କରୋନା ପଜିଟିଭ ଲୋକ ହୋଇ ଯାଆନ୍ତୁ ଖୁସି! ଉଭୟ ଡୋଜ୍‌ ଟିକା ନେଇଥିଲେ ଆସୁଛି ‘ସୁପର ଇମ୍ୟୁନିଟି’, ୨୦୦୦ ପ୍ରତିଶତ ଅଧିକ ଆଣ୍ଟିବଡି

କରୋନା ଭାଇରସ୍ ଟିକା ନେବା ପରେ ପଜିଟିଭ ବାହାରୁଥିବା ଲୋକଙ୍କ ପାଇଁ ଖୁସି ଖବର। ଏକ ନୂତନ ଅନୁସନ୍ଧାନରୁ ଜଣାପଡିଛି ଯେ ଯେଉଁ ଲୋକମାନେ କରୋନା ଭ୍ୟାକ୍ସିନର ଉଭୟ ଡୋଜ୍ ନେଇ ସାରିଛନ୍ତି ଏବଂ ଏହାପରେ ବି ସେମାନେ ସଂକ୍ରମିତ ବାହାରୁଛନ୍ତି, ତ ସେମାନଙ୍କ ଭିତରେ ‘ସୁପର ଇମ୍ୟୁନିଟି’ ଆସି ଯାଉଛି। ଯୁକ୍ତରାଷ୍ଟ୍ର ଆମେରିକାରେ ହୋଇଥିବା ଏକ ଛୋଟିଆ ଅନୁସନ୍ଧାନରେ ଏହା ଜଣାପଡିଛି। ଏହି ମାମଲାରେ ଆଣ୍ଟିବଡି ସ୍ତର ୧୦୦୦ରୁ ନେଇ ୨୦୦୦ ପ୍ରତିଶତକୁ ବୃଦ୍ଧି ପାଉଛି। ଆମେରିକାର ଓରେଗାଁଓ ହେଲ୍ଥ ଆଣ୍ଡ ସାଇନ୍ସ ୟୁନିଭର୍ସିଟିରେ ୨୬ ଜଣଙ୍କ ଉପରେ ହୋଇଥିବା ଅନୁସନ୍ଧାନରେ ଏହି ତଥ୍ୟ ପ୍ରକାଶ ପାଇଛି। ଗବେଷକ ଫିକାଦୁ ଟାଫେସସ୍ କହିଛନ୍ତି ଯେ ଏହି ଲୋକମାନଙ୍କଠାରେ ଆଣ୍ଟିବଡିର ସ୍ତର ବହୁତ ଅଧିକ ବଢ଼ି ଯାଇଛି, ଯାହାକି ଦୃଢ଼ ପ୍ରତିରୋଧକ ଶକ୍ତି।

ରିପୋର୍ଟ ମୁତାବକ, ଗବେଷକ ଫିକାଦୁ କହିଛନ୍ତି, ଏହା ପାଖାପାଖି ସୁପର ଇମ୍ୟୁନିଟି। ଏହି ଗବେଷଣା ଏମିତି ସମୟରେ ଆସିଛି, ଯେତେବେଳେ ଭାରତ, ଆମେରିକା ସମେତ ବିଶ୍ୱରେ ଓମିକ୍ରନ୍ ଭାରିଆଣ୍ଟ କାରଣରୁ ସଂକ୍ରମଣ ଦ୍ରୁତ ଗତିରେ ବଢ଼ି ଚାଲିଛି। ଆମେରିକାରେ ଶୁକ୍ରବାର ତୁଳନାରେ ଶନିବାର ଓମିକ୍ରନ୍ ମାମଲା ଦୁଇଗୁଣା ବଢ଼ି ଯାଇଛି। ଏହାରି ଭିତରେ କଲମ୍ବିଆ ୟୁନିଭର୍ସିଟିର ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ରୋଗୀଙ୍କୁ ଫାଇଜର କିମ୍ବା ମୋଡର୍ନା ବୁଷ୍ଟର୍ ସଟ୍‌ ଦିଆ ଯାଇଥିଲା, ସେମାନଙ୍କ ଭିତରେ ମୂଳ କରୋନା ଭାଇରସ୍ ତୁଳନାରେ ଓମିକ୍ରନ ବିରୋଧରେ ୬.୫ ଗୁଣା କମ୍‌ ଆଣ୍ଟିବଡି ତିଆରି ହୋଇଛି।

କଲମ୍ବିଆ ୟୁନିଭର୍ସିଟିର ଅନୁସନ୍ଧାନରୁ ଏହା ସ୍ପଷ୍ଟ ହୋଇଛି କି, ଓମିକ୍ରନ୍ ବିରୋଧରେ ବୁଷ୍ଟର୍ ସଟ୍ ସୁରକ୍ଷା ଯୋଗାଇବା ପାଇଁ ପର୍ଯ୍ୟାପ୍ତ ନୁହେଁ। ଫିକାଦୁ କହିଛନ୍ତି, ଏହି ଅନୁସନ୍ଧାନର ମୂଳ କଥା ହେଉଛି, ଆଗକୁ ଯାହା ବି କିଛି ଭାରିଆଣ୍ଟ ଆସିବ, ତା’ଠାରୁ ଟିକା ମୌଳିକ ସୁରକ୍ଷା ଯୋଗାଇବ। ତେବେ ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଏହି ଅନୁସନ୍ଧାନର ଅର୍ଥ ଏହା ନୁହେଁ କି, କେହି ଜାଣିଶୁଣି ଉଦ୍ଦେଶ୍ୟମୂଳକ ଭାବେ କରୋନାରେ ସଂକ୍ରମିତ ହୋଇଯିବେ। ବିଭିନ୍ନ ଅନୁସନ୍ଧାନରୁ ଜଣାପଡିଛି, ଥରେ ସଂକ୍ରମିତ ହୋଇଥିଲେ କିମ୍ବା କରୋନା ଭ୍ୟାକ୍ସିନର ଗୋଟିଏ ଡୋଜ୍‌ ନେଇଥିଲେ କୋଭିଡ୍‌ ବିରୋଧରେ ବହୁତ ପ୍ରଭାବୀ ହୋଇଥାଏ। କାଲିଫର୍ନିଆ ୟୁନିଭର୍ସିଟିର ଡା. ମୋନିକା ଗାନ୍ଧୀ କୁହନ୍ତି, ଏହି ଅନୁସନ୍ଧାନ ଅନୁସାରେ କେବଳ ଭ୍ୟାକ୍ସିନ ନେଇଥିଲେ କିମ୍ବା କେବଳ କରୋନା ସଂକ୍ରମଣ ଥିଲେ ସେତିକି ଆଣ୍ଟିବଡି ଉତ୍ପନ୍ନ ହୁଏ ନାହିଁ, ଯେତିକି ଭ୍ୟାକ୍ସିନ ନେବା ପରେ କରୋନା ସଂକ୍ରମଣ ହେଲେ ଉତ୍ପନ୍ନ ହୋଇଥାଏ।

Leave A Reply

Your email address will not be published.