ଆସୁଛି ସୁପର ଟାଇଫୁନ୍ ‘କଙ୍ଗ୍-ରେ’
ଟୋକିଓ : ଏବେ ଲାଗୁଛି ଯେମିତି ପ୍ରକୃତି ରାଗିଛି । ବିଶେଷ କରି ଏସିଆ ମହାଦେଶ ଉପରେ । ଇଣ୍ଡୋନେସିଆ ଭୂମିକମ୍ପ ଓ ସୁନାମି ପରେ ଜାପାନକୁ ମୁହାଁଇଛି ସୁପର ଟାଇଫୁନ୍ ‘କଙ୍ଗ-ରେ’ । ଏହି ସୁଫର ଟାଇଫୁନ୍ ବା ଝଡ଼ ରିୟୁକୁ ଦ୍ବୀପକୁ କ୍ଷତି ପହଞ୍ଚାଇ ପାରେ । ଆସନ୍ତା ୧୨ ଘଣ୍ଟା ଭିତରେ ଏହା ଘନୀଭୂତ ହୋଇ ସ୍ଥଳ ଭାଗରେ ପହଞ୍ଚିବ । ଏହାର ପ୍ରଭାବରେ ପ୍ରାୟ ଦେଢ଼ଶହ ମାଇଲ୍ ବେଗରେ ପବନ ବହିବାର ଆଶଙ୍କା ରହିଛି ।
ଦିନକ ପୂର୍ବରୁ ଟାଇଫୁନ୍ ‘ଟ୍ରାମି’ ଜାପାନରେ ବିପର୍ଯ୍ୟୟ ଘଟାଇଥିଲା । ଗତ କିଛି ଦିନ ଭିତରେ ଜାପନକୁ ୪ଟି ଟାଇଫୁନ୍ ପ୍ରଭାବିତ କରି ସାରିଲାଣି ।