ଶିକ୍ଷକ ଭର୍ତ୍ତି ପାଇଁ ଫର୍ମ ପୂରଣ କରିଥିଲେ ଯୁବତୀ, ହେଲେ ଆଡମିଟ୍ କାର୍ଡରେ ନିଜ ଫଟୋ ବଦଳରେ ଆସିଲା ସନ୍ନିଙ୍କ ଅଶ୍ଳୀଳ ଫଟୋ

ଶିକ୍ଷକ ଭର୍ତ୍ତି ପାଇଁ ଫର୍ମ ପୂରଣ କରିଥିଲେ ଯୁବତୀ। ହେଲେ ଆଡମିଟ୍ କାର୍ଡରେ ଆସିଲା ସନ୍ନି ଲିଓନିଙ୍କ ଅଶ୍ଳୀଳ ଫଟୋ। ଖବର ଜାଣିଲା ପରେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। କିନ୍ତୁ ଏମିତି ଘଟଣା କର୍ଣ୍ଣାଟକରେ ଦେଖିବାକୁ ମିଳିଛି।
ସରକାରୀ ଚାକିରି ହେଉ ଅବା ବେସରକାରୀ ଯେ କୌଣସ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ନିହାତି ଜରୁରୀ । ପରୀକ୍ଷା ହଲରେ ଏଣ୍ଟ୍ରି କରିବା ପାଇଁ ଆଡମିଟ୍ କାର୍ଡର ଆବଶ୍ୟକ ହୋଇଥାଏ । ଆଡମିଟ୍ କାର୍ଡରେ ପରୀକ୍ଷାର୍ଥୀଙ୍କ ଫଟୋ ଥିବାବେଳେ ତାଙ୍କ ବିଷୟରେ ସଂପୂର୍ଣ୍ଣ ବିବରଣୀ ରହିଥାଏ। ହେଲେ ୨୦୨୨ କର୍ଣ୍ଣାଟକରେ ଶିକ୍ଷକ ପଦବୀ ପାଇଁ ଏକ ସରକାରୀ ଚାକିରିରେ ଆବେଦନ କରିଥିବା ଜଣେ ପରୀକ୍ଷାର୍ଥୀଙ୍କ ଆଡମିଟ୍ କାର୍ଡରେ ତାଙ୍କ ଫଟୋ ପରିବର୍ତ୍ତେ ସନ୍ନି ଲିଓନିଙ୍କ ଫଟୋ ଥିବା ଦେଖିବାକୁ ମିଳିଛି। ଏହି ଫଟୋ ଟ୍ଵିଟରରେ ଭାଇରଲ ହେବାରେ ଲାଗିଛି। ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ସାମ୍ନାକୁ ଆସିଛି। ଏହି ମାମଲା କର୍ଣ୍ଣାଟକର ଶିକ୍ଷକ ଭର୍ତ୍ତି ପରୀକ୍ଷା ୨୦୨୨ରେ ଦେଖିବାକୁ ମିଳିଛି।
ಶಿಕ್ಷಕರ ನೇಮಕಾತಿಯ ಪ್ರವೇಶಾತಿ ಪತ್ರದಲ್ಲಿ ಅಭ್ಯರ್ಥಿಯ ಬದಲು ನೀಲಿಚಿತ್ರ ತಾರೆಯ ಫೋಟೋ ಪ್ರಕಟಿಸಲಾಗಿದೆ.
ಸದನದಲ್ಲಿ ನೀಲಿಚಿತ್ರ ವೀಕ್ಷಿಸುವ ಪಕ್ಷದವರಿಂದ ಇನ್ನೇನು ತಾನೇ ನಿರೀಕ್ಷಿಸಲು ಸಾಧ್ಯ?@BCNagesh_bjp ಅವರೇ, ನೀಲಿಚಿತ್ರ ತಾರೆ ನೋಡುವ ಹಂಬಲವಿದ್ದರೆ ಒಂದು ಫೋಟೋ ನೇತಾಕಿಕೊಳ್ಳಿ, ಅದಕ್ಕೆ ಶಿಕ್ಷಣ ಇಲಾಖೆಯನ್ನು ಉಪಯೋಗಿಸಬೇಡಿ! pic.twitter.com/Czb7W0d1xJ
— B.R.Naidu ಬಿ.ಆರ್.ನಾಯ್ಡು Vasanthnagar (@brnaidu1978) November 8, 2022
କର୍ଣ୍ଣାଟକ ଶିକ୍ଷକ ଭର୍ତ୍ତି ପରୀକ୍ଷା ପାଇଁ ଆଡମିଟ୍ କାର୍ଡରେ ସନ୍ନି ଲିଓନିଙ୍କ ଫଟୋ ଦେଖି ରାଜ୍ୟ ଶିକ୍ଷା ବିଭାଗ ଏହାକୁ ଯାଞ୍ଚ ପାଇଁ ଆଦେଶ ଦେଇଛନ୍ତି। ଟ୍ଵିଟରରେ ଏହି ଫଟୋ ଭାଇରଲ ହେବା ସହିତ ସରକାରଙ୍କୁ ବିପକ୍ଷ ଦଳ ଟ୍ରୋଲ କରିବାରେ ଲାଗିଛନ୍ତି। ଘଟଣାର ତଦନ୍ତ କରିବା ପରେ ଥାନାରେ ଏକ ମାମଲା ରୁଜୁ ହୋଇଥିବା କର୍ଣ୍ଣାଟକ ଶିକ୍ଷା ସଂସ୍ଥା ସୂଚନା ଦେଇଛି ।
ଟ୍ଵିଟରରେ ଟ୍ରୋଲ କରି କୁହାଯାଇଛି, ଘରେ ଅଶ୍ଳୀଳ ଫିଲ୍ମ ଦେଖିବାର ପରିଣାମ ଆଉ କ’ଣ ବା ହୋଇପାରେ ! ବିଜେପିକୁ ଆକ୍ଷେପ କରି କର୍ଣ୍ଣାଟକ କଂଗ୍ରେସ ସୋସିଆଲ ମିଡିଆ ଚେୟାର ପର୍ସନ ବି.ଆର ନାଇଡୁ ଗତ ମଙ୍ଗଳବାର ଟ୍ୱିଟରରେ କିଛି ଏଭଳି କମେଣ୍ଟ କରିବା ସହ ଏହି ଆଡମିଟ୍ କାର୍ଡର ଏକ ସ୍କ୍ରିନ୍ ସର୍ଟ ଟ୍ୱିଟରରେ ପୋଷ୍ଟ କରିଛନ୍ତି ।
ଆଡମିଟ୍ କାର୍ଡଟିର ସ୍କ୍ରିନସର୍ଟ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ପରୀକ୍ଷାଟି ନଭେମ୍ୱର ୬ରେ ହୋଇଥିବା ବେଳେ ୭୮୧ ସେଣ୍ଟରରେ ମୋଟ୍ ୩ ଲକ୍ଷ ୩୨ ହଜାର ୯ ଶହ ୧୩ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।