାଙ୍କ ସହଯୋଗୀ  ।  ତାଙ୍କୁ ଫେରାଇ ଆଣିବାକୁ ଶୁକ୍ରବାର ଫ୍ଲୋରିଡାର କେନେଡି ମହାକାଶ କେନ୍ଦ୍ରରୁ କ୍ରୁ-୧୦ ଡ୍ରାଗନ ସ୍ପେସ୍ କ୍ରାଫ୍ଟ ଅନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନକୁ ଯାତ୍ରା କରିଥିଲା ।

Also Read : ୯ ମାସ ପରେ ଫେରିବେ ସୁନୀତା, ମିଶନ କ୍ରୁ-୧୦ ଲଞ୍ଚ