ବିହାରର ପରୀକ୍ଷାରେ ସନି ଲିଓନି ବନିଲେ ଟପର, ରଖିଲେ ୯୮.୫୦% ନମ୍ବର

ବିହାର : ବିହାରରେ ନିକଟରେ ହୋଇଥିଲା ଜୁନିୟର ଇଞ୍ଜିନିୟରିଂ ଅର୍ଥାତ୍ ପବିଲିକ୍ ହେଲ୍ଥ ଇଞ୍ଜିନିୟରିଂ ଡିପାର୍ଟମେଣ୍ଟ(PHED) ପରୀକ୍ଷା। ଯାହାର ରେଜଲ୍ଟ ଏବେ ବାହାରିଥିବା ବେଳେ ଏଥିରେ ଟପର ସାଜିଛନ୍ତି ସନି ଲିଓନି। ଶୁଣିବାକୁ ଆଶ୍ଚର୍ୟ୍ୟ ଲାଗିଲେ ମଧ୍ୟ ସତ। ଖାଲି ତାହା ନୁହଁ ଏହି ମେରିଟଲିଷ୍ଟରେ ୩ୟ ସ୍ଥାନରେ ଥିବା ପ୍ରାର୍ଥୀଙ୍କ ନାମ ରହିଛି bvcxzbnnb।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଟପର ହୋଇଥିବା ଏହି ପ୍ରାର୍ଥୀ ଜଣଙ୍କ ଅଭିନେତ୍ରୀ ସନି ଲିଓନି ନୁହଁନ୍ତି। ତେବେ ସ୍କୋର କୋର୍ଡ ଅନୁଯାୟୀ, ସନି ଲିଓନି ୭୩.୫୦ ଏଜୁକେସନ୍ ପଏଣ୍ଟ, ୨୫.୦୦ ଏକ୍ସପିରିଏନ୍ସ ପଏଣ୍ଟ ହାସିଲ କରିଛନ୍ତି। ଟପର ପ୍ରାର୍ଥୀଙ୍କ ପିତାଙ୍କ ନାମ ଲିଓନି ଲିଓନି ରହିଛି। ତାଙ୍କ ଆପ୍ଳିକେସନ୍ ଆଇଡି JEC/0031211 ରହିଛି।
ନିଶ୍ଚିତ ପଢ଼ନ୍ତୁ: ସୋସିଆଲ ମିଡିଆରେ ଦେଶ ବିରୋଧୀ ସ୍ଲୋଗାନ୍ ଦେଇ ଯୁବକ ଗିରଫ
ପରୀକ୍ଷାରେ ଟପର ରହିଥିବା ସନି ଲିଓନିଙ୍କ ବୟସ ୨୭ ବର୍ଷ ରହିଛି। ଖାସ କଥା ହେଉଛି ଏହି ଲିଷ୍ଟରେ ୩ୟ ସ୍ଥାନରେ ରହିଥିବା ପ୍ରାର୍ଥୀଙ୍କ ନାମ bvcxzbnnb ରହିଥିବା ବେଳେ ତାଙ୍କ ପିତାଙ୍କ ନାମ mggvghhnnnn ରହିଛି। ଲିଷ୍ଟ ଅନୁସାରେ ଏହି ପ୍ରାର୍ଥୀ ଜଣଙ୍କ ୯୨.୮୯% ହାସଲ କରିଛନ୍ତି।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ୱେବସାଇଟରେ ଜାରି କରାଯାଇଥିବା ମେରିଟ ଲିଷ୍ଟରେ ୧୦୦୦ଟି ନାମ ରହିଛି। ମିଡିଆ ରିପୋର୍ଟସ୍ ଅନୁସାରେ ଆୟୋଗ ସିବିଲ ଇଞ୍ଜିନିୟରିଂ ସଂପୂର୍ଣ୍ଣ ୨୧୪ଟି ପଦ ଭର୍ତ୍ତି ପାଇଁ ଏହି ଆବେଦନ ବାହାର କରିଥିଲା।